Posted inବଜେଟ

୧୮ ବର୍ଷ ପରେ ଏକାଠି ହେଲେ ଭଉଣୀଭାଇ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ କାନପୁର ଅଞ୍ଚଳର ବାଲ୍‌ ଗୋବିନ୍ଦ ୧୮ ବର୍ଷ ପୂର୍ବେ କାମଧନ୍ଦା ଅନ୍ବେଷଣରେ ମୁମ୍ବାଇ ଯାଇ ନିଖୋଜ ହୋଇଯାଇଥିଲେ। ଗଁାକୁ ଫେରିବା ପାଇଁ ସେ ଏକ ଭୁଲ୍‌ ଟ୍ରେନ୍‌ ଧରି ଜୟପୁରରେ ପହଞ୍ଚତ୍ଥିଲେ। ଦୀର୍ଘ ବର୍ଷ ପରେ ଇଷ୍ଟାଗ୍ରାମ୍‌ରେ ଏକ ରିଲ୍‌ରୁ ଭଙ୍ଗାଦାନ୍ତ ଦେଖି ବାଲ୍‌ ଗୋବିନ୍ଦଙ୍କୁ ତାଙ୍କ ଭଉଣୀ ଚିହ୍ନିପାରିଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ଯୋଗାଯୋଗ ହୋଇଥିଲା। ୧୮ ବର୍ଷ ପରେ ବାଲ୍‌ ଗୋବିନ୍ଦ କାନପୁରରେ ପହଞ୍ଚତ୍ ଭଉଣୀକୁ ଭେଟିଛନ୍ତି। ହଜିଲା ଭାଇକୁ ପାଇ ଭଉଣୀ କାନ୍ଦିପକାଇଥିଲେ। ଏହି ସମୟରେ ସେଠାରେ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା। କାନପୁରର ହାତୀପୁର ଗ୍ରାମରେ ରହୁଥିବା ରାଜକୁମାରୀ ଇନ୍‌ଷ୍ଟାଗ୍ରାମରେ ରିଲ୍‌ ଦେଖୁଥିବାବେଳେ ଏକ ପରିଚିତ ମୁହଁ ଦେଖି ବିସ୍ମିତ ହୋଇଯାଇଥିଲେ। ଭିଡିଓରେ ଥିବା ଉକ୍ତ ଯୁବକଙ୍କ ଦାନ୍ତ ଭାଙ୍ଗିଯାଇଥିଲା। ରାଜକୁମାରୀଙ୍କ ଆଖି ସାମ୍‌ନାରେ ତାଙ୍କ ଭାଇଙ୍କ ମୁହଁ ଦିଶିଯାଇଥିଲା। ପିଲାଦିନେ ତାଙ୍କ ଭାଇଙ୍କ ଦାନ୍ତ ଭାଙ୍ଗିଥିଲା ବେଳେ ସେ ଠିକ୍‌ ଏହିପରି ଦେଖାଯାଉଥିଲେ। ତେଣୁ ଭିଡିଓରେ ଥିବା ଯୁବକ ତାଙ୍କ ଭାଇ ଭିନ୍ନ ଅନ୍ୟ କେହି ନୁହେଁ ବୋଲି ରାଜକୁମାରୀ ନିଶ୍ଚିତ ହୋଇଥିଲେ। ମୁମ୍ବାଇରେ ଅନ୍ୟ ସାଙ୍ଗମାନଙ୍କଠାରୁ ଅଲଗା ହୋଇଯିବା ପରେ ସେମାନଙ୍କ ସହ ଆଉ ଯୋଗାଯୋଗ ହୋଇ ନ ଥିଲା। ସେମାନେ ଗାଁକୁ ଫେରିଥିବାବେଳେ ବାଲ୍‌ ଗୋବିନ୍ଦ ଆଉ ଫେରିପାରି ନ ଥିଲେ। କିଛି ମାସ ପରେ ଅସୁସ୍ଥ ହୋଇପଡ଼ିବାରୁ ସେ ଟ୍ରେନ୍‌ରେ ଗାଁକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଟ୍ରେନ୍‌ ତାଙ୍କୁ କାନପୁର ପରିବର୍ତ୍ତେ ଜୟପୁର ନେଇଯାଇଥିଲା। ସେଠାର ରେଳଷ୍ଟେଶନରେ ସେ ଜଣେ ଲୋକଙ୍କୁ ଭେଟିଥିଲେ, ଯିଏ ତାଙ୍କୁ ଏକ ଫ୍ୟାକ୍ଟ୍ରିରେ କାମ ଦେଇଥିଲେ। ଜୟପୁରରେ ରହି ସେ ଈଶ୍ୱର ଦେବୀ ନାମ୍ନୀ ଯୁବତୀଙ୍କୁ ବିବାହ କରିଥିଲେ ଓ ତାଙ୍କର ୨ଟି ସନ୍ତାନ ଅଛନ୍ତି। ଅନେକ କିଛି ବଦଳିଥିବାବେଳେ ବାଲ୍‌ ଗୋବିନ୍ଦଙ୍କ ଭଙ୍ଗା ଦାନ୍ତ ବଦଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri