ରିସ୍କ ନେବାକୁ ଶିଳ୍ପ ଜଗତକୁ ସୀତାରାମନଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୮।୧୧: କ୍ଷମତା ସମ୍ପ୍ରସାରଣ ଲାଗି ଶିଳ୍ପ ଜଗତ ରିସ୍କ ନେବା ଜରୁରୀ। ଏହା ହେଲେ ଯାଇ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶିଳ୍ପ ଜଗତକୁ ବୁଧବାର ଆହ୍ବାନ ଜଣାଇଛନ୍ତି। ସେ କହିଛନ୍ତି, ଶିଳ୍ପଗୁଡ଼ିକୁ ଆମଦାନୀ ନିର୍ଭରତା କମ୍‌ କରିବାକୁ ହେବ। ଶିଳ୍ପ ଉପରେ ରହିଥିବା ଅନୁପାଳନ ବୋଝକୁ କମାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଶିଳ୍ପଗୁଡ଼ିକୁ କ୍ଷମତା ବୃଦ୍ଧି ସହ ନୂଆ କ୍ଷେତ୍ରରେ ରହିଥିବା ସମ୍ଭାବନାକୁ ଖୋଜିବାକୁ ପଡ଼ିବ। ଏ କ୍ଷେତ୍ରରେ କୌଣସି ବିଳମ୍ବ ନ କରି ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗୀ ଖୋଜିବାକୁ ହେବ ବୋଲି ସିଆଇଆଇ ଗ୍ଲୋବାଲ ପଲିସି ସମିଟ୍‌ ଅବସରରେ ସୀତାରାମନ ମତ ପ୍ରକାଶ କରିଛନ୍ତି। ରସ୍କ ନେବା ସହ ଶିଳ୍ପ ଜଗତ ଦେଶର ଅଭିବୃଦ୍ଧି କ୍ଷେତ୍ରରେ ଅଧିକ ଯୋଗଦାନ ରଖିପାରିବେ। ଦେଶକୁ ଏକ ସୁସ୍ଥକର ଅଭିବୃଦ୍ଧିର ଆବଶ୍ୟକତା ରହିଛି। ଆୟର ଅସମାନତାକୁ ଦୂରୀକରଣ କରିବା ସହ ଶିଳ୍ପଜଗତ ନୂଆ ନିଯୁକ୍ତି ଲାଗି ଆଗଭର ହୁଅନ୍ତୁ ବୋଲି ସୀତାରାମନ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ୍‌ ହେଲା ଚାଇନାର ବାଇଡୁ, ଓ୍ବିବୁ ଆପ୍‌

ନୂଆଦିଲ୍ଲୀ,୫।୮: ସୀମାରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ୫୯ ଏବଂ...

ମାସକୁ ୧୦ ହଜାର ଭେଣ୍ଟିଲେଟର ବନାଇବ ମାରୁତି ସୁଜୁକି

ନୂଆଦିଲ୍ଲୀ,୩୧। ୩ : ମାରୁତି ସୁଜୁକି କରୋନା ବିରୋଧୀ ଲଢ଼େଇକୁ ଜୋର୍‌ଦାର କରିବା ସହ ଭେଣ୍ଟିଲେଟର ଉତ୍ପାଦନ କରିବା ନେଇ ସ୍ପଷ୍ଟ କରିଛି। ମାରୁତି ସୁଜୁକି...

ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ମାମଲା ଶୁଣାଣି ଆରମ୍ଭ

ଲଣ୍ଡନ,୮।୯ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ପ୍ରାୟ ୧୩,୫୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ପଳାତକ ଘୋଷିତ ନୀରବ ମୋଦିଙ୍କ ପ୍ରତ୍ୟପଣ ମାମଲାର ଶୁଣାଣି...

ଡଟ୍‌ର ନୂଆ ନିୟମ ପାଳନ କରିବେ ଟେଲିକମ୍‌ କମ୍ପାନୀ

ଦେଶର ସୁରକ୍ଷା ଓ ଆଇନ ଶୃଙ୍ଖାଳାକୁ ଗୁରୁତ୍ୱଦେଇ ସରକାର ଏକ ନୂଆ ନିୟମ ଟେଲିକମ୍‌ ମନ୍ତ୍ରଣାଳୟ ଜରିଆରେ ଲାଗୁ କରିବାକୁ ଯୋଜନା କରିଛନ୍ତି। ଫଳରେ ଡିପାର୍ଟମେଣ୍ଟ...

୮.୪ ଲକ୍ଷ କୋଟିର ଋଣ ପୁନର୍ଗଠନ ହୋଇପାରେ

ନୂଆଦିଲ୍ଲୀ,୨୦।୮: କରୋନା ଯୋଗୁ ଘରୋଇ ବଜାରର କମ୍ପାନୀଗୁଡ଼ିକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। କମ୍ପାନୀଗୁଡ଼ିକ ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଥିବା ବେଳେ ବଜାରରେ...

ଚାଇନାକୁ ଟ୍ରମ୍ପଙ୍କ ଚେତାବନୀ: ସାଲିସ ନ କଲେ ପରିଣାମ ଭୋଗିବ

ନୂଆଦିଲ୍ଲୀ,୧୩।୫: ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଥମୁନାହିଁ। ଏପରିସ୍ଥିତିରେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାକୁ ଚେତାବନୀ ଦେଇଛନ୍ତି। ବାଣିଜ୍ୟ ନେଇ...

ବିବାଦୀୟ ନିୟମ ପ୍ରତ୍ୟାହାର କଲା ଏସ୍‌ବିଆଇ

ନୂଆଦିଲ୍ଲୀ,୩୦।୧: ଦେଶର ସର୍ବବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏସ୍‌ବିଆଇ ଆଣିଥିବା ନୂଆ ନିଯୁକ୍ତି ନିୟମକୁ ନେଇ ବିବାଦ ଦେଖାଦେବା ପରେ ଶନିବାର ଏହାକୁ ପ୍ରତ୍ୟାହାର କରିନିଆଯାଇଛି। ନୂଆ...

ବଜାରରେ ମହିନ୍ଦ୍ରାର ନୂଆ ୩ ଚକିଆ ଇ-ଯାନ ଟ୍ରିଓ

ଭୁବନେଶ୍ୱର,୨୨ା୬: ମହିନ୍ଦ୍ରା ଗ୍ରୁପର ଇ-ଯାନ ନିର୍ମାଣକାରୀ କମ୍ପାନୀ ମହିନ୍ଦ୍ରା ଇଲେକଟ୍ରିକ ମୋବିଲିଟି ଲିମିଟେଡ୍‌ ପକ୍ଷରୁ ନୂଆ ୩ ଚକିଆ ଇ-ଯାନ ରେଞ୍ଜକୁ ବଜାର ପ୍ରବେଶ କରାଯାଇଛି।...

Advertisement
Archives

Model This Week