ଷ୍ଟେଜରେ ନିଆଁ ଲଗାଇଲେ ନିଶା ମହାରାଣା, ବସି ଦେଖୁଥିଲେ ପୋଲିସ ବାବୁ!

ବଲାଙ୍ଗୀର,୧୬।୧: ଚର୍ଚ୍ଚିତ ଯାତ୍ରା ଡ୍ୟାନ୍ସର ନିଶା ମହାରାଣାଙ୍କୁ ନେଇ ବଲାଙ୍ଗୀର ଜିଲାରେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଅଭିଯୋଗ ହୋଇଛି ଯେ, ଯେଉଁ ଯାତ୍ରା ମଞ୍ଚରେ ନିଶା ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ, ତାହାକୁ ଜଣେ ପୋଲିସ ଅଧିକାରୀ ହିଁ ଉଦ୍‌ଘାଟନ କରିଥିଲେ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗତ ଜାନୁଆରୀ ୧୨ ତାରିଖରେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଅଞ୍ଚଳରେ ଏକ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଚନ୍ଦନଭାଟି ଫାଣ୍ଡି ଅଧିକାରୀ ରଞ୍ଜିତ ପ୍ରଧାନ ଏହି ଶୋ’କୁ ଉଦ୍‌ଘାଟନ କରିଥିଲେ। କେବଳ ସେତିକି ନୁହେଁ, ମଞ୍ଚରେ ଅଶ୍ଳୀଳ ନୃତ୍ୟ ଚାଲିଥିବା ସମୟରେ ପୋଲିସ ବାବୁ ଜଣକ ଦର୍ଶକଙ୍କ ଗହଣରେ ବସି ନାଚ ଦେଖୁଥିଲେ ମଧ୍ୟ କୌଣସି ଆପତ୍ତି କରିନଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

ଏହି ଘଟଣା ପରେ ପୋଲିସ ପକ୍ଷରୁ ଯାତ୍ରା କାର୍ଯ୍ୟକ୍ରମର ଦୁଇ ଜଣ ଆୟୋଜକଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ଜାମିନ ମିଳିଥିବା ସୂଚନା ମିଳିଛି।

ଅଶ୍ଳୀଳ ନୃତ୍ୟ ପରିବେଷଣ ଅଭିଯୋଗରେ ବଲାଙ୍ଗୀର ସଦର ଥାନାରେ ନିଶା ମହାରାଣାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ନିଶାଙ୍କୁ ଗିରଫ କରିବା ପାଇଁ ବଲାଙ୍ଗୀର ପୋଲିସର ଏକ ଟିମ୍ ଭୁବନେଶ୍ୱରରେ ଡେରା ପକାଇଛି।

ସାଧାରଣରେ ଶାଳୀନତା ରକ୍ଷା କରିବା ପାଇଁ ପୋଲିସର ଦାୟିତ୍ୱ ଥିବାବେଳେ, ଜଣେ ଅଧିକାରୀଙ୍କ ଉପସ୍ଥିତିରେ ଏଭଳି ଅଭଦ୍ରାମି କିପରି ଚାଲିଥିଲା, ସେ ନେଇ ସାଧାରଣ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଯାତ୍ରାର ପାରମ୍ପରିକ ଗାରିମା ନଷ୍ଟ କରୁଥିବା ଏଭଳି ନୃତ୍ୟକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ଯାତ୍ରାପ୍ରେମୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ହତ୍ୟା ଘଟଣାର ଫିଟିଲା ଗୁମର: ବଡ଼ଭାଇ ସୁପାରି ଦେଇ…

ବଲାଙ୍ଗୀର,୧୭/୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ତେଲ ନଦୀ ବ୍ରିଜ ତଳୁ ଜାନୁଆରୀ ଏକ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ...

ରାଜ୍ୟର ସବୁ ଥଣ୍ଡା ସହର ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୧୭।୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଚଳିତ ଶୀତ ଋ଼ତୁରେ ଓଡ଼ିଶାରେ ସବୁଠାରୁ କମ ତାପମାତ୍ରା ଓ ଶୀତଳତମ ସହର କନ୍ଧମାଳ ଜିଲାର ଜି.ଉଦୟଗିରି। ହାଡ଼ଭଙ୍ଗା ଶୀତରେ...

ଦେବୀ ପ୍ରସାଦଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଛୁଟିଲା ଶୁଭେଚ୍ଛାର ସୁଅ

ରାଇକିଆ,୧୭।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ବିଜୁ ଜନତା ଦଳର ନୂତନ ଭାବେ ନଗର ଏବଂ ବ୍ଲକ ସଭାପତିଙ୍କ ନାମ ଘୋଷଣା କରାଯାଇଛି । ବିଜୁ ଜନତା...

ଯୁଦ୍ଧ ଆଶଙ୍କା ଭିତରେ ଇରାନକୁ ପ୍ରଶଂସା କଲେ ଟ୍ରମ୍ପ: କହୁ କହୁ କହିଦେଲେ…

ଓ୍ବାଶିଂଟନ୍‌,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଇରାନକୁ ପ୍ରଶଂସା କରିଛନ୍ତି। ଏକ ଅସାଧାରଣ ପଦକ୍ଷେପ ନେଇ ଇରାନ ସରକାରଙ୍କୁ ଶହ ଶହ ରାଜନୈତିକ କଏଦୀଙ୍କ...

ଜବରଦଖଲ ଉଚ୍ଛେଦ ଘଟଣା: ଛଦ୍ମବେଶୀ ବ୍ୟବସାୟୀଙ୍କ ଆବେଦନ ଯୋଗୁ ବଢୁଛି ସମସ୍ୟା

ଦାରିଙ୍ଗବାଡି, ୧୭।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଉଠା ଦୋକାନୀଙ୍କ ଥଇଥାନ ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ପାଇଁ ଚାଲେଞ୍ଜ ରହିଛି।...

ଗୋମାଫିଆଙ୍କ ଘରେ ରେଡ୍‌: ବିଡ଼ା ବିଡ଼ା ଟଙ୍କା ଦେଖି ସମସ୍ତେ ତାଜୁବ

ଭଦ୍ରକ, ୧୭।୧(ସନାତନ ରାଉତ): ଅବୈଧ ଗୋ ଚାଲାଣ ଅଭିଯୋଗରେ କେନ୍ଦୁଝର ପୋଲିସ ଭଦ୍ରକ ପୁରୁଣା ବଜାର ଥାନାରେ ମୁଲ୍ଲା ସାହିରେ ଶେଖ ତାଜଉଦ୍ଦିନ ଘରେ ଚଢ଼ାଉ...

ଅସହ୍ୟ ଜାଡ଼: ପାଣିରେ ହାତ ଦେବା ହୋଇପଡ଼ୁଛି କଷ୍ଟ

ଦାରିଙ୍ଗବାଡି,୧୭।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଜାଡ଼ ଜାରି ରହିଛି। ମଧ୍ୟରାତ୍ରିରୁ ଜାଡ଼ ବୃଦ୍ଧି ପାଇବା ସହ ଦିନ ୧୧ ପର୍ଯ୍ୟନ୍ତ ଥରାଉଛି। ଫଳରେ...

ବିବାହ ନ କରିବାରୁ ପ୍ରେମିକାଙ୍କୁ ସ୍ପିରିଟ ଢାଳି ନିଆଁ ଲଗାଇ ଦେଇଥିଲେ ପ୍ରେମିକ, ଘଟଣାରେ ପ୍ରେମିକଙ୍କୁ ହେଲା ଆଜୀବନ ଜେଲ ଦଣ୍ଡ

ଛତ୍ରପୁର, ୧୭।୧ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଜଣେ ପ୍ରେମିକ ବିବାହ ନ କରିବାରୁ ପ୍ରେମିକାଙ୍କୁ ସ୍ପିରିଟ ଢାଳି ନିଆଁ ଲଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri