ଜୟଦୁର୍ଗା କେମିକାଲ୍ସର ସିଲିଭର ଜୁବିଲି

ଭୁବନେଶ୍ୱର,୧୨।୧୦: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ଜୟଦୁର୍ଗା କେମିକାଲ୍ସର ସିଲିଭର ଜୁବିଲି ଶୁକ୍ରବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଏକ ସ୍ବତନ୍ତ୍ର ସଭା ଓ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଓଲିଉଡ୍‌ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ, ସାମାଜିକ କର୍ମୀ ଦାଶରଥୀ ନାୟକ, ଭୋଳାନାଥ ମହାରଣା, ଅନନ୍ତ ଚରଣ ସ୍ବାଇଁ ଏବଂ ପ୍ରେରଣା ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଭୟ କମ୍ପାନୀ ଓ ସହଯୋଗୀଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।
ଏ ସମ୍ପର୍କରେ ଜୟଦୁର୍ଗା କେମିକାଲ୍ସର ଏମ୍‌ଡି ଇଂ ବାବୁରାମ ସ୍ବାଇଁ କହିଥିଲେ, ଆମେ ଆଜି ୨୫ ବର୍ଷ ପୂରଣକରି ବେଶ୍‌ ଉତ୍ସାହିତ ଅଛୁ। ସିଲିଭର ଜୁବିଲି କିଭଳି ଶତବାର୍ଷିକୀରେ ପରିଣତ ହେବ ଏବଂ ସମସ୍ତଙ୍କର ସହଯୋଗ ଓ ଶୁଭେଚ୍ଛାର ଆବଶ୍ୟକତା ରହିଛି ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ।
ପରିଶେଷରେ ପରିବାରର ୧୦୦ରୁ ଅଧିକ ସହଯୋଗୀଙ୍କୁ ସମ୍ମାନିତ ସହିତ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୨୦ରୁ ଅଧିକ କର୍ମଚାରୀ, ସହଯୋଗୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗୁଲ ଉପରେ ଲାଗିଲା ୨୦, ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା, ନମାନିଲେ ପ୍ରତିଦିନ ବଢିବ…

ନୂଆଦିଲ୍ଲୀ,୧।୧୧: ସର୍ଚ୍ଚ ଇଞ୍ଜିନ ଗୁଗୁଲ ଉପରେ ଲାଗିଛି ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା। ଏହା ୨୦ ଡିସିଲିୟନ ଡଲାର ସହ ସମାନ। ଋଷିଆ ପକ୍ଷରୁ ଗୁଗଲ ଉପରେ...

ଦୀପାବଳିରେ କୋଟିପତିଙ୍କୁ ଲାଗିଲା କୋଟି କୋଟି ଟଙ୍କାର ଝଟ୍‌କା, ଆଦାନୀ-ଅମ୍ବାନୀଙ୍କ ସହ କମିଲା ମସ୍କଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧।୧୧: ଭାରତରେ ଲୋକେ ଯେବେ ଗୁରୁବାର ରାତିରେ ଦୀପାବଳି ପାଳନ କରୁଥିଲେ ସେତେବେଳେ ଆମେରିକା ସେୟାର ମାର୍କେଟରେ ହ୍ରାସର ଝଡ଼ ସୃଷ୍ଟି ହୋଇଛି। ଫଳରେ ଡାଉଜୋନ୍ସ...

ବଢ଼ିଲା ଗ୍ୟାସ୍‌ ଦର, ଜାଣନ୍ତୁ କେଉଁ ସହରରେ କେତେ ଥିଲା କେତେ ହେଲା…

ନୂଆଦିଲ୍ଲୀ,୧ା୧୧: ଯେତେବେଳେ ସମଗ୍ର ଦେଶ ଦୀପାବଳି ମହୋତ୍ସବରେ ମାତିଥାନ୍ତି ସେତେବେଳେ ସରକାରୀ ତୈଳ କମ୍ପାନୀଗୁଡିକ ମୁଦ୍ରାସ୍ଫୀତି ଉପରେ ଏକ ବଡ଼ ଝଟ୍‌କା ଦେଇଛନ୍ତି। ଏହି କମ୍ପାନୀଗୁଡ଼ିକ...

ମାତ୍ର ୧୦ହଜାର ଟଙ୍କା ଜମା କଲେ ରିଟର୍ନରେ ମିଳିବ ୭ଲକ୍ଷ ଟଙ୍କା, ପୋଷ୍ଟାଲର ଏହି ସ୍କିମ କରିବ ମାଲାମାଲ୍‌

ନୂଆଦିଲ୍ଲୀ,୩୦।୧୦: ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକ ପାଇଁ କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାରରେ ପରିବର୍ତ୍ତନ ଘୋଷଣା କରିବାକୁ ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଥିଲେ। ଏହି ପରିବର୍ତ୍ତନ ଅଧୀନରେ...

ସ୍ମାଇଲ ଗୋଲ୍ଡର ଆକର୍ଷଣୀୟ ଅଫର

ଭୁବନେଶ୍ୱର,୩୦ା୧୦: ସ୍ମାଇଲ ଗୋଲ୍ଡ ଜୁଏଲର୍ସର ବହୁ ପ୍ରତୀକ୍ଷିତ ସ୍କିମ୍‌ ତଥା ଧନ୍‌ତେରସ ଅଫର୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ଅଫର ସ୍ବଳ୍ପ ଅବଧି ଲାଗି ଉପଲବ୍ଧ...

ଆଲୁମିନିୟମ ଶିଳ୍ପର ଅଭିବୃଦ୍ଧିକୁ ଗୁରୁତ୍ୱ

ନୂଆଦିଲ୍ଲୀ,୩୦।୧୦: ଦେଶର ପ୍ରମୁଖ ଶିଳ୍ପ ସଙ୍ଗଠନ ତଥା ଆଲୁମିନିୟମ ଆସୋସିଏସନ ଅଫ୍‌ ଇଣ୍ଡିଆ(ଏଏଆଇ)ର ପ୍ରସ୍ତାବ ଅନୁଯାୟୀ ଆଲୁମିନିୟମ ଉଦ୍ୟୋଗ ଘରୋଇ ବଜାର ପ୍ରବେଶକୁ ସୁରକ୍ଷା ଓ...

ରେକର୍ଡ ପରିମାଣର କାରବାର

ଭୁବନେଶ୍ୱର,୩୦।୧୦(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ଧନ୍‌ତେରସ୍‌ ଅବସରରେ ଓଡ଼ିଶା ସୁନା ବଜାର ରେକର୍ଡ ପରିମାଣର କାରବାର କରିଛି। ଏପରିକି ଦରବୃଦ୍ଧି ସତ୍ତ୍ୱେ ବ୍ୟବସାୟରେ...

ସମସ୍ୟାରେ ପଡିଛି ରୁଷିଆ, ଭାରତକୁ ମାଗିଲା ସାହାଯ୍ୟ

ନୂଆଦିଲ୍ଲୀ,୨୯ା୧୦: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ଆମେରିକା ଏବଂ ୟୁରୋପ ଦେଶମାନଙ୍କର କଟକଣା କାରଣରୁ ରୁଷିଆକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏଥିରୁ ମୁକୁଳିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri