ବରଗଡ଼ର ଅଧିଷ୍ଠାତ୍ରୀ ମା’ ସମଲେଇଙ୍କ ଶୀତଳ ଯାତ୍ରା, ଏକ ଅନନ୍ୟ ପରମ୍ପରା

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ଶୀତଳ ଯାତ୍ରା ଏକ ଅନନ୍ୟ ପରମ୍ପରା। ପ୍ରତିବର୍ଷ ଚୈତ୍ର ମାସ ମଙ୍ଗଳବାର ଏହା ଅନୁଷ୍ଠିତ ହୋଇଥାଏ । ଏହି କ୍ରମରେ ମଙ୍ଗଳବାର ଦେବୀଙ୍କ ଶୀତଳ ଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ମା’ଙ୍କ ସ୍ବରୂପ ନିମ୍ବ ଡାଳକୁ ସହର ପରିକ୍ରମା କରାଯାଇଥିଲା। ସହରର ଘର ସମ୍ମୁଖରେ ଶ୍ରଦ୍ଧାଳୁମାନେ ମା’ଙ୍କ ସ୍ବରୂପ ନିମ୍ବଡାଳକୁ ଦର୍ଶନ ପାଇଁ ଅପେକ୍ଷା କରିଥିଲେ। ଘର ସମ୍ମୁଖକୁ ପହଞ୍ଚିବା ପରେ ପୂଜାର୍ଚ୍ଚନା କରିବା ସହିତ ନିଜ ତଥା ସମଗ୍ର ଜୀବଜଗତର ମଙ୍ଗଳ କାମନା କରିଥିଲେ ।

ଗ୍ରୀଷ୍ମ ପ୍ରବାହ ତଥା ଉତ୍ତାପରୁ ଧରାପୃଷ୍ଠକୁ ଶୀତଳ କରିବା ପାଇଁ ମାଁ ସମଲେଇ ଦେବୀଙ୍କ ଏହି ଯାତ୍ରା ଅନୁଷ୍ଠିତ ହୁଏ। ସ୍ଥାନୀୟ ସମଲେଇ ମନ୍ଦିରରେ ସ୍ବତନ୍ତ୍ର ପୂଜା ପରେ ମା’ଙ୍କର ଶୀତଳ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଅଧିଷ୍ଠାତ୍ରୀ ମାଁ ସମଲେଇ ଦେବୀଙ୍କ ସ୍ବରୂପ ନିମ୍ବ ଗଛ ଡାଳରେ ପୂଜକ ଦ୍ୱାରା ପୂଜା କରାଯାଇଥିଲା । ସେହି ନିମ୍ବ ଡାଳକୁ ଘଣ୍ଟ, ଶଙ୍ଖ ବାଦ୍ୟର ତାଳେ ତାଳେ ନଗର ପରିକ୍ରମାରେ ନିଆଯାଇଥିଲା । ଶ୍ରଦ୍ଧାଳୁମାନେ ନିଜ ଘର ସମ୍ମୁଖରେ ଗରା, ବାଲଟିରେ କ୍ଷୀର , ପଣା, ଫୁଲ ଆଦି ରଖି ଅପେକ୍ଷା କରିଥିଲେ। ଫୁଲ , ସିନ୍ଦୂର , ଭୋଗ ଅର୍ପଣ କରି ପୂଜା କରିଥିଲେ । ଏହା ସହ ଘର ସମ୍ମୁଖରେ ରଖାଯାଇଥିବା ପାଣି , କ୍ଷୀର ତଥା ପଣା ଦେବୀଙ୍କ ସ୍ବରୂପ ନିମ୍ବ ଡାଳରେ ଢାଳିବା ସହ ନିମ୍ବ ଡାଳକୁ ଛୁଇଁଥିଲେ ଏବଂ ଢଳାଯାଇଥିବା ପାଣିକୁ ମୁଣ୍ଡରେ ଦେଇ ଶ୍ରଦ୍ଧାଳୁମାନେ ମାଁଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ । ଚୈତ୍ର ମାସରେ ଗରମର ପ୍ରାଦୁର୍ଭାବ ଯୋଗୁ ବସନ୍ତ , ମିଳିମିଳା ଭଳି ରୋଗ ବ୍ୟାପିଥାଏ । ଫଳରେ ଧରାପୃଷ୍ଠକୁ ଶୀତଳୀକରଣ କରିବା ସହ ସେଭଳି ରୋଗ ପ୍ରକୋପରୁ ମୁକ୍ତି ପାଇବା ପାଇଁ ଦେବୀଙ୍କ ଏହି ଶୀତଳ ଯାତ୍ରା ହୋଇ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ବିଶ୍ୱାସ ରହିଛି । ସହରର ପ୍ରତ୍ୟେକ ପଡା ତଥା ରାସ୍ତା ଦେଇ ଏହି ଯାତ୍ରା ଯାଇଥିଲା ଏବଂ ରାସ୍ତାରେ ଥିବା ସମସ୍ତ ହନୁମାନ ମନ୍ଦିରରେ ଏହି ଯାତ୍ରା ଅଟକି ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା । ବିଳମ୍ବିତ ରାତ୍ରିରେ ଶୀତଳଯାତ୍ରା ମନ୍ଦିରକୁ ଫେରିବା ସହ ଉକ୍ତ ନିମ୍ବଡାଳକୁ ଏକ ଦୁଇଦିଗକୁ ଯାଇଥିବା ବାଟରେ ଛାଡି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri