ଲକ୍ଷେ ଟପିଲା ରୁପା ଦର

ଭୁବନେଶ୍ୱର,୨୮।୯: (ଅଭୟ ଦାଶ): ପାର୍ବଣ ପୂର୍ବରୁ ପାରମ୍ପରିକ ଅଳଙ୍କାରଠାରୁ ମୂଲ୍ୟବାନ୍‌ ଗହଣାର ଦାମ୍‌ ରେକର୍ଡସ୍ତରରେ ପହଞ୍ଚତ୍ଛି। ଏପରିକି ଉଭୟ ଜାତୀୟ ଓ ଘରୋଇ ବଜାରରେ ସୁନା ଦର ସର୍ବୋଚ୍ଚ ସ୍ତର ଛୁଇଁଥିଲାବେଳେ ଭୁବନେଶ୍ୱରରେ ରୁପା କିଲୋ ଲକ୍ଷେ ଉପରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଆମଦାନୀ ହ୍ରାସ କାରଣରୁ ସୁନା, ରୁପା ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଗହଣାର କଞ୍ଚାମାଲ ଦର ବୃଦ୍ଧି ପାଇଥିଲାବେଳେ ଗହଣା ବଜାରରେ ମଧ୍ୟ କ୍ରମାଗତ ଭାବେ ଦର ବୃଦ୍ଧି ହୋଇଚାଲିଛି।
ସେହିଭଳି ଭୁବନେଶ୍ୱରରେ ଶୁକ୍ରବାର ରୁପା ୧ କିଲୋଗ୍ରାମର ଦାମ ୧,୦୨,୦୦୦ ଟଙ୍କାରେ କାରବାର ହେଉଥିଲାବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୭,୪୫୦ ଟଙ୍କାରେ ପହଞ୍ଚତ୍ଛି। ଏପରିକି ୨୨ କ୍ୟାରେଟ ସୁନା ୧୦ଗ୍ରାମ ପିଛା ୭୧,୦୦୦ ଟଙ୍କାର କାରବାର ହେଉଥିଲାବେଳେ ୧୮ କ୍ୟାରେଟ ସୁନା ୧୦ଗ୍ରାମ ପିଛା ୫୮,୦୯୦ ଟଙ୍କାରେ ବ୍ରିକି ହେଉଛି ବୋଲି ଭୁବନେଶ୍ୱରର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ସେହିପରି ନୂଆଦିଲ୍ଲୀରେ ରୁପା ୧ କି.ଗ୍ରା.ର ଦାମ ୯୮,୦୦୦ ଟଙ୍କାରେ କାରବାର ହେଉଥିଲାବେଳେ ୨୪ କ୍ୟାରେଟ ସୁନା ୧୦ଗ୍ରାମ ପିଛା ୭୭,୧୮୩ ଟଙ୍କାରେ ପହଞ୍ଚତ୍ଛି। ଏପରିକି ୨୨ କ୍ୟାରେଟ ସୁନା ୧୦ଗ୍ରାମ ପିଛା ୭୦,୭୬୦ ଟଙ୍କାର କାରବାର ହେଉଥିଲା ବେଳେ ୧୮ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ପ୍ରାୟ ୫୯,୦୦୦ଟଙ୍କାରେ ବ୍ରିକି ହେଉଛି। ଅପରପକ୍ଷରେ କୋଲକାତା, ଚେନ୍ନାଇ ଏବଂ ମୁମ୍ବାଇ ଭଳି ସହରରେ ରୁପା କେଜି ପ୍ରତି ୯୮,୮୦୦ ଟଙ୍କା,୧,୦୩,୬୦୦ ଟଙ୍କା ଏବଂ ୯୭,୫୦୦ଟଙ୍କାରେ କାରବାର ହେଉଛି। ଏପରିକି ଉପରୋକ୍ତ ସହରଗୁଡିକରେ ସୁନା ଦର ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୭,୦୩୫ ଟଙ୍କା, ୭୭୦୩୧ ଟଙ୍କା ଏବଂ ୭୭୦୩୭ ଟଙ୍କାରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri