ଆହତ ହେଲେ ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଖୁବଶୀଘ୍ର ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ୱେବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ ମାଧ୍ୟମରେ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓଟିଟି ଡେବ୍ୟୁ କରିବେ । ଏବେ ଏହାର ଶୁଟିଂ ଗୋଆରେ ଚାଲିଛି । ଶୁଟିଂ ସମୟରେ ସିଦ୍ଧାର୍ଥ ଆହତ ହୋଇଥିବା ଜଣାପଡିଛି । କାରଣ ଏହାର କିଛି ଫଟୋ ଓ ଭିଡିଓ ଓ ସୋସିଆଲ ମିଡିଆରେ ଶେୟାର କରି ଆହତ ହୋଇଥିବା ସୂଚନା ଦେଇଛନ୍ତି ।
ଫଟୋରେ ସଦ୍ଧାର୍ଥ ତାଙ୍କ ହାତରେ ଲାଗିଥିବା ଆଘାତକୁ ଦେଖାଉଛନ୍ତି । ଅଭିନେତାଙ୍କ ସହ ନିର୍ଦ୍ଦେଶକ ରୋହିତ ସେଟ୍ଟି ବି ନଜର ଆସିଛନ୍ତି । ଭିଡିଓରେ ସିଦ୍ଧାର୍ଥ ଆକ୍ସନ ସିନ୍ କରୁଥିବା ଦେଖାଯାଇଛି । ଆଉ ଏହି ସମୟରେ ସେ ଆହତ ହୋଇଛନ୍ତି । ଏହି ଭିଡିଓ ପୋଷ୍ଟ କରି ସିଦ୍ଧାର୍ଥ ଲେଖିଛନ୍ତି, ଆକ୍ସନ ହିରୋଙ୍କ ଅସଲ ଝାଳ, ଅସଲ ରକ୍ତ ସହ ସମାନ ହୋଇଥାଏ । ରୋହିତ ସାର୍ ଗୋଆରେ କିଛି ସାନଦାର ଆକ୍ସନ ସିନ ପାଇଁ କ୍ୟାମେରା ସମ୍ଭାଳୁଛନ୍ତି । ପ୍ରଶଂସକମାନେ ଏହି ଫଟୋ ଓ ଭିଡିଓକୁ ଖୁବ୍ ଲାଇକ୍ କରୁଛନ୍ତି । ଏହାସହ ନିଜ ଉପରେ ଧ୍ୟାନ ଦେବାକୁ ସେମାନେ ସିଦ୍ଧାର୍ଥଙ୍କୁ କହୁଛନ୍ତି ।
‘ଷ୍ଟୁଡେଣ୍ଟ ଅଫ ଦ ଇୟର’ରୁ ବଲିଉଡ ଜର୍ନି ଆରମ୍ଭ କରିଥିବା ସିଦ୍ଧାର୍ଥ ଏବେ ସୁଦ୍ଧା କିଛି ହିଟ୍ ମୁଭି ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଇଣ୍ଡିଆ ପୋଲିସ ଫୋର୍ସ ୱେବ ସିରିଜ ସହ ସିଦ୍ଧାର୍ଥ ଯୋଦ୍ଧା ଓ ମିଶନ ମଜନୁରେ ନଜର ଆସିବେ । ପ୍ରଶଂସକ ଅଭିନେତାଙ୍କ ଏହି ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri