ସିମ୍‌ବକ୍ସ ନେଟ୍‌ୱର୍କ:ଢାକାରୁ ସ୍ମାର୍ଟ ସୁଇଚ୍‌ରେ କରୁଥିଲେ ଅପରେଟ୍‌

ଭୁବନେଶ୍ୱର,୨୩ା୮(ସତ୍ୟଜିତ୍‌ ରାଉତ):ସିମ୍‌ବକ୍ସ ନେଟ୍‌ୱର୍କ ମାମଲାରେ କମିଶନରେଟ୍‌ ପୋଲିସ ବଙ୍ଗୀୟ ଏଜେଣ୍ଟ ରାଜୁ ମଣ୍ଡଳଙ୍କୁ ରିମାଣ୍ଡରେ ଆଣି ଜେରା କରିବାବେଳେ ନୂଆ ନୂଆ ତଥ୍ୟ ମିଳିବାରେ ଲାଗିଛି। ମାଷ୍ଟରମାଇଣ୍ଡ ବାଂଲାଦେଶର ଆଶାଦ୍ଦୁର ଜମାନ୍‌ଙ୍କ ଫଟୋ ମିଳିଥିବାବେଳେ ତାଙ୍କ ବିଷୟରେ ମଧ୍ୟ ପୋଲିସ ଅଧିକ କିଛି ଜାଣିବାକୁ ପାଇଛି। ଆଶାଦ୍ଦୁର ବାଂଲାଦେଶର ଢାକାରେ ରହି ସିମ୍‌ବକ୍ସ ସେଟ୍‌ଅପ୍‌କୁ ସ୍ମାର୍ଟ ସୁଇଚ୍‌ ଜରିଆରେ ଅପରେଟ୍‌ କରୁଥିଲେ ବୋଲି ପୋଲିସ କମିଶନର ସଞ୍ଜୀବ ପଣ୍ଡା ଗୁରୁବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
କମିଶନରଙ୍କ ସୂଚନା ଅନୁଯାୟୀ, ଆଶାଦ୍ଦୁର ଢାକାରେ ‘ଆଇକନ୍‌ ଟେକ୍ନୋଲୋଜି’ ନାଁରେ ଏକ ସଫ୍ଟୱୟାର କମ୍ପାନୀ କରିଛନ୍ତି। ସେ ଭୁବନେଶ୍ୱର ଓ ରାଞ୍ଚତ୍ରେ ଥିବା ସିମ୍‌ବକ୍ସ ସେଟ୍‌ଅପ୍‌ରେ ଦୁଇଟି ସ୍ମାର୍ଟ ସୁଇଚ୍‌ ଲଗାଇଥିଲେ। ଏହି ସ୍ମାର୍ଟ ସୁଇଚ୍‌ ଜରିଆରେ ଆଶାଦ୍ଦୁର ସିମ୍‌ବକ୍ସକୁ ଢାକାରୁ ଅପରେଟ୍‌ କରିପାରୁଥିଲେ। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଓ ଗୃହ ମନ୍ତ୍ରଣାଳୟର ଡିପାର୍ଟମେଣ୍ଟ୍‌ ଅଫ୍‌ ଟେଲିକମ୍ୟୁନିକେଶନ୍ସ(ଡିଓଟି) ଟିମ୍‌ ରାଜୁଙ୍କୁ ଜେରା କରି ବହୁ ତଥ୍ୟ ପାଇଛି। ଅନ୍ୟପଟେ ସିମ୍‌ବକ୍ସ ସମେତ ଜବତ ହୋଇଥିବା କିଛି ସିମ୍‌ର କଲ୍‌ ଡିଟେଲ୍ସ ରିପୋର୍ଟ (ସିଡିଆର୍‌) ଆସିଥିବାବେଳେ ଏହାକୁ କମିଶନରେଟ ପୋଲିସ ଟିମ୍‌ ଯାଞ୍ଚ କରୁଛି। ଏଥିସହ ସିମ୍‌ଗୁଡିକରୁ କଲ୍‌ ଯାଇଥିବା ଲୋକମାନଙ୍କ ତଥ୍ୟ ହାସଲ କରାଯାଉଛି। ତେବେ ରାଜୁଙ୍କ ୫ ଦିନିଆ ରିମାଣ୍ଡ ଅବଧି ସରୁଥିବା ବେଳେ ତାଙ୍କୁ ପୁଣି ଥରେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ରିମାଣ୍ଡରେ ଅଣାଯିବ। ୭ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯିବ ବୋଲି କମିଶନର ପଣ୍ଡା କହିଛନ୍ତି। ତେବେ ଆଶାଦ୍ଦୁରଙ୍କ ଫଟୋ ଦେଖାଇ ଘର ମାଲିକ, ପଡ଼ୋଶୀଙ୍କୁ ପଚରାଉଚରା କରାଯାଇ ପ୍ରମାଣ ଯୋଗାଡ଼ କରାଯିବା ସହ ଇଣ୍ଟରପୋଲ୍‌ ସହାୟତାରେ ରାଜୁଙ୍କୁ ଗିରଫ କରାଯିବ ବୋଲି କମିଶନର ପଣ୍ଡା କହିଛନ୍ତି। ଉଲ୍ଲେଖ୍ୟ ଯୋଗ୍ୟ, ଗୋଇନ୍ଦା ସୂଚନା ଆଧାରରେ କମିଶନରେଟ୍‌ ପୋଲିସ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ମଙ୍ଗରାଜ ପଏଣ୍ଟ ନିକଟ ମହାଦେବ ନଗରସ୍ଥିତ କୋଠା (ଖାନ୍‌ ମଞ୍ଜିଲ୍‌)ରେ ଚଢ଼ାଉ କରିଥିଲା। ଗତ ୧୬ ତାରିଖରେ ରାଜୁଙ୍କୁ ଗିରଫ କରିବା ସହ ୭ଟି ସିମ୍‌ବକ୍ସ, ୫୦୦ରୁ ଊର୍ଦ୍ଧ୍ୱ ସିମ୍‌ ଆଦି ଜବତ କରିଥିଲା। ପରେ କଟକ ଏବଂ ରାଞ୍ଚତ୍ରେ ଏହି ନେଟ୍‌ୱର୍କର ଗୁମର ଖୋଲିବା ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri