ରେଙ୍ଗାଲି, ଘଣ୍ଟୁପଡ଼ା ବିଦ୍ୟାଳୟରେ ସ୍ବତନ୍ତ୍ର ଗ୍ରାମ ସଭା ବିଦ୍ୟାଳୟକୁ ସ୍ଥାୟୀ …

କର୍ଲାମୁଣ୍ଡା,୨୧ା୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଅନେକ ବିଦ୍ୟାଳୟରେ ସ୍ଥାୟୀ ଜମି ପଟ୍ଟା ନାହିଁ। ଶୀଘ୍ର ସ୍ଥାୟୀ ପଟ୍ଟା ପ୍ରଦାନ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ବ୍ଲକ ରାଜସ୍ବ ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ସ୍ବତନ୍ତ୍ର ଗ୍ରାମସଭା ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଏହି କ୍ରମରେ ରିଞ୍ଜା ପଞ୍ଚାୟତ ରେଙ୍ଗାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣମୀ ମାଝୀକଙ୍କ ଅଧ୍ୟକ୍ଷତାରେ ସଭା ହୋଇଥିଲା। ଏଥିରେ କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ ଶାଶ୍ୱତ ମିଶ୍ର, ବନପାଳ ସମ୍ପଦ କୁମାର, ପିଇଓ ଜିତୁ ଜାନି, ରେଙ୍ଗାଲି ସିଆର୍‌ସିସି ଉଜ୍ଜ୍ୱଳ କୁମାର ସାହୁ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ କୁନ୍ତ ଭଟ୍ଟ ସୁନା, ୱାର୍ଡମେମ୍ବର ହେମନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ବିଦ୍ୟାଳୟର ୧୮ ଡେସିମିଲ ବିଶିଷ୍ଟ ଜାଗା ଗ୍ରାମ୍ୟ ଜଙ୍ଗଲରେ ରହିଥିବାରୁ ବିଦ୍ୟାଳୟ ନାମରେ ସ୍ଥାୟୀ ପଟ୍ଟା ମିଳିବା ମୁସ୍କିଲ ହେଉଥିଲା। ଗ୍ରାମ ସଭାରେ ଉପସ୍ଥିତ ଗ୍ରାମବାସୀ ବିଦ୍ୟାଳୟ ନାମରେ ସ୍ଥାୟୀ ପଟ୍ଟା ପ୍ରଦାନ ପାଇଁ ଅନୁମୋଦନ କରିଥିବା ଜଣାପଡ଼ିଛି। ସେହିପରି ଘଣ୍ଟୁପଡା ପ୍ରାଥମିକ ବିଦ୍ୟାଳୟଠାରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବୋରପଦର ସରପଞ୍ଚ ସୁବାସ ସାହୁ, ପିଇଓ ପରମାନନ୍ଦ ମାଝୀ, ବନପାଳ ସମ୍ପଦ କୁମାର, ରେଙ୍ଗାଲି ସିଆର୍‌ସିସି ଉଜ୍ଜ୍ୱଳ କୁମାର ସାହୁଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି ବିଦ୍ୟାଳୟ ୬୩ ଡେସିମିଲ ଜମି ଗ୍ରାମ୍ୟ ଜଙ୍ଗଲରେ ରହିଥିବାରୁ ବର୍ତ୍ତମାନ ସୁଦ୍ଧା ସ୍ଥାୟୀ ଜମି ପଟ୍ଟା ମିଳିପାରି ନାହିଁ। ସ୍ଥାୟୀ ପଟ୍ଟା ମିଳିବା ପାଇଁ ଉପସ୍ଥିତ ଜନସାଧାରଣ ଗ୍ରାମ ସଭାରେ ଅନୁମୋଦନ କରିଥିବା ଜଣାପଡ଼ିଛି। ଏ ନେଇ ତହସିଲଦାର ଅରୁଣ ବର୍ଗେଙ୍କୁ ପଚାରିବାରୁ ସ୍ବତନ୍ତ୍ର ଗ୍ରାମ ସଭାରେ ହେଇଥିବା ଅନୁମୋଦନକୁ ସରକାରଙ୍କ ନିକଟକୁ ପଠାଇବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri