ବଳଙ୍ଗା ଘଟଣାର ରହସ୍ୟ ଖୋଲିବ ରୁପା ମୁଦି: ସବୁ ଖୋଲି କହିଦେଲେ ପୀଡ଼ିତା

ବଳଙ୍ଗା/ଭୁବନେଶ୍ୱର,୨୬ା୭ (କେଦାରେଶ୍ୱର ନନ୍ଦ/ ରବିନାରାୟଣ ଜେନା):ପୁରୀ ଜିଲାର ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ୭ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି। ଏହି ଘଟଣାରେ ପୋଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। ତଦନ୍ତ ଜାରି ରହିଥିବାବେଳେ ଘଟଣାସ୍ଥଳରୁ ପୋଲିସକୁ ମିଳିଥିବା ଏକ ରୁପାମୁଦି ଅନେକ ରହସ୍ୟ ଉନ୍ମୋଚନ କରିପାରେ ବୋଲି ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ଶୁକ୍ରବାର ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଥିବା ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ଭିଡିଓ ମାଧ୍ୟମରେ ବୟାନ ରେକର୍ଡ କରାଯାଇଛି। ବୟାନ ରେକର୍ଡ ସମୟରେ ଡାକ୍ତର, ଜଣେ ମାଜିଷ୍ଟ୍ରେଟ୍‌, ବଳଙ୍ଗା ଥାନା ପୋଲିସ, ଓଡ଼ିଶା କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ ଏବଂ ପୀଡ଼ିତାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। କ୍ରାଇମବ୍ରାଞ୍ଚକୁ ଏହି ବୟାନରୁ ଅଧିକ ତଥ୍ୟ ମିଳିଥିବାବେଳେ ତଦନ୍ତ ତ୍ୱରାନ୍ବିତରେ ବେଶ୍‌ ସହାୟକ ହେବ ବୋଲି କୁହାଯାଉଛି। ଗୁରୁବାର ପୀଡ଼ିତାଙ୍କର ସ୍କିନ୍‌ ଗ୍ରାଫ୍ଟିଂ ସର୍ଜରି କରାଯାଇଥିବା ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଘଟଣା ଘଟିବା ପରଠାରୁ ଓଡ଼ିଶା ପୋଲିସ, କ୍ରାଇମବ୍ରାଞ୍ଚ ଓ ସ୍ପେଶାଲ ବ୍ରାଞ୍ଚ ବିଭିନ୍ନ ଦିଗକୁ ନେଇ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଘଟଣାସ୍ଥଳରୁ ଏକ ରୁପାମୁଦି ଜବତ କରାଯାଇଛି। ଗୁରୁବାର ରାତିରେ ଜଣେ ସୁନା ଦୋକାନୀଙ୍କୁ ପୋଲିସ ଏହି ରୁପାମୁଦି ବିଷୟରେ ଅଧିକ ପଚରାଉଚରା କରିଛି। ବଳଙ୍ଗା ବଜାରସ୍ଥିତ କ୍ରିଷ୍ଣା ଜୁଏଲାରିରୁ ପ୍ରାୟ ଦୁଇରୁ ଅଢେଇ ମାସ ତଳେ ପୀଡ଼ିତାଙ୍କ ଘର ନିକଟରେ ଥିବା ଜଣେ ନାବାଳିକା ସାଙ୍ଗ ଏହି ମୁଦିଟି କିଣିଥିବା ସୂଚନା ମିଳିଛି। କିଛିଦିନ ତଳେ ପୋଲିସ ସମ୍ପୃକ୍ତ ନାବାଳିକାଙ୍କୁ ପଚରଉଚରା କରିଥିଲା। ତେବେ ଘଟଣାସ୍ଥଳକୁ ମୁଦିଟି କିପରି ଗଲା, ଆଗକୁ ତଦନ୍ତ ପରେ ତାହା ଜଣାପଡ଼ିବ। ପୋଲିସ ସମ୍ପୃକ୍ତ ନାବାଳିକାଙ୍କୁ ପୁଣି ପଚରାଉଚରା କରିଥିବା ଜଣାପଡ଼ିଛି। ଚଳିତମାସ ୨୦ ତାରିଖରେ ବଳଙ୍ଗା ପୀଡ଼ିତାଙ୍କୁ ଉତ୍ତମ ଚିକିତ୍ସା ଲାଗି ନୂଆଦିଲ୍ଲୀସ୍ଥିତ ଏମ୍‌ସକୁ ଏୟାର ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା। ପୀଡ଼ିତାଙ୍କ ଶରୀରର ୭୫ ଭାଗ ପୋଡ଼ି ଯାଇଥିବାବେଳେ ତାଙ୍କୁ ବର୍ନ ଓ ପ୍ଲାଷ୍ଟିକ ୟୁନିଟ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri