ଭିକ ମାଗୁଛନ୍ତି ଭଉଣୀ,ଭାଇ

ହାଟଡ଼ିହୀ,୩୦।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ସୋସୋ ଥାନା ଅଧୀନ ଢେଙ୍କା ଅଞ୍ଚଳରେ ସାବତ ମା’ଙ୍କ ନିର୍ଯାତନା ଶିକାର ହୋଇ ୨ ନିଷ୍କାପ ଭଉଣୀ ଭାଇ ଭିଗ ମାଗୁଥିବା ଦୃଶ୍ୟ ରବିବାର ଦିନ ଦେଖିବାକୁ ମିଳିଛି। ଶିଶୁଙ୍କ ଯନ୍ତ୍ର ଓ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ପ୍ରଣୟନ ହେଉଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଏଠାରେ ଜୀବନକୁ ଭଲ ଭାବେ ବୁଝି ନ ଥିବା ଭଉଣୀ, ଭାଇ ଭୋକର ଜ୍ୱାଳାକୁ ସହି ନ ପାରି ଘର ଘର ବୁଲି ଖାଦ୍ୟ ମାଗିବା ଆଲୋଚନାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ହାତରେ ଗୋଟେ ଜରି ବ୍ୟାଗ ଧରି ୭ ବର୍ଷର ଭଉଣୀକୁ ସାଥିରେ ଧରି ୧୦ ବର୍ଷର ଭାଇ ଘର ଘର ବୁଲି ଭିକ ମାଗୁଥିଲେ। ଉଭୟ ଢେଙ୍କା ଗ୍ରାମର ଅର୍ଜୁନ ମାଝୀଙ୍କ ଘରକୁ ଯାଇ ଖାଇବାକୁ ମାଗିଥିଲେ। ଅର୍ଜୁନ ଦୁଇ ଭଉଣୀ ଭାଇଙ୍କୁ ଖାଇବାକୁ ଦେଇ ଭିକ ମାଗିବାର କାରଣ ଓ ଠିକଣା ପଚାରିଥିଲେ। ବାଳକ ଜଣକ ନିଜ ନାମ କହିବା ସହ ଘର ଶଢ଼ା ଅଞ୍ଚଳରେ ବୋଲି କହିଥିଲେ। ତାଙ୍କ ମା’ଙ୍କ ମୃତ୍ୟୁ ପରେ ସାବତ ମା’ ଖାଇବାକୁ ଦେଉନାହାନ୍ତି। ଦୁହେଁ ନିଜେ ରୋଷେଇ କରି ଖାଉଛନ୍ତି। ବାପାଙ୍କ ନାମ ପଚରା ଯିବାରୁ ଚୁପ୍‌ ରହିଥିଲେ। ପରେ ଅନ୍ୟତ୍ର ପଳାଇଥିଲେ। ଭୟ ଦେଖାଇ କୋମଳମତି ବୟସରେ ଭଉଣୀ, ଭାଇଙ୍କୁ ଭିକ ମଗାଯାଉଥିବା ଆଲୋଚନା ହେଉଛି। ଘଟଣା ବିଷୟରେ ଶୁଣିବା ପରେ ଭାଜପା ନେତା ଆଲୋକ ସେଠୀ, ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ, ପୂର୍ବତନ ସରପଞ୍ଚ ଜୟନ୍ତୀ ସାମଲ, ବୈଲୋଚନ ନାୟକ ପ୍ରମୁଖ ଦୁଃଖ ପ୍ରକାଶ କରିବା ସହ ପ୍ରଶାସନ ଏ ଦିଗରେ ଅନୁଧ୍ୟାନ କରି ପଦକ୍ଷେପ ନେବା ଜରୁରୀ ବୋଲି ମତ ପୋଷଣ କରିଛନ୍ତି। ଏ ବାବଦରେ ସୋସୋ ପୋଲିସ ନିକଟରେ କୌଣସି ସୂଚନା ନ ଥିବା ଥାନା ଅଧିକାରୀ ବିଜୟ ବିହାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri