ସର୍ବନାଶର ସଙ୍କେତ: ଆକାଶରୁ ହେଉଛି ମୃତପକ୍ଷୀ ବର୍ଷା, ଭିଡିଓ ଦେଖିଲେ ଉଡ଼ିଯିବ ହୋସ୍‌

ଚାଇନାରେ ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଆକାଶରେ ଉଡ଼ିବା ସମୟରେ ହଠାତ୍‌ ଖସିପଡ଼ି ହଜାର ହଜାର ପକ୍ଷୀଙ୍କ ମୃତ୍ୟୁ ଘଟିଛି। ଏତେ ସଂଖ୍ୟାରେ ପକ୍ଷୀ ମରିପଡ଼ିଥିଲେ ଯେ, ରାସ୍ତାଟି ପକ୍ଷୀଙ୍କ ମୃତଦେହରେ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇଥିଲା। ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ। ଏହି ଘଟଣାର ଏକ ହୃଦୟ ବିଦାରକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଆପଣ ଦେଖିପାରିବେ କିପରି ପକ୍ଷୀମାନଙ୍କର ମୃତଦେହ ରାସ୍ତାରେ ବିଛାଡ଼ି ହୋଇପଡ଼ିଛି।

ଏକ ରିପୋର୍ଟ ଅନୁଯାୟୀ, ଭିଡିଓରେ ହଜାର ହଜାର ପକ୍ଷୀ ଭୂମିରେ ପଡ଼ିବା ପୂର୍ବରୁ କୋଠାର ଛାତ ଉପରେ ଜୋର୍‌ରେ ଚିତ୍କାର କରୁଥିବା ଦେଖାଯାଉଛି। ଏହି ଅଜବ ଘଟଣା ଚାଇନାର ଦକ୍ଷିଣ ଗୁଆଙ୍ଗସି ଅଞ୍ଚଳର ଲାଇବିନ୍‌ରେ ରହୁଥିବା ଜଣେ ବ୍ୟକ୍ତିଙ୍କ କ୍ୟାମେରାରେ କଏଦ ହୋଇଛି। ଏହି ଘଟଣା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ କହିଛନ୍ତି, ହଠାତ୍‌ ଆକାଶରୁ ଖସିବା ପୂର୍ବରୁ ଅଗଣିତ ପକ୍ଷୀ ସର୍କଲ ବା ଗୋଲାକାର ଭାବେ ଉଡ଼ୁଥିଲେ।

ଏମିତି ଉଡ଼ାଣ ସେମାନଙ୍କର ସୁନ୍ଦର ଉଡ଼ାଣ ପାଇଁ ଜଣାଶୁଣା। ହୃଦୟ ବିଦାରକ ଭିଡିଓରେ ଆକାଶରୁ ଖସିଯିବା ପରେ ପକ୍ଷୀ ରାସ୍ତାରେ ଯେମିତି ଜୀବନ୍ତ ଶୋଇଛନ୍ତି ଅନୁଭବ ହେଉଛି। କେତେକ ରିପୋର୍ଟରୁ ଜଣାପଡିଛି, ଶୀତଦିନରେ ଗରମ ଜଳବାୟୁ ପାଇଁ ଦକ୍ଷିଣକୁ ଉଡ଼ିଥାନ୍ତି। ଏହି ସମୟ ମଧ୍ୟରେ ସେମାନେ ଶୂନ୍‌ରୁ କମ୍‌ ତାପମାତ୍ରାରେ ଅତିଶୟ ମୃତ୍ୟୁବରଣ କରନ୍ତି। କିନ୍ତୁ ଏକାସାଙ୍ଗରେ କାହିଁକି ଏତେ ସଂଖ୍ୟକ ପକ୍ଷୀଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ।

ଚାଇନା ସଂସ୍କୃତିରେ ମୃତପକ୍ଷୀ ନିରାଶା ଏବଂ ଦୁର୍ଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ। ଖ୍ରୀଷ୍ଟିଆନ ଧର୍ମରେ ଆକାଶରୁ ପଡୁଥିବା ପକ୍ଷୀମାନେ ଈଶ୍ବରଙ୍କ କ୍ରୋଧ, ଈଶ୍ୱରୀୟ ନ୍ୟାୟ ଏବଂ ଦଣ୍ଡର ସଙ୍କେତ ଭାବରେ ଦେଖାଯାଏ। ଅନେକ ଭିନ୍ନ ସଂସ୍କୃତି ମଧ୍ୟ ଆକାଶରୁ ପଡୁଥିବା ପକ୍ଷୀମାନଙ୍କୁ ଆସୁଥିବା ବିପଦ ଭାବିଥାନ୍ତି। ସେମାନେ ଏହି ଅଜବ ଘଟଣାକୁ ମୃତ୍ୟୁ ଏକ ଖରାପ ଘଟଣା କିମ୍ବା ଆସୁଥିବା ବିପର୍ଯ୍ୟୟ ସହିତ ଯୋଡ଼ିଥାନ୍ତି, ଯାହା ସର୍ବନାଶର ସଙ୍କେତ ବୋଲି ବିଶ୍ୱାସ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri