Posted inଜାତୀୟ

ଲୋକ ସଭାରେ ଏସ୍‌ଆଇଆର୍‌ ଆଲୋଚନା ୯ରେ

ନୂଆଦିଲ୍ଲୀ,୩ା୧୨(ପି.ଟି.): ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଉପରେ ୯ ତାରିଖରେ ଲୋକ ସଭାରେ ଆଲୋଚନା ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ଏସ୍‌ଆଇଆର୍‌ ଉପରେ ଆଲୋଚନା ଦାବିରେ ବିରୋଧୀ ୨ ଦିନ ଧରି ଗୃହକୁ ଅଚଳ କରି ରଖିବା ପରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଏବଂ ବିଜନେସ୍‌ ଆଡଭାଇଜରି କମିଟି ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ର ୧୫୦ତମ ବାର୍ଷିକୀ ଅବସରରେ ୮ ତାରିଖ ସୋମବାର ମଧ୍ୟାହ୍ନ ୧୨ଟାରୁ ଲୋକ ସଭାରେ ଆଲୋଚନା ହେବ। ୯ ତାରିଖ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରୁ ନିର୍ବାଚନ ସଂସ୍କାର ଉପରେ ଆଲୋଚନା କରାଯିବ ବୋଲି ରିଜିଜୁ କହିଛନ୍ତି।
ଏସ୍‌ଆଇଆର୍‌ ଉପରେ ଆଲୋଚନା ଦାବିରେ ସୋମବାର ବିରୋଧୀ ଦଳଗୁଡ଼ିକ ଅଡ଼ିବସିବାରୁ ପ୍ରଥମ ଦିନରେ ଲୋକ ସଭା ମୁଲତବୀ ରହିବା ସହ ରାଜ୍ୟ ସଭାରେ ବିରୋଧୀ ସଦସ୍ୟ କକ୍ଷତ୍ୟାଗ କରିଥିଲେ। ଏସ୍‌ଆଇଆର୍‌ କାର୍ଯ୍ୟରେ ନିୟୋଜିତ ଅନେକ ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲ୍‌ଓ) ଅତ୍ୟଧିକ କାର୍ଯ୍ୟଚାପରୁ ଆତ୍ମହତ୍ୟା କରିଥିବା ସେମାନେ ଦର୍ଶାଇଥିଲେ। ମଙ୍ଗଳବାର ମଧ୍ୟ ଉଭୟ ଗୃହରେ ଅନୁରୂପ ସ୍ଥିତି ଦେଖାଦେଇଥିଲା।
ବନ୍ଦେ ମାତରମ୍‌ର ୧୫୦ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାରେ ଆଲୋଚନା ଆରମ୍ଭ କରିବେ। ଉଭୟ ପ୍ରସଙ୍ଗରେ ଆଲୋଚନା ପାଇଁ ୧୦ ଘଣ୍ଟା ଲେଖାଏ ସମୟ ଦିଆଯାଇଛି। ଗୃହ ଯଦି ଅନୁଭବ କରନ୍ତି, ତେବେ ସମୟ ବଢ଼ାଯାଇପାରେ। ଏହା ପୂର୍ବରୁ ରିଜିଜୁ ଗୃହର ନେତାମାନଙ୍କୁ ଭେଟିଥିଲେ। ନିର୍ବାଚନ ସଂସ୍କାର ଉପରେ ଆଲୋଚନା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ସମୟସୀମା ଦେଇ ନ ଥିଲେ। ସରକାର ଆଲୋଚନାର ସମୟ ଧାର୍ଯ୍ୟ କରନ୍ତୁ ବୋଲି ବିରୋଧୀ ଦାବି କରିଥିଲେ। ସୂଚନାଯୋଗ୍ୟ, ବର୍ତ୍ତମାନ ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା ଚାଲିଥିବାବେଳେ ଅତ୍ୟଧିକ କାର୍ଯ୍ୟଚାପ ଯୋଗୁ ୪୦ରୁ ଊର୍ଦ୍ଧ୍ୱ ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲ୍‌ଓ)ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?