ମାଳତୀଙ୍କୁ ଆଜି ବି ମନେପକାନ୍ତି ସିମନବାଡି ପଞ୍ଚାୟତବାସୀ: ଲୋକଙ୍କ ପାଇଁ କାମ କରି ଚର୍ଚ୍ଚାରେ…

ଦାରିଙ୍ଗବାଡି,୨୦।୧(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ମାଳତୀ ସାହୁଙ୍କୁ ଆଜିବି ମନେପକାନ୍ତି ପଞ୍ଚାୟତବାସୀ। ମଙ୍ଗଳବାର ପଞ୍ଚାୟତରେ  ତାଙ୍କର ସ୍ମୃତି ଚାରଣ ହୋଇଛି।
ପ୍ରକାଶ ଯେ, ସ୍ବର୍ଗତ ମାଳତୀ ଉକ୍ତ ପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ ଥିଲେ। ସେ ୧୯୯୭ରେ ନିର୍ବାଚତ ହୋଇ  ସରପଞ୍ଚ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ପୁର୍ବରୁ ତାଙ୍କ ସ୍ବାମୀ ସ୍ବର୍ଗତ ମଧୁସୂଦନ ସାହୁ ମଧ୍ୟ ଉକ୍ତ ପଞ୍ଚାୟତରେ ଦୁଇଥର  ସରପଞ୍ଚ ଭାବେ ଶାସନ ଭାର ହାତକୁ ନେଇଥିଲେ।  ପ୍ରଥମେ ସେ ୧୯୮୮ ଏବଂ ୧୯୯୫ ରେ ସରପଞ୍ଚ ଭାବେ ନିର୍ବାଚିତ  ହୋଇ ଦାୟିତ୍ୱ ତୁଲାଇଥିଲେ।
ଗତ ବର୍ଷ ୨୦ ଜାନୁଆରୀ ପୂର୍ବତନ ସରପଞ୍ଚ ସ୍ବର୍ଗତ ମାଳତୀଙ୍କ ବିୟୋଗ ଘଟିଥିଲା। ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧ ଦିବସ ଏହି ଅବସରରେ ତାଙ୍କ ପରିବାର ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଗୋଟିଏ ଦଶନ୍ଧି ପୂର୍ବରୁ ମାଳତୀଙ୍କ ସ୍ବାମୀ ସ୍ବର୍ଗତ ମଧୁସୂଦନଙ୍କ ବିୟୋଗ ପରେ ୨୦୧୬ରେ ତାଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏବେ ତାଙ୍କ ନିକଟରେ ପୂର୍ବତନ ସରପଞ୍ଚ ମାଳତୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।
ସୂଚନା ଯୋଗ୍ୟଯେ, ଉକ୍ତ  ଦମ୍ପତ୍ତି ସରପଞ୍ଚ ଭାବେ କାର୍ଯ୍ୟକାଳ ସମୟରେ ଅଞ୍ଚଳବାସୀଙ୍କୁ ଉତ୍ତମ ସେବା ଯୋଗାଇ ଚର୍ଚ୍ଚାରେ ରହିଥିଲେ। ଯାହା ସିମନବାଡି ପଞ୍ଚାୟତବାସୀ ସ୍ବର୍ଗତ ମାଳତୀ ଏବଂ ତାଙ୍କ ସ୍ବାମୀ ସ୍ବର୍ଗତ ମଧୁସୁଦନଙ୍କୁ ମନେ ପକାଉଛନ୍ତି।
Dharitri – Odisha’s No.1 Odia Daily