କୋଟିପତି କରିବ ୨୦୦୦ ଟଙ୍କାର ଛୋଟିଆ SIP, ଜାଣନ୍ତୁ କିଭଳି… 

ନୂଆଦିଲ୍ଲୀ,୬।୯: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି, ଅର୍ଥାତ ସିଷ୍ଟେମେଟିକ ଇନଭେଷ୍ଟମେଣ୍ଟ ପ୍ଲାନର ପ୍ରକୃତ ଶକ୍ତି ହେଉଛି ‘କମ୍ପାଉଣ୍ଡିଂ’, ଯେଉଁଥିରେ ଆପଣଙ୍କ ନିବେଶ ଉପରେ ମିଳୁଥିବା ସୁଧରୁ ମଧ୍ୟ ପରବର୍ତ୍ତୀ ସମୟରେ ସୁଧ ମିଳିଥାଏ।
କେତେ ମିଳେ ରିଟର୍ଣ୍ଣ?
ଯଦି ଆପଣ ପ୍ରତି ମାସରେ  ୨୦୦୦ ଟଙ୍କାର ଏସ୍‌ଆଇପି କରନ୍ତି ଏବଂ ବାର୍ଷିକ ହାରାହାରି ୧୨% ରିଟର୍ଣ୍ଣ ମିଳେ, ତେବେ ୧୦ ବର୍ଷରେ ଆପଣଙ୍କ ଟଙ୍କା ପ୍ରାୟ ୪.୬୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବ। ନିବେଶ ଯେତେ ଦୀର୍ଘ ହେବ, ସେତେ ଅଧିକ ବୃଦ୍ଧି ଦେଖାଯିବ। ୧୫ ବର୍ଷରେ ଏହି ରାଶି ପ୍ରାୟ ୯.୯୮ ଲକ୍ଷ ଏବଂ ୨୦ ବର୍ଷରେ ପ୍ରାୟ ୧୯.୮୬ ଲକ୍ଷ ଟଙ୍କାରେ ପର୍ଯ୍ୟନ୍ତ ପହଞ୍ଚିପାରେ।
ସମୟ ଯେତେ ବଢ଼େ, କମ୍ପାଉଣ୍ଡିଂ ଆପଣଙ୍କ ଟଙ୍କାକୁ ଦ୍ରୁତ ଗତିରେ ବଢ଼ାଇଥାଏ। ସେହିପରି, ଯଦି ଆପଣ ୨୫ ବର୍ଷ ପର୍ଯ୍ୟନ୍ତ ଲଗାତାର ଏସଆଇପି କରନ୍ତି, ତେବେ ୬ ଲକ୍ଷର ନିବେଶ ବଢ଼ି ପ୍ରାୟ ୪୦ ଲକ୍ଷ ହୋଇଯିବ। ୩୦ ବର୍ଷରେ ଏହି ରାଶି ପ୍ରାୟ ୮୦.୯୫ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବ। ଆଉ ଯଦି ଆପଣ ୩୨ ବର୍ଷ ପର୍ଯ୍ୟନ୍ତ ର୍ଧଯ୍ୟ ରଖନ୍ତି, ତେବେ ଏହି ଛୋଟ ଏସଆଇପି ଆପଣଙ୍କୁ ୧ କୋଟି ଟଙ୍କାର  ଫଣ୍ଡ ଦେଇପାରେ।
ତେବେ୨୦୦୦ର ଏସ୍‌ଆଇପି କୌଣସି ବଡ଼ ରାଶି ନୁହେଁ, କିନ୍ତୁ ନିୟମିତତା ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ନିବେଶ ଜାରି ରଖିବା ଦ୍ୱାରା ଏହା ଆପଣଙ୍କ ପାଇଁ ଏକ ବଡ଼ କର୍ପସ ପ୍ରସ୍ତୁତ କରିପାରେ। ଏହି କାରଣରୁ କୁହାଯାଏ ଯେ ଏସ୍‌ଆଇପି ଛୋଟ ନିବେଶକମାନଙ୍କୁ ମଧ୍ୟ କୋଟିପତି କରିପାରେ, କେବଳ ସର୍ତ୍ତ ହେଉଛି ଆପଣ ଏହାକୁ ବନ୍ଦ ନ କରିବା ପ୍ରତି ଧ୍ୟାନ ଦେବେ।

Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri