ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍ଘାଟିତ ହୋଇଛି। ଏହି ପ୍ରତିଯୋଗିତା ଦୀର୍ଘ ୪ ଦିନ ଧରି ଚାଲିଯିବ ।ପ୍ରଥମ ଦିନରେ ଭାରତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ଦୀପା ରାଣୀ ମଲ୍ଲିକ ୪୮ କିଲୋ ଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ସୁନାମ ଆଣିଛନ୍ତି।
ସୂଚନାଯୋଗ୍ୟ, ଚିକିଟିଗଡ଼ ସ୍ଥିତ ରାଜଲକ୍ଷ୍ମୀ ବାଳିକା ବିଦ୍ୟାପୀଠର ଦଶମ ଶ୍ରେଣୀ ଦୀପା ରାଣୀ ପାଠ ପଢ଼ନ୍ତି l ଚିକିଟି ପେଣ୍ଠ ସ୍ଥିତ ଇଣ୍ଡୋ ଷ୍ଟାଡ଼ିୟମରେ ଦାମିନୀ ସାହୁଙ୍କ ତତ୍ୱାବଧାନରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।