ବରଗଡ଼ର ଅଧିଷ୍ଠାତ୍ରୀ ମା’ ସମଲେଇଙ୍କ ଶୀତଳ ଯାତ୍ରା, ଏକ ଅନନ୍ୟ ପରମ୍ପରା

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ଶୀତଳ ଯାତ୍ରା ଏକ ଅନନ୍ୟ ପରମ୍ପରା। ପ୍ରତିବର୍ଷ ଚୈତ୍ର ମାସ ମଙ୍ଗଳବାର ଏହା ଅନୁଷ୍ଠିତ ହୋଇଥାଏ । ଏହି କ୍ରମରେ ମଙ୍ଗଳବାର ଦେବୀଙ୍କ ଶୀତଳ ଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ମା’ଙ୍କ ସ୍ବରୂପ ନିମ୍ବ ଡାଳକୁ ସହର ପରିକ୍ରମା କରାଯାଇଥିଲା। ସହରର ଘର ସମ୍ମୁଖରେ ଶ୍ରଦ୍ଧାଳୁମାନେ ମା’ଙ୍କ ସ୍ବରୂପ ନିମ୍ବଡାଳକୁ ଦର୍ଶନ ପାଇଁ ଅପେକ୍ଷା କରିଥିଲେ। ଘର ସମ୍ମୁଖକୁ ପହଞ୍ଚିବା ପରେ ପୂଜାର୍ଚ୍ଚନା କରିବା ସହିତ ନିଜ ତଥା ସମଗ୍ର ଜୀବଜଗତର ମଙ୍ଗଳ କାମନା କରିଥିଲେ ।

ଗ୍ରୀଷ୍ମ ପ୍ରବାହ ତଥା ଉତ୍ତାପରୁ ଧରାପୃଷ୍ଠକୁ ଶୀତଳ କରିବା ପାଇଁ ମାଁ ସମଲେଇ ଦେବୀଙ୍କ ଏହି ଯାତ୍ରା ଅନୁଷ୍ଠିତ ହୁଏ। ସ୍ଥାନୀୟ ସମଲେଇ ମନ୍ଦିରରେ ସ୍ବତନ୍ତ୍ର ପୂଜା ପରେ ମା’ଙ୍କର ଶୀତଳ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଅଧିଷ୍ଠାତ୍ରୀ ମାଁ ସମଲେଇ ଦେବୀଙ୍କ ସ୍ବରୂପ ନିମ୍ବ ଗଛ ଡାଳରେ ପୂଜକ ଦ୍ୱାରା ପୂଜା କରାଯାଇଥିଲା । ସେହି ନିମ୍ବ ଡାଳକୁ ଘଣ୍ଟ, ଶଙ୍ଖ ବାଦ୍ୟର ତାଳେ ତାଳେ ନଗର ପରିକ୍ରମାରେ ନିଆଯାଇଥିଲା । ଶ୍ରଦ୍ଧାଳୁମାନେ ନିଜ ଘର ସମ୍ମୁଖରେ ଗରା, ବାଲଟିରେ କ୍ଷୀର , ପଣା, ଫୁଲ ଆଦି ରଖି ଅପେକ୍ଷା କରିଥିଲେ। ଫୁଲ , ସିନ୍ଦୂର , ଭୋଗ ଅର୍ପଣ କରି ପୂଜା କରିଥିଲେ । ଏହା ସହ ଘର ସମ୍ମୁଖରେ ରଖାଯାଇଥିବା ପାଣି , କ୍ଷୀର ତଥା ପଣା ଦେବୀଙ୍କ ସ୍ବରୂପ ନିମ୍ବ ଡାଳରେ ଢାଳିବା ସହ ନିମ୍ବ ଡାଳକୁ ଛୁଇଁଥିଲେ ଏବଂ ଢଳାଯାଇଥିବା ପାଣିକୁ ମୁଣ୍ଡରେ ଦେଇ ଶ୍ରଦ୍ଧାଳୁମାନେ ମାଁଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ । ଚୈତ୍ର ମାସରେ ଗରମର ପ୍ରାଦୁର୍ଭାବ ଯୋଗୁ ବସନ୍ତ , ମିଳିମିଳା ଭଳି ରୋଗ ବ୍ୟାପିଥାଏ । ଫଳରେ ଧରାପୃଷ୍ଠକୁ ଶୀତଳୀକରଣ କରିବା ସହ ସେଭଳି ରୋଗ ପ୍ରକୋପରୁ ମୁକ୍ତି ପାଇବା ପାଇଁ ଦେବୀଙ୍କ ଏହି ଶୀତଳ ଯାତ୍ରା ହୋଇ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ବିଶ୍ୱାସ ରହିଛି । ସହରର ପ୍ରତ୍ୟେକ ପଡା ତଥା ରାସ୍ତା ଦେଇ ଏହି ଯାତ୍ରା ଯାଇଥିଲା ଏବଂ ରାସ୍ତାରେ ଥିବା ସମସ୍ତ ହନୁମାନ ମନ୍ଦିରରେ ଏହି ଯାତ୍ରା ଅଟକି ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା । ବିଳମ୍ବିତ ରାତ୍ରିରେ ଶୀତଳଯାତ୍ରା ମନ୍ଦିରକୁ ଫେରିବା ସହ ଉକ୍ତ ନିମ୍ବଡାଳକୁ ଏକ ଦୁଇଦିଗକୁ ଯାଇଥିବା ବାଟରେ ଛାଡି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶତାଧିକ ଛତ୍ରୀଛାତ୍ର ଗାଇଲେ ବନ୍ଦେ ମାତରମ୍‌

କେସିଙ୍ଗା,୨୦ା୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ ବନ୍ଦେ ମାତରମ୍‌ ଗାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଦ୍ୟାପୀଠ ଖେଳ ପଡିଆଠାରେ...

ମୁଖ୍ୟ ଚିକିତ୍ସାଳୟ ପଛପଟେ ଯୁବକଙ୍କ ମୃତଦେହ , ହତ୍ୟା ନେଇ ବଢୁଛି ସନ୍ଦେହ

ବରଗଡ,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲଖ ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଥିବା ଟୁକୁର୍ଲା ଜଳାଶୟରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ...

ପୀୟୂଷଙ୍କୁ ନେଇ ଆସିଲା ବଡ଼ ଖବର, ଯାତ୍ରା ମଞ୍ଚ ଚଢ଼ିବା ଉପରେ କୋର୍ଟ ନେଲେ ଏହି ନିଷ୍ପତ୍ତି

ଭୁବନେଶ୍ୱର,୨୦।୧: ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି। ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା ପୀୟୂଷଙ୍କ ଓକିଲ କହିଛନ୍ତି। ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ...

ଆଉ ୫ ଘଣ୍ଟା ପରେ ୪ ରାଶିରେ ଅତ୍ୟନ୍ତ ଶୁଭ ସମୟ, ହଠାତ ମିଳିବ ଖୁସି ଖବର, ୨୩ ଭିତରେ ମିଳିଯିବ…

ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ମଙ୍ଗଳ ଗ୍ରହଙ୍କ ମକର ରାଶିରେ ଗୋଚର ଅନେକ ଦୃଷ୍ଟିକୋଣରୁ ବେଶ୍‌...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ମାଳତୀଙ୍କୁ ଆଜି ବି ମନେପକାନ୍ତି ସିମନବାଡି ପଞ୍ଚାୟତବାସୀ: ଲୋକଙ୍କ ପାଇଁ କାମ କରି ଚର୍ଚ୍ଚାରେ…

ଦାରିଙ୍ଗବାଡି,୨୦।୧(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ମାଳତୀ ସାହୁଙ୍କୁ ଆଜିବି ମନେପକାନ୍ତି ପଞ୍ଚାୟତବାସୀ। ମଙ୍ଗଳବାର ପଞ୍ଚାୟତରେ  ତାଙ୍କର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ବନ୍ଦ ହୋଇଯିବ ୫୦୦ଟଙ୍କିଆ ନୋଟ? ଜାଣି ନିଅନ୍ତୁ ବଡ଼ ସୂଚନା

ନୂଆଦିଲ୍ଲୀ,୨୦।୧: ଦେଶର ବ୍ୟାଙ୍କିଙ୍ଗ ନିୟାମକ, ଭାରତୀୟ ରିଜର୍ଭ ବ୍ୟାଙ୍କ, ସରକାରଙ୍କ ସହଯୋଗରେ ପୁଣି ଥରେ ବିମୁଦ୍ରାକରଣ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କି? ପ୍ରାୟ ଏକ ଦଶନ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri