Posted inଜାତୀୟ

ସିସୋଡିଆଙ୍କୁ ସୁପ୍ରିମକୋର୍ଟ୍‌ରୁ ମିଳିଲାନି ଆଶ୍ୱସ୍ତି

ନୂଆଦିଲ୍ଲୀ,୧୫ା୭: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲ୍‌ରେ ଥିବା ଆମ ଆଦ୍‌ମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ଲାଗିଛି। ପ୍ରଥମେ ସୁପ୍ରିମକୋର୍ଟରେ ଶୁଣାଣି ସ୍ଥଗିତ ରଖାଯାଇଥିଲା ଏବଂ ବର୍ତ୍ତମାନ ସୋମବାର ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଡିଆ କୋର୍ଟରେ ହାଜର ହୋଇଥିଲେ। ରାଉସ ଆଭେନ୍ୟୁ କୋର୍ଟରେ ପରବର୍ତ୍ତୀ ଶୁଣାଣି ଜୁଲାଇ ୨୨ରେ ହେବ।

ସିସୋଡିଆ ଦିଲ୍ଲୀ ସରକାରରେ ଅବକାରୀ ମନ୍ତ୍ରୀ ଥିଲେ। ଗତ ବର୍ଷ ଫେବୃଆରୀ ୨୬ରେ ସିବିଆଇ ତାଙ୍କୁ ମଦ ଦୁର୍ନୀତି ମାମଲାରେ ଗିରଫ କରିଥିଲା। ୨୮ ଫେବୃଆରୀ ୨୦୨୩ରେ ସିସୋଡିଆ ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ତାଙ୍କୁ ମାର୍ଚ୍ଚ ୨୦୨୩ରେ ମଦ ସହ ଜଡ଼ିତ ଅର୍ଥ କାରବାର ମାମଲାରେ ଗିରଫ କରିଥିଲା। ବର୍ତ୍ତମାନ ଉଭୟ ଇଡି ଏବଂ ସିବିଆଇ ଦ୍ୱାରା ସିସୋଡିଆ ବିରୋଧରେ ମାମଲା ଚାଲିଛି।

ଜାମିନ ପାଇଁ ସିସୋଡିଆ ବେଳେବେଳେ ସୁପ୍ରିମକୋର୍ଟଙ୍କ କବାଟ ଖଟ୍‌ଖଟ୍‌ କରିଥାନ୍ତି ଆଉ ବେଳେ ବେଳେ ରାଉସ ଆଭେନ୍ୟୁର ମଧ୍ୟ ଦ୍ୱାରସ୍ଥ ହୋଇଥାନ୍ତି। କିନ୍ତୁ ଆମ ଆଦ୍‌ମୀ ପାର୍ଟି ନେତା ଦେଶର ସର୍ବୋଚ୍ଚ ନ୍ୟାୟାଳୟରୁ କିମ୍ବା ନିମ୍ନ ଅଦାଲତରୁ ଆଶ୍ୱସ୍ତି ପାଇନାହାନ୍ତି। ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ଶୁଣାଣି ହେବା କଥା। କିନ୍ତୁ ଶୁଣାଣି ବେଞ୍ଚରେ ଥିବା ଜଷ୍ଟିସ ସଞ୍ଜୟ କୁମାର ବ୍ୟକ୍ତିଗତ କାରଣରୁ ଏହି ମାମଲାରୁ ନିଜକୁ ଦୂରେଇ ରଖିଥିଲେ।

ସିସୋଡିଆଙ୍କ ଜାମିନ ଆବେଦନ ଉପରେ ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ସଞ୍ଜୟ କୁମାର ଶୁଣାଣି କରିବେ। ଏହି ବେଞ୍ଚ କହିଛନ୍ତି, ଜଷ୍ଟିସ ସଞ୍ଜୟ କୁମାର ସଦସ୍ୟ ନ ଥିବା ଅନ୍ୟ ଏକ ବେଞ୍ଚ ମଦ ଦୁର୍ନୀତି ପ୍ରସଙ୍ଗରେ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏବଂ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ) ଦ୍ୱାରା ଦାଖଲ ହୋଇଥିବା ମାମଲାରେ ମନୀଷ ସିସୋଡିଆଙ୍କ ଜାମିନ ଆବେଦନ କରିବେ। ଜଷ୍ଟିସ ଖାନ୍ନା କହିଛନ୍ତି, ଆମର ଭାଇଙ୍କର କିଛି ଅସୁବିଧା ଅଛି, ସେ ବ୍ୟକ୍ତିଗତ କାରଣରୁ ଏହି ମାମଲାର ଶୁଣାଣି କରିବାକୁ ଚାହୁଁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

ରାଜନୀତି ଭୁଲି ଗୋଟିଏ ମଞ୍ଚରେ ଏକାଠି ନାଚିଲେ କଙ୍ଗନା, ମହୁଆ, ସୁପ୍ରିୟା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୭।୧୨: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଜେପି ସାଂସଦ ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ, ଟିଏମସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri