ମା’ଙ୍କ ମଙ୍ଗଳସୂତ୍ର ପିନ୍ଧିଥାନ୍ତି ଏହି ଲୋକପ୍ରିୟ ଗାୟକ, କାରଣ ଜାଣିଲେ…

ବମ୍ବେ: ବାପାଙ୍କ ମୃତ୍ୟୁ ପରେ ମା’ଙ୍କ ମଙ୍ଗଳସୂତ୍ର ପିନ୍ଧୁଛନ୍ତି ଲୋକପ୍ରିୟ ଗାୟକ ପଳାଶ ସେନ। କଥାଟି ଅନେକଙ୍କୁ ଅଜବ ଲାଗିପାରେ। ହେଲେ ସେ ଯେବେ ବି ଷ୍ଟେଜକୁ ଯାଆନ୍ତି ମଙ୍ଗଳସୂତ୍ର ପିନ୍ଧି ଗାଇବାକୁ ପସନ୍ଦ କରନ୍ତି। ଏକ ସାକ୍ଷାତକାରରେ ଏହି କଥା ବିଷୟରେ ପ୍ରଶଂସକଙ୍କୁ ଜଣାଇଛନ୍ତି।

ପଳାଶ ତାଙ୍କ ମା’ଙ୍କୁ ବହୁତ ଭଲପାଆନ୍ତି। ହେଲେ ବାପା ଚାଲିଯିବା ପରେ ତାଙ୍କ ମା’ ମଙ୍ଗଳସୂତ୍ର ପିନ୍ଧୁ ନ ଥିଲେ। ଏହା ଗାୟକଙ୍କୁ ପସନ୍ଦ ଆସି ନ ଥିଲା। ସେ ଉକ୍ତ ମଙ୍ଗଳସୂତ୍ରକୁ ଆଶୀର୍ବାଦ ଭାବେ ପିନ୍ଧିବା ଆରମ୍ଭ କରିଥିଲେ। ଏହାକୁ ପିନ୍ଧିବା ବେଳେ ମା’ଙ୍କ ଆଶୀର୍ବାଦ ସର୍ବଦା ଥାଏ ବୋଲି ତାଙ୍କୁ ଲାଗିଥାଏ।

ଦେଶ ବିଭାଜନ ସମୟରେ ପଳାଶଙ୍କ ମା’ ମାତ୍ର ୮ ବର୍ଷର ହୋଇଥିଲେ। ସେ ଲାହୋରରୁ ଜମ୍ମୁ ପର୍ଯ୍ୟନ୍ତ ଭାଇଙ୍କୁ ଧରି ଚାଲି ଚାଲି ଆସିଥିଲେ। ୧୭ ବର୍ଷ ବୟସରେ ସେ ଘର ଛାଡ଼ି ଲକ୍ଷ୍ନୌକୁ ଏମ୍‌ବିବିଏସ୍‌ କରିବାକୁ ଚାଲି ଯାଇଥିଲେ। ବ୍ୟକ୍ତିଗତ ଭାବେ ସେ ଜଣେ ଦୃଢ଼ ମହିଳା ବୋଲି ଗାୟକ କହିଛନ୍ତି।

ତେବେ ପଳାଶ ୧୯୯୮ରେ ଦିଲ୍ଲୀରେ ନିଜର ମ୍ୟୁଜିକ୍‌ ବ୍ୟାଣ୍ଡ ‘ୟୁଫୋରିଆ’ ଆରମ୍ଭ କରିଥିଲେ। ଏହାପରେ ୨୦୦୧ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri