ସିଦ୍ଧାନ୍ତ ମହାପାତ୍ର କହିଲେ କଂଗ୍ରେସ ଉପରେ ଲୋକଙ୍କ ଭରସା ନାହିଁ, କାହିଁକି ଏମିତି କହି…

ଭୁବନେଶ୍ୱର,୨୦ା୯: ଭାଜପା ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର କଂଗ୍ରେସକୁ ସିଧା ନିଶାନା କରିଛନ୍ତି। କଂଗ୍ରେସ ସରକାରଙ୍କ ବିରୋଧରେ ଅନାସ୍ଥା ଆଣିବା ପରେ ସିଦ୍ଧାନ୍ତ କଂଗ୍ରେସକୁ ସିଧା ଟାର୍ଗେଟ କରି କହିଛନ୍ତି, କଂଗ୍ରେସ ଉପରେ ହିଁ ଲୋକଙ୍କ ଭରସା ନାହିଁ। ତାଙ୍କ ଉପରୁ ଜନତାଙ୍କ ଭରସା ତୁଟି ଗଲାଣି। ଦିନେ ଯେ ୧ ନମ୍ବରରେ ଥିଲେ ସେ ଏବେ ୩ ନମ୍ବରରେ। ଯେଉଁ ଦଳ ୩ ନମ୍ବରରେ ଥିଲା ସେ ଏବେ ୧ ନମ୍ବରରେ।
ଲୋକଙ୍କ ଆସ୍ଥା କାହା ଉପରୁ ତୁଟିଛି ଆଉ କାହା ଉପରେ ରହିଛି ତାହା ଜନତା ଜନାର୍ଦ୍ଦନ ଜାଣିଛନ୍ତି। ଯେଉଁ ଦଳକୁ ଲୋକେ ଭରସା କରୁନାହାନ୍ତି ସେ ସରକାରଙ୍କ ବିରୋଧରେ କ’ଣ ଅନାସ୍ଥା ଆଣୁଛି। ଏହା ଠାରୁ ହାସ୍ୟାସ୍ପଦ କଥା କିଛି ନାହିଁ ବୋଲି ସିଦ୍ଧାନ୍ତ କହିଛନ୍ତି।

Share