Posted inଖେଳ

ଓଜୋଦୀପ୍‌, ଜେସିକାଙ୍କୁ ସିଙ୍ଗଲ୍ସ ଟାଇଟଲ

ଭୁବନେଶ୍ୱର,୩୧ା୧୦,(ସ୍ପୋଟର୍‌ସ ବ୍ୟୁରୋ) : କଟକସ୍ଥିତ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ୧୩ ବର୍ଷରୁ କମ୍‌ ରାଜ୍ୟସ୍ତରୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟ ଆସୋସିଏଶନ ଓ ବ୍ୟାଡ୍‌ମିଣ୍ଟନ ଡେଭେଲପମେଣ୍ଟ କମିଟିର ମିଳିତ ଆନୁକୂଲ୍ୟରେ ଏହି ଟୁର୍ନାମେଣ୍ଟ ଖେଳାଯାଇଛି। ଓଡ଼ିଶାର ବିଭିନ୍ନ ଜିଲାରୁ ପ୍ରାୟ ୧୨୦ରୁ ଅଧିକ ପ୍ରତିଯୋଗୀ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଟୁର୍ନାମେଣ୍ଟରେ ବାଳକ ସିଙ୍ଗଲ୍ସରେ ବାଲେଶ୍ୱରର ଓଜୋଦୀପ୍‌ ମାଝୀ ଚାମ୍ପିୟନ, ସମ୍ବଲପୁରର ଅୟଙ୍କ କୁମାର ସାହୁ ରନର୍ସଅପ୍‌ ହୋଇଥିଲେ। ବାଳିକା ସିଙ୍ଗଲ୍ସରେ ଭଦ୍ରକର ଜେସିକା ସାହୁ ଚାମ୍ପିୟନ୍‌ ଓ କଟକର ସ୍ବାତୀ ନାୟକ ରନର୍ସଅପ୍‌ ରହିଥିଲେ।

ବାଳକ ଡବଲ୍ସରେ ଓଜୋଦୀପ୍‌ ଓ ଖୋର୍ଦ୍ଧାର ନାଥାନିଲ ମାରିଓ ରିଡିମ ଚାମ୍ପିୟନ, ସମ୍ବଲପୁରର ଅୟଙ୍କ କୁମାର ସାହୁ ଓ କଟକର ହର୍ଷିତ ବେହେରା ରନର୍ସଅପ୍‌ ରହିଥିଲେ। ବାଳିକା ଡବଲ୍ସରେ କଟକର ସ୍ବାତୀ ନାୟକ ଓ ଭୁବନେଶ୍ୱରର ନିମିଷା ଓଝା ଚାମ୍ପିୟନ ଏବଂ ଭୁବନେଶ୍ୱରର ନିର୍ଭି ଦାଶ ଓ ସିଦ୍ଧୀକ୍ଷା ପିନ୍ନିଟି ରନର୍ସଅପ୍‌ ହୋଇଥିଲେ। ମିକ୍ସଡ ଡବଲ୍ସରେ ଓଜୋଦୀପ ଓ ଅକ୍ଷିତା ମହାନ୍ତିଙ୍କ ଯୋଡ଼ି ଭଦ୍ରକର ବି. ପ୍ରଣୀତ୍‌ ରେଡ୍ଡୀ ଓ ଜେସିକା ସାହୁଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଥିଲେ। ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ୍‌ ଡବଲ୍ସ ବର୍ଗରେ ଟାଇଟଲ ହାସଲ କରିଛନ୍ତି ବାଲେଶ୍ୱରର ଓଜୋଦୀପ୍‌ ମାଝି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ସଂଘ (ଓଏସ୍‌ବିଏ) ସଭାପତି ମିହିର ରାୟ, ଉପସଭାପତି ପ୍ରଦୀପ ପଟ୍ଟନାୟକ, ଗଭର୍ନିଂ ବଡି ସଦସ୍ୟ ପ୍ରୀତପାଲ ସିଂ, ଶୁଭମ ଶର୍ମା, ସମ୍ପାଦକ ନିଲିନ୍‌ କୁମାର, ପରିଚାଳନା ପରିଷଦ ସଦସ୍ୟ ଶୁଭମ୍‌ ଶେଖରଙ୍କ ସହିତ ଓଏସ୍‌ବିଏ ଡେଭେଲପମେଣ୍ଟ କମିଟି ପକ୍ଷରୁ କାର୍ତ୍ତିକ ଦାସ, କମଲ ଦାସ, ଅନନ୍ତ ନାରାୟଣ ପଟ୍ଟନାୟକ ଓ ଚନ୍ଦନ ଦାସ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri