Posted inଜାତୀୟ

ସିଆର୍‌ପିଏଫ୍‌ର ନେତୃତ୍ୱ ନେବେ ସିମରନ୍‌ ବାଲା

ନୂଆଦିଲ୍ଲୀ,୨୨ା୧: ଜାନୁଆରୀ ୨୬ରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ପାଳନ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍‌ରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ନେତୃତ୍ୱ ନେବେ ଜମ୍ମୁ-କଶ୍ମୀରର ସିମରନ୍‌ ବାଲା। ୨୬ ବର୍ଷୀୟା ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ସିମରନ୍‌ଙ୍କ ନେତୃତ୍ୱରେ ପୁରୁଷ କଣ୍ଟିନ୍‌ଜେଣ୍ଟ ପକ୍ଷରୁ ପରେଡ୍‌ କରାଯିବ। ପୂର୍ବରୁ ମହିଳା ଅଫିସରମାନେ ସିଆର୍‌ପିଏଫ୍‌ର କେବଳ ମହିଳା କଣ୍ଟିନ୍‌ଜେଣ୍ଟର ନେତୃତ୍ୱ ନେଇଥିବାବେଳେ ଏଥର ଏହି ବାର୍ଷିକ ଇଭେଣ୍ଟରେ ପ୍ରଥମ ଥର ପାଇଁ ଜଣେ ମହିଳା ୧୪୦ରୁ ଊର୍ଦ୍ଧ୍ୱ ପୁରୁଷ ଯବାନଙ୍କୁ କମାଣ୍ଡ କରିବାକୁ ଯାଉଛନ୍ତି। ରାଜୌରି ଜିଲାର ସିମରନ୍‌ ସିଆର୍‌ପିଏଫ୍‌ରେ ଯୋଗଦେବାରେ ତାଙ୍କ ଜିଲାରୁ ପ୍ରଥମ ମହିଳା। ସେ ଜମ୍ମୁର ଗାନ୍ଧୀନଗର ମହିଳା ସରକାରୀ କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ। ୨୦୨୫ ଏପ୍ରିଲରେ ସେ ସିଆର୍‌ପିଏଫ୍‌ରେ ଯୋଗଦେଇଥିଲେ।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଇରାନକୁ ଫୋନ୍‌ କଲା ଭାରତ, ଆଲୋଚନା ମଧ୍ୟରେ ଘଟିଲା…ବିଶ୍ୱରେ ଚହଳ

  ନୂଆଦିଲ୍ଲୀ,୧୧।୩: ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଜୟଶଙ୍କର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ…

ମନ୍ଥର ଗତିରେ ଚାଲିଛି ମେଗା ପାନୀୟ ପ୍ରକଳ୍ପ: ଲାଗିରହିଛି ଜଳ ସମସ୍ୟା

ଲୋଇସିଂହା,୧୧ା୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବଡଟୀକା ପଞ୍ଚାୟତ ବଡଟୀକା ସଦର ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଗ୍ରାମକୁ ମେଗା ପ୍ରକଳ୍ପ ଜରିଆରେ ପଇିବା…

ଆଦାନୀ ହାତକୁ ଯିବ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ

ପାରାଦୀପ,୧୧ା୩(ଶରତ ରାଉତ):ରାଜ୍ୟରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବ୍ୟାପକ ପ୍ରଚାର ପ୍ରସାର ହେଉଛି। କିନ୍ତୁ ଓଡ଼ିଆଙ୍କ ପ୍ରାଚୀନ ସଂସ୍କୃତି ସହ ଜଡ଼ିତ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ ଏବେ…

ଘଡ଼ଘଡ଼ି, ବିଜୁଳି ସହିତ ୩୦ରୁ ୪୦ କି.ମି. ବେଗରେ ବହିବ ପବନ: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୧ା୩ (ବନ୍ଦନା ସେଠୀ):ଦକ୍ଷିଣ ଝାଡ଼ଖଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପରିସରରୁ ଏକ ଟ୍ରଫ୍‌ ଲାଇନ୍‌ ଆଭ୍ୟନ୍ତରୀଣ ଓଡ଼ିଶା, ଛତିଶଗଡ଼ ଏବଂ ବିଦର୍ଭ ଦେଇ ୦.୯ କିଲୋମିଟର ଉଚ୍ଚତାରେ…

ଏହି ଦିନ ଆସିବ ପିଏମ୍‌ କିଷାନର ୨୨ତମ କିସ୍ତି

ନୂଆଦିଲ୍ଲୀ,୧୧ା୩(ପି.ଟି.):ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ)ର ୨୨ତମ କିସ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୩ ତାରିଖରେ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ଡିଜିଟାଲି ଟ୍ରାନ୍ସଫର କରିବେ। ୯.୩୨…

ରୋଷେଇ ଘରେ ଯୁଦ୍ଧ ଯନ୍ତ୍ରଣା

ନୂଆଦିଲ୍ଲୀ(ପି.ଟି./ଏଜେନ୍ସି)/ ଭୁବନେଶ୍ୱର(ରବିନାରାୟଣ ଜେନା),୧୧ା୩: ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲ୍‌ ପକ୍ଷରୁ ମିଳିତ ଆକ୍ରମଣ ଯୋଗୁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଜଳପଥ ଦେଇ ପ୍ରାକୃତିକ ବାଷ୍ପ ଭାରତକୁ…

ବିଜେଡିକୁ ଶକ୍ତ ଝଟ୍‌କା, ଦଳ ଛାଡିଲେ ବଡ଼ ନେତା

ଭୁବନେଶ୍ୱର,୧୦।୩: ବିଜେଡିକୁ ଶକ୍ତ ଝଟ୍‌କା। ଦଳରୁ ଇସ୍ତଫା ଦେଲେ ବାଲେଶ୍ୱରର ପୂର୍ୱତନ ଏମପି ରବୀନ୍ଦ୍ର ଜେନା । ବାଲେଶ୍ୱରର ପୂର୍ୱତନ ଏମପି ରବୀନ୍ଦ୍ର ଜେନା ବିଜୁ ଜନତା…

ଆଶ୍ରମ ବିଦ୍ୟାଳୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ତଥ୍ୟରେ ତାଳମେଳ ନ ଥିବାରୁ ବଢୁଛି ଉତ୍ତେଜନା, ବାହୁନି କାନ୍ଦୁଛନ୍ତି ମା’  

ପଟ୍ଟାଙ୍ଗି/ସୁନାବେଡା, ୧୦।୩ (ଶରତ କୁମାର ଧଳ/କୃତ୍ତିବାସ ପ୍ରଧାନ): ଜବାହାର ନବୋଦୟ ବିଦ୍ୟାଳୟର ତିନି ଛାତ୍ରଙ୍କ ମୃତ୍ୟୁ ଘଟଣାର ମାତ୍ର ତିନି ଦିନ ପରେ ପୁଣି ଜଣେ ଆଶ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri