ଟ୍ରେନ ଆଗକୁ ଡେଇଁ ଶାଳୀ ଓ ଭେଣୋଇଙ୍କ ଆତ୍ମହତ୍ୟା, କାରଣ ଜାଣିଲେ….

ଜଳେଶ୍ୱର,୧୦।୩ (ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଟ୍ରେନ ଆଗକୁ ଡେଇଁ ଶାଳୀ ଓ ଭେଣୋଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତକମାନେ ହେଲେ ଜଳେଶ୍ୱର ଥାନା ରାଜପୁର ଗ୍ରାମର ବିଜୟ ସାହୁ (୩୫) ଏବଂ ବାଲିଆପାଳ ଥାନା ଅଞ୍ଚଳର ତାଙ୍କ ଶାଳୀ ବନ୍ଦିତା ସାହୁ (୧୮)।
​ସୂଚନା ଅନୁଯାୟୀ, ସୋମବାର ବିଜୟ ନିଜ ଶାଳୀ ବନ୍ଦିତାଙ୍କୁ ନେଇ ବାଲିଆପାଳରୁ ନିଜ ଗ୍ରାମ ରାଜପୁରକୁ ଆସିଥିଲେ। ତେବେ ସନ୍ଧ୍ୟା ସମୟରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଳହ କିମ୍ବା ମାନସିକ ଅଶାନ୍ତି ଦେଖାଦେଇଥିଲା। ଏହାପରେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଜଳେଶ୍ୱର ରେଳ ଷ୍ଟେସନର ଦକ୍ଷିଣ କେବିନ ଅନତି ଦୂରରେ ସେମାନେ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ। ତେବେ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାହା
​ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

​ଘଟଣା ସ୍ଥଳରେ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ ଧକ୍କାରେ ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଖବର ପାଇ ରେଳବାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ପୋଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ଏହା ଏକ ପ୍ରେମ ବ୍ୟାପାର କିମ୍ବା ପାରିବାରିକ କଳହ, ସେ ନେଇ ଅଧିକ ତଦନ୍ତ ଜାରି ରହିଛି। ମୃତ୍ୟୁର ପ୍ରକୃତ କାରଣ ଖୋଜିବା ପାଇଁ ପୋଲିସ ପରିବାର ଲୋକଙ୍କୁ ପଚରାଉଚରା ଜାରି ରଖିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଚାଇନାର ବଡ଼ ନିଷ୍ପତ୍ତି, ଏହି ଘୋଷଣା କରି ସାରା ବିଶ୍ୱକୁ ଚମକାଇ ଦେଲା…

ବେଜିଂ,୧୦।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ୧୧ତମ ଦିନ। ଆମେରିକା ଏବଂ ଇସ୍ରାଏଲ ନିରନ୍ତର ଇରାନ ଉପରେ ଆକ୍ରମଣ କରୁଛନ୍ତି। ଇରାନ ମଧ୍ୟ ଉଭୟ ଦେଶ ବିରୁଦ୍ଧରେ ପ୍ରତିଶୋଧ…

ମାର୍ଚ୍ଚ ୨୧ରୁ ଏହି ୭ ରାଶିର ବ୍ୟକ୍ତି ହୋଇଯିବେ ମାଲାମାଲ: ବୁଧ ଗ୍ରହ….

ପ୍ରତି ମାସରେ ବ୍ରହ୍ମାଣ୍ଡରେ ଗ୍ରହ ପରିବର୍ତ୍ତନ ଘଟେ, ଯାହା ଲୋକଙ୍କ ଜୀବନକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରେ। ଯେଉଁମାନେ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ କରନ୍ତି, ସେମାନେ ଏହି…

ରୋହିତ ଶର୍ମା-ସ୍ତ୍ରୀ ରିତିକା ମଧ୍ୟରେ ପ୍ରବଳ ଝଗଡା: Video ନ ଦେଖିଲେ ସହଜେ କରିବେନି ବିଶ୍ୱାସ

ନୂଆଦିଲ୍ଲୀ,୧୦।୩: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ପ୍ରାୟତଃ ତାଙ୍କ ରେକର୍ଡ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ପୁଣିଥରେ ହିଟମ୍ୟାନ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛନ୍ତି, କିନ୍ତୁ…

ଲକ୍ଷେ ଦେଇ ସ୍ତ୍ରୀକୁ ମାରିବାକୁ ସୁପାରୀ, ୩ଥର ବିଷ ଦେଇ ମାରିବାକୁ ଚେଷ୍ଟା କରିବା ପରେ…

ମୁମ୍ବାଇ,୧୦ା୩: ମହାରାଷ୍ଟ୍ରର ବୁଲଧାନା ଜିଲାରୁ ଏକ ଘଟଣା ସାମ୍ନାକୁ ଆସିଛି ଯାହା ସ୍ୱାମୀ-ସ୍ତ୍ରୀଙ୍କ ପବିତ୍ର ସମ୍ପର୍କକୁ ଲଜ୍ଜିତ କରିଛି । ଜଣେ ଶିକ୍ଷକ ସ୍ୱାମୀ ତାଙ୍କ ନିଜ…

ଦେଶରେ ହେବନାହିଁ ଗ୍ୟାସର ଅଭାବ, ସରକାର ଲାଗୁକଲେ ECA, ଜାଣନ୍ତୁ କ’ଣ ଏହି ବ୍ରହ୍ମାସ୍ତ୍ର

ନୂଆଦିଲ୍ଲୀ,୧୦।୩: ପଶ୍ଚିମ ଏସିଆରେ ଯୁଦ୍ଧ ଭାରତର ରୋଷେଇ ଘରର ଦ୍ୱାର ଠକ ଠକ କରୁଛି। ହର୍ମୁଜ ପ୍ରଣାଳୀ ବନ୍ଦ ହୋଇଯାଇଛି, ଏଲପିଜି ଟ୍ୟାଙ୍କର୍‌ ଫସି ରହିଛି, ଏବଂ…

ଜୋରଦାର ଚାଲିଛି ଦୈନିକ ବଜାର ଗୃହ ନିର୍ମାଣ କାର୍ଯ୍ୟ: ତୁରନ୍ତ ସାରିବାକୁ ବିଡିଓଙ୍କ ନିର୍ଦ୍ଦେଶ

ଦାରିଙ୍ଗବାଡି,୧୦।୩ (ଅରୁଣ ସାହୁ ):କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିଠାରେ ଉଠାଦୋକାନୀଙ୍କୁ ଥଇଥାନ ପାଇଁ ଦୈନିକ ବଜାରର ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି। ଏହାକୁ ଦୈନିକ ତଦାରଖ କରୁଛନ୍ତି ଦାରିଙ୍ଗବାଡି…

ସ୍କୁଲରେ ପ୍ରଶ୍ନପତ୍ର ପହଞ୍ଚିବାରେ ହେଉଛି ବିଳମ୍ୱ: ପରୀକ୍ଷା ଦେବାକୁ ଆସି ବସି ରହୁଛନ୍ତି ଛାତ୍ରୀଛାତ୍ର

ଗୋପ,୧୦ା୩(ଭାରତୀ ଭୂଷଣ ଉପାଧ୍ୟାୟ): ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ସୋମବାରଠାରୁ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ହେଲେ ପୁରୀ ଜିଲା ଗୋପ ବ୍ଲକର ବିଭିନ୍ନ ସ୍କୁଲରେ…

ଲାଗୁ ହେଲା ESMA, ହେଲେ କାହିଁକି କେନ୍ଦ୍ର ସରକାର ନେଲେ ଏତେବଡ଼ ନିଷ୍ପତ୍ତି? କ’ଣ ଏହି ESMA

ନୂଆଦିଲ୍ଲୀ,୧୦।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ପାକିସ୍ତାନ ଏବଂ ବାଂଲାଦେଶ ସମେତ ବିଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri