Posted inଜାତୀୟ

ସିବିଆଇକୁ ସମୟ ମାଗିଲେ ସିସୋଡିଆ: ବଜେଟରେ ବ୍ୟସ୍ତ ଥିବା କହିଲେ…

ନୂଆଦିଲ୍ଲୀ,୧୯।୨ : ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସିବିଆଇକୁ ଚିଠି ଲେଖି ହାଜର ହେବା ନେଇ ସମୟ ମାଗିଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ରବିବାର ତାଙ୍କୁ ଦିଲ୍ଲୀ ମଦ ନୀତି ସହ ଜଡିତ ମାମଲାରେ ପଚରାଉଚରା ପାଇଁ ଡାକିଥିଲେ। ଏହା ଉପରେ ଉପମୁଖ୍ୟମନ୍ତ୍ରୀ ସିସୋଡିଆ ବଜେଟ ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିବାରୁ ସିବିଆଇଠାରୁ ହାଜର ହେବା ପାଇଁ ଏକ ସପ୍ତାହ ସମୟ ମାଗିଛନ୍ତି।

ସିସୋଡିଆ ସିବିଆଇକୁ ଏକ୍ସାଇଜ ପଲିସି ମାମଲାର ତଦନ୍ତକୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ମୁଁ ସିବିଆଇକୁ ଅନୁରୋଧ କରୁଛି ଯେ ମୁଁ ବର୍ତ୍ତମାନ ବଜେଟରେ ବ୍ୟସ୍ତ ଅଛି। ଫେବୃଆରୀ ଶେଷରେ କିମ୍ବା ତା’ପରେ ମୋତେ ହାଜର ହେବାକୁ ଡାକନ୍ତୁ। ଦିଲ୍ଲୀର ବଜେଟକୁ ଧ୍ୟାନରେ ରଖି ସେ ପଚରାଉଚରା ତାରିଖ ବଢ଼଼ାଇବାକୁ ସିବିଆଇକୁ ଅନୁରୋଧ କରିଛନ୍ତି। ଫେବୃଆରୀ ଶେଷ ପର୍ଯ୍ୟନ୍ତ ଦିଲ୍ଲୀର ବଜେଟ ପ୍ରସ୍ତୁତିର ବ୍ୟସ୍ତ ରହିବେ। ତେବେ ଏବେ ବଡ ପ୍ରଶ୍ନ ଉଠୁଛି ସେ ସିବିଆଇ ଏହାକୁ ସ୍ବୀକୃତି ଦେବ କି ନାହିଁ।

ମନୀଷ ସିସୋଡିଆ କହିଛନ୍ତି ଯେ ମୁଁ ଫେବୃଆରୀ ୧୮ ରେ ସିବିଆଇ ତରଫରୁ ଏକ ନୋଟିସ ପାଇଥିଲି ଯେ ରବିବାର ସେମାନେ ଏକ୍ସାଇଜ ପଲିସି ଉପରେ ପ୍ରଶ୍ନ କରିବା ପାଇଁ ମୋତେ ଡାକିବାକୁ ଚାହୁଁଛନ୍ତି। ମୁଁ ତାଙ୍କୁ ଅନୁରୋଧ କରିଛି ଯେ ଦିଲ୍ଲୀର ଅର୍ଥମନ୍ତ୍ରୀ ହୋଇଥିବାରୁ ମୋର ପ୍ରତ୍ୟେକ ଦିନ ଗୁରୁତ୍ୱପୂର୍ଣ୍ଣ ଏବଂ ମୁଁ ବଜେଟ ଶେଷ କରିବାରେ ବ୍ୟସ୍ତ ଅଛି। ଫେବୃଆରୀ ଶେଷ ସୁଦ୍ଧା ଏହାକୁ ଅନୁମୋଦନ ପାଇଁ କେନ୍ଦ୍ରକୁ ପଠାଯିବ। ଏହା କେନ୍ଦ୍ରର ଅନୁମୋଦନ ପରେ ହିଁ ଦିଲ୍ଲୀ ବିଧାନସଭାରେ ପାରିତ ହୋଇଥାଏ। ଫେବୃଆରୀ ଶେଷ କିମ୍ବା ତା’ପରେ ଯେ କୌଣସି ସମୟରେ ମୋତେ ଡାକନ୍ତୁ। ଫେବୃଆରୀ ପରେ ମୋତେ ଡାକିବାକୁ ମୁଁ ଅନୁରୋଧ କରିଛି ଏବଂ ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେବି । ମୁଁ ସବୁବେଳେ ସହଯୋଗ କରିଆସୁଛି ଏବଂ ଏହା ଜାରି ରଖିବି ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri