“ନିରବତା କେବଳ ଧମକ ଦେଉଥିବା ବ୍ୟକ୍ତିଙ୍କୁ ସାହସ ଦିଏ”: ଟ୍ରମ୍ପ ଟାରିଫ ଉପରେ ଭାରତକୁ ଚାଇନାର ରାଷ୍ଟ୍ରଦୂତଙ୍କ ଆହ୍ବାନ

ନୂଆଦିଲ୍ଲୀ,୨୨ା୮: ଚାଇନାର ଭାରତକୁ ରାଷ୍ଟ୍ରଦୂତ ଜୁ ଫେଇହୋଙ୍ଗ ଗୁରୁବାର ଆମେରିକାକୁ “ଦାଦାଗିରି” ଅଭିଯୋଗ କରି କହିଛନ୍ତି ଯେ, ଆମେରିକା ମୁକ୍ତ ବାଣିଜ୍ୟରୁ ବହୁ ଲାଭ ଉଠାଇଛି, କିନ୍ତୁ ଏବେ ଟାରିଫକୁ “ବାର୍ଗେନିଂ ଚିପ୍ସ” ଭାବେ ବ୍ୟବହାର କରୁଛି। ସ୍ୱାଧୀନ ଥିଙ୍କ ଟ୍ୟାଙ୍କ ଚିନ୍ତନ ରିସର୍ଚ୍ଚ ଫାଉଣ୍ଡେସନ (ସିଆରଏଫ) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, “ଚାଇନା ଭାରତ ସହ ଦୃଢ଼ତାର ସହ ଠିଆ ହେବ,” ଏବଂ ଉଭୟ ଦେଶ ଏସିଆରେ ଅର୍ଥନୈତିକ ବିକାଶର ଦୁଇଟି ଇଞ୍ଜିନ ଅଟନ୍ତି।

ରାଷ୍ଟ୍ରଦୂତ ଜୁ କହିଛନ୍ତି, “ଆମେରିକା ଭାରତ ଉପରେ ୫୦% ପର୍ଯ୍ୟନ୍ତ ଟାରିଫ ଲଗାଇଛି ଏବଂ ଆହୁରି ଅଧିକ ଟାରିଫ ଲଗାଇବାକୁ ଧମକ ଦେଇଛି। ଚାଇନା ଏହାର ତୀବ୍ର ବିରୋଧ କରୁଛି। ଏଭଳି କାର୍ଯ୍ୟ ସାମ୍ନାରେ ଚୁପ ରହିବା କେବଳ ଦାଦାଗିରିକୁ ପ୍ରୋତ୍ସାହନ ଦେବ। ଚାଇନା ବିଶ୍ୱ ବାଣିଜ୍ୟ ସଂଗଠନର ମାଧ୍ୟମରେ ବହୁପାକ୍ଷିକ ବାଣିଜ୍ୟ ବ୍ୟବସ୍ଥାକୁ ସମର୍ଥନ କରିବା ପାଇଁ ଭାରତ ସହ ମିଳିତ ଭାବେ କାମ କରିବ।”

ସେ ଆହୁରି କହିଛନ୍ତି ଯେ, ଅନ୍ତର୍ଜାତୀୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହେଉଛି, ତେଣୁ ଚାଇନା ଓ ଭାରତ ଭଳି ବଡ଼ ବିକାଶଶୀଳ ଦେଶମାନଙ୍କୁ ଏକଜୁଟ ହୋଇ ପରସ୍ପର ସହଯୋଗ କରିବା ଉଚିତ। “ଚାଇନା ଓ ଭାରତର ବନ୍ଧୁତା ଏସିଆ ପାଇଁ ଲାଭଦାୟକ। ଆମେ ଏସିଆରେ ଅର୍ଥନୈତିକ ବିକାଶର ଦୁଇଟି ଇଞ୍ଜିନ। ଭାରତ ଓ ଚାଇନାର ଐକ୍ୟ ସମଗ୍ର ବିଶ୍ୱ ପାଇଁ ଲାଭଦାୟକ,” ବୋଲି ରାଷ୍ଟ୍ରଦୂତ କହିଛନ୍ତି।

ଦକ୍ଷିଣ ଏସିଆର ଏହି ଦୁଇ ଦେଶ ମିଳିତ ଭାବେ ବିଶ୍ୱ ସ୍ଥିରତା ବଜାୟ ରଖିବା ପାଇଁ କାମ କରିବା ଜରୁରୀ ବୋଲି ସେ ମତ ଦେଇଛନ୍ତି। “ଭାରତ ଓ ଚାଇନାର ଦାୟିତ୍ୱ ରହିଛି ଯେ ସମାନ ଓ ସୁବ୍ୟବସ୍ଥିତ ବହୁମୁଖୀ ବିଶ୍ୱକୁ ପ୍ରୋତ୍ସାହନ ଦେବାରେ ନେତୃତ୍ୱ ନେବା,” ବୋଲି ଜୁ କହିଛନ୍ତି।

ବାଣିଜ୍ୟ ସମ୍ପର୍କିତ କଥା ଉଠାଇ ସେ କହିଛନ୍ତି ଯେ, ସମସ୍ତ ଭାରତୀୟ ଉତ୍ପାଦ ଚାଇନା ବଜାରରେ ସ୍ୱାଗତ ଏବଂ ଉଭୟ ଦେଶ ମଧ୍ୟରେ “କୌଶଳଗତ ପାରସ୍ପରିକ ବିଶ୍ୱାସ” ବଢ଼ାଇବା ଦରକାର। “ଆମେ ପରସ୍ପର ସନ୍ଦେହ ଏଡ଼ାଇବା ଉଚିତ। ଉଭୟ ଦେଶ ପରସ୍ପରର ପାର୍ଟନର, ପ୍ରତିଦ୍ୱନ୍ଦୀ ନୁହେ। ଆମେ ଆଲୋଚନା ମାଧ୍ୟମରେ ମତଭେଦକୁ ସମାଧାନ କରିବା ଉଚିତ,” ସେ କହିଛନ୍ତି।

ସେ ଆହୁରି କହିଛନ୍ତି, “ଆମେ ଚାଇନା ବଜାରରେ ଅଧିକ ଭାରତୀୟ ଉତ୍ପାଦକୁ ସ୍ୱାଗତ କରିବୁ। ଭାରତର ଆଇଟି, ସଫ୍ଟୱେୟାର ଓ ବାୟୋମେଡିସିନରେ ପ୍ରତିଯୋଗୀତାମୂଳକ ସୁବିଧା ରହିଛି, ଯେତେବେଳେ ଚାଇନା ଇଲେକ୍ଟ୍ରୋନିକ ଉତ୍ପାଦନ, ଭିତ୍ତିଭୂମି ନିର୍ମାଣ ଓ ନୂଆ ଶକ୍ତି କ୍ଷେତ୍ରରେ ଦ୍ରୁତ ବିସ୍ତାର କରୁଛି।”

“ଯଦି ଏହି ଦୁଇ ବଡ଼ ବଜାର ସଂଯୁକ୍ତ ହୁଏ, ତେବେ ଏକ ଯୋଡ଼ ଏକ ମିଳିତ ଦୁଇରୁ ବଡ଼ ପ୍ରଭାବ ସୃଷ୍ଟି କରିବ,” ବୋଲି ସେ ଯୋଡ଼ିଛନ୍ତି।

ଚାଇନାର ରାଷ୍ଟ୍ରଦୂତଙ୍କ ଏହି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇଙ୍କ ଦିଲ୍ଲୀ ଗସ୍ତ ସମୟରେ ହୋଇଥିବା ବୈଠକ ପରେ ଆସିଛି। ପ୍ରଧାନମନ୍ତ୍ରୀ ମୋଦି ଚଳିତ ବର୍ଷ ଶେଷରେ ଏସସିଓ ନେତାମାନଙ୍କ ବୈଠକ ପାଇଁ ଚାଇନା ଗସ୍ତ କରିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଖୁବ ଶୀଘ୍ର ଭାରତ ସହ ହେବ ବଡ଼ ଡିଲ’, ଡାଭୋସରେ ମୋଦିଙ୍କୁ ଏମିତି ପ୍ରଶଂସା କଲେ ଟ୍ରମ୍ପ ସଭିଏଁ ଆଶ୍ଚର୍ଯ୍ୟ!

ଡାଭୋସ,୨୨।୧: ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରିବା ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏକ ପ୍ରମୁଖ...

‘ହଁ ମୁଁ ଏକଛତ୍ରବାଦୀ’, ଡାଭୋସରେ ଏମିତି ବୟାନ ଦେଲେ ଟ୍ରମ୍ପ, ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଡାଭୋସ,୨୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଏବଂ ତାଙ୍କ ଆକ୍ରମଣାତ୍ମକ ଶୈଳୀ ବିରୁଦ୍ଧରେ ବିଶ୍ୱ ସ୍ତରରେ ପ୍ରତିବାଦର ସ୍ବର ବଢ଼ୁଛି। ଭେନେଜୁଏଲା ଏବଂ ଗ୍ରୀନଲାଣ୍ଡ...

୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୧: ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବୃଆରୀ ପ୍ରଥମ ସପ୍ତାହରେ ତାଙ୍କର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨ ତାରିଖରୁ ସେ ୫...

ହେବନି ଗାଡ଼ିର ପଞ୍ଜୀକରଣ, ଆସିଲା କଡ଼ା ନିୟମ

ନୂଆଦିଲ୍ଲୀ,୨୨।୧: ଚାଲାଣ ନ ଭରିଲେ ହେବନି ଗାଡ଼ି ପଞ୍ଜୀକରଣ । ମୋଟର ଯାନ ନିୟମରେ ସଂଶୋଧନ କରି ଏଭଳି କଠୋର ନିୟମ ଜାରି କରିଛନ୍ତି କେନ୍ଦ୍ର...

ମହିଳାଙ୍କ ପାଇଁ ଖୁସି ଖବର, ଆଜି ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୨।୧: ଅପେକ୍ଷାର ଅନ୍ତ ଘଟିବ। ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା। ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ମହିଳାମାନେ ଏହି...

ଆକ୍ସନ ମୋଡରେ ଭାଜପା ଅଧ୍ୟକ୍ଷ! ୮ ଘଣ୍ଟାର ବୈଠକରେ ୫ ରାଜ୍ୟର ନିର୍ବାଚନକୁ ନେଇ ମନ୍ଥନ

ନୂଆଦିଲ୍ଲୀ,୨୨।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ, ନୀତିନ ନବୀନ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ଚାଲିଥିବା...

ଜାନୁଆରୀରେ ୧.୫% ଦୁର୍ବଳ ହେଲାଣି ଟଙ୍କା

ମୁମ୍ବାଇ,୨୨ା୧(ବ୍ଲୁମ୍‌ବର୍ଗ/ପି.ଟି.): ୨୦୨୫ ଡିସେମ୍ବର ୧୬ରେ ଭାରତୀୟ ମୁଦ୍ରା ୯୧.୧୪ ଟଙ୍କାକୁ ଖସି ସର୍ବକାଳୀନ ନିମ୍ନସ୍ତରକୁ ଛୁଇଁଥିଲା। ସେବେଠୁ ଅଦ୍ୟାବଧି ଟଙ୍କା ୧.୫% ଦୁର୍ବଳ ହୋଇଥିବା ଫରେକ୍ସ ଟ୍ରେଡର୍ସ...

ସିଆର୍‌ପିଏଫ୍‌ର ନେତୃତ୍ୱ ନେବେ ସିମରନ୍‌ ବାଲା

ନୂଆଦିଲ୍ଲୀ,୨୨ା୧: ଜାନୁଆରୀ ୨୬ରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ପାଳନ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍‌ରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ନେତୃତ୍ୱ ନେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri