Posted inଜାତୀୟ

୭,୫୧୬ କିଲୋମିଟର ଉପକୂଳବର୍ତ୍ତୀ ଅଞ୍ଚଳର ଏକକାଳୀନ ହେବ ସୁରକ୍ଷା ପରିଚାଳନା…

ନୂଆଦିଲ୍ଲୀ,୧୬।୧୧ : ଦୁଇ ଦିନିଆ ଉପକୂଳ ପ୍ରତିରକ୍ଷା ସମରାଭ୍ୟାସ ସାଗର ଭିଜିଲ ଏବଂ ଟ୍ରୋପେକ୍ସ (ଥିଏଟର ସ୍ତରର ପ୍ରସ୍ତୁତି ଅପରେଶନ ଅଭ୍ୟାସ) ଭାରତୀୟ ନୈସେନାର ନେତୃତ୍ୱରେ ଆରମ୍ଭ ହୋଇଛି। ୭,୫୧୬ କିଲୋମିଟର ଉପକୂଳବର୍ତ୍ତୀ ଅଞ୍ଚଳର ଏକକାଳୀନ ସୁରକ୍ଷା ପରିଚାଳନା ହେବ। ଏହା ହେଉଛି ତୃତୀୟ ସଂସ୍କରଣ ଯାହାକି ୨୬/୧୧ ଆକ୍ରମଣ ପରେ ଦେଶର ଉପକୂଳ ସୀମାକୁ ସୁରକ୍ଷିତ ରଖିବା ପାଇ ୨୦୧୮ ରେ ଆରମ୍ଭ ହୋଇଥିଲା ।

ସାଗର ଭିଜିଲର ସଂକଳ୍ପ ହେଉଛି ଏକକାଳୀନ ସମଗ୍ର ଦେଶର କୋଷ୍ଟାଲ ସିକ୍ୟୁରିଟି ମେକାନିଜିମକୁ ସକ୍ରିୟ କରିବା ଏବଂ କୋଷ୍ଟାଲ ଡିଫେନ୍ସ ମେକାନିଜିମର ଏକ ବିସ୍ତୃତ ମୂଲ୍ୟାଙ୍କନ କରିବା । ସେହି ସମୟରେ,ଟ୍ରୋପେକ୍ସ ଅଧୀନରେ, ସୁରକ୍ଷା ବାହିନୀର ସାମର୍ଥ୍ୟ, ଦୁର୍ବଳତା ଏବଂ ଆବଶ୍ୟକତାକୁ ମୂଲ୍ୟାଙ୍କନ କରାଯାଏ । ଏହି ଅଭ୍ୟାସ ସମଗ୍ର ୭,୫୧୬ କିଲୋମିଟର ଲମ୍ବା ଉପକୂଳବର୍ତ୍ତୀ ଏବଂ ଏକ୍ସକ୍ଲୁସିଭ ଇକୋନୋମିକ ଜୋନ ସହିତ ଏକ ସମୟରେ କରାଯାଇଥାଏ। ଏଥିରେ ମତ୍ସ୍ୟଜୀବୀ ସମ୍ପ୍ରଦାୟରୁ ଉପକୂଳ ସମ୍ପ୍ରଦାୟ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ପର୍ଯ୍ୟନ୍ତ ଲୋକଙ୍କୁ ସାମିଲ କରାଯାଇଥାଏ।

ଏହି ମିଳିତ ସମରାଭ୍ୟାସ ଭାରତୀୟ ନୈସେନା, କୋଷ୍ଟଗାର୍ଡ, କଷ୍ଟମ୍ସ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଏଜେନ୍ସିର ସାମୁଦ୍ରିକ ସୁରକ୍ଷା ଚ୍ୟାଲେଞ୍ଜ ଏବଂ ସାମର୍ଥ୍ୟର ମୂଲ୍ୟାଙ୍କନ କରିଥାଏ। ପ୍ରତିରକ୍ଷା ମନ୍ତ୍ରଣାଳୟ ନେତୃତ୍ୱରେ ଏହା କାର୍ଯ୍ୟକାରୀ ହୋଇଥାଏ। ଏଥି ସହିତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହାକୁ ସଂଯୋଜନା କରୁଥିବାବେଳେ ପରିବହନ ଏବଂ ଜଳପଥ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ମତ୍ସ୍ୟଜୀବୀ, ପଶୁପାଳନ ଏବଂ ଦୁଗ୍ଧ, କଷ୍ଟମ୍ସ ସହିତ ଅନେକ କେନ୍ଦ୍ରୀୟ ଏଜେନ୍ସି ଏବଂ ରାଜ୍ୟ ସରକାର ଏଥିରେ ଜଡିତ ଅଛନ୍ତି।

ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ୨୦୦୮ ମସିହାରେ ନଭେମ୍ବର ୨୬ ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଭଳି ଘଟଣା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପଡୋଶୀ ଅଞ୍ଚଳ ମଧ୍ୟରେ ମିଳିତ ସମରାଭ୍ୟାସ ସହିତ ମଧ୍ୟବର୍ତ୍ତୀ ଉପକୂଳବର୍ତ୍ତୀ ରାଜ୍ୟଗୁଡିକରେ ନିୟମିତ ଭାବରେ ଛୋଟ-ଛୋଟ ଅଭ୍ୟାସ ଏହା ଅନ୍ତର୍ଗତ କରାଯାଇଥାଏ। ଏହା ନଭେମ୍ବର ୧୫ ଏବଂ ୧୬ ଦୁଇଦିନ ଧରି ଅନୁଷ୍ଠିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri