ନୂଆଦିଲ୍ଲୀ,୨୨ା୧: ଜାନୁଆରୀ ୨୬ରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ପାଳନ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍ରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍ପିଏଫ୍)ର ନେତୃତ୍ୱ ନେବେ ଜମ୍ମୁ-କଶ୍ମୀରର ସିମରନ୍ ବାଲା। ୨୬ ବର୍ଷୀୟା ସିଆର୍ପିଏଫ୍ କମାଣ୍ଡାଣ୍ଟ ସିମରନ୍ଙ୍କ ନେତୃତ୍ୱରେ ପୁରୁଷ କଣ୍ଟିନ୍ଜେଣ୍ଟ ପକ୍ଷରୁ ପରେଡ୍ କରାଯିବ। ପୂର୍ବରୁ ମହିଳା ଅଫିସରମାନେ ସିଆର୍ପିଏଫ୍ର କେବଳ ମହିଳା କଣ୍ଟିନ୍ଜେଣ୍ଟର ନେତୃତ୍ୱ ନେଇଥିବାବେଳେ ଏଥର ଏହି ବାର୍ଷିକ ଇଭେଣ୍ଟରେ ପ୍ରଥମ ଥର ପାଇଁ ଜଣେ ମହିଳା ୧୪୦ରୁ ଊର୍ଦ୍ଧ୍ୱ ପୁରୁଷ ଯବାନଙ୍କୁ କମାଣ୍ଡ କରିବାକୁ ଯାଉଛନ୍ତି। ରାଜୌରି ଜିଲାର ସିମରନ୍ ସିଆର୍ପିଏଫ୍ରେ ଯୋଗଦେବାରେ ତାଙ୍କ ଜିଲାରୁ ପ୍ରଥମ ମହିଳା। ସେ ଜମ୍ମୁର ଗାନ୍ଧୀନଗର ମହିଳା ସରକାରୀ କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ। ୨୦୨୫ ଏପ୍ରିଲରେ ସେ ସିଆର୍ପିଏଫ୍ରେ ଯୋଗଦେଇଥିଲେ।
Dharitri – The Largest & Most Trusted Odia Daily

