Posted inଜାତୀୟ

ସିଦ୍ଦରାମାୟାଙ୍କ ଚାପ ରାଜନୀତି: କର୍ନାଟକରେ ପୁଣି ୩ ଉପମୁଖ୍ୟମନ୍ତ୍ରୀ ପାଇଁ ଦାବି, ଶିବକୁମାରଙ୍କ ସମସ୍ୟା ବଢ଼ିବା ଆଶଙ୍କା…

ବେଙ୍ଗାଲୁରୁ,୧୬।୯ : କର୍ନାଟକର କଂଗ୍ରେସ ସରକାରରେ ଆଉ ତିନି ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଦାବି ହେଉଛି। ବାସ୍ତବରେ ସରକାରରେ ସମବାୟ ମନ୍ତ୍ରୀ କେ.ଏନ ରାଜନ୍ନା ଶନିବାର ଆଉ ତିନି ଜଣ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ଧାରଣା ଦେଇଛନ୍ତି। ସେ କହିଛନ୍ତି ମୁଁ ଏହି ପ୍ରସଙ୍ଗରେ ଦଳର ହାଇକମାଣ୍ଡଙ୍କ ସହ କଥା ହେବି।

ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବୀରଶୈବ-ଲିଙ୍ଗାୟତ, ଏସସି / ଏସଟି ଏବଂ ସଂଖ୍ୟାଲଘୁ ବର୍ଗର ଜଣେ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ଉଚିତ।

ବର୍ତ୍ତମାନ କର୍ନାଟକରେ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟାଙ୍କ ସରକାରରେ ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଏହା ବ୍ୟତୀତ ସେ କଂଗ୍ରେସ ରାଜ୍ୟ ସଭାପତି ମଧ୍ୟ ଅଛନ୍ତି। ରାଜନ୍ନା କହିଛନ୍ତି ଲୋକସଭା ନିର୍ବାଚନ ପାଖେଇ ଆସୁଛି। ସମସ୍ତ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆମେ ଚାହୁଁ କଂଗ୍ରେସ ଯଥାସମ୍ଭବ ଆସନ ଜିତିବ ଏବଂ ଆମେ ଜିତିବୁ ବୋଲି ଆମେ ନିଶ୍ଚିତ। ଏଭଳି ପରିସ୍ଥିତିରେ ଏସସି / ଏସଟି ବର୍ଗର ଜଣେ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ଆବଶ୍ୟକ।

ବୀରଶୈବ ଲିଙ୍ଗାୟତ ସମ୍ପ୍ରଦାୟ ଦଳରୁ ଦୂରେଇ ଯାଇଛନ୍ତି କିନ୍ତୁ ବିଧାନସଭା ନିର୍ବାଚନର ଫଳାଫଳ ଦର୍ଶାଇଛି ଏହି ବର୍ଗର ସମର୍ଥନ ପୁଣିଥରେ କଂଗ୍ରେସକୁ ପାଇଛି। ରାଜନ୍ନା ନିଜେ ଏସଟି ବର୍ଗରୁ ଆସିଛନ୍ତି। ତେବେ ସେ ଉପମୁଖ୍ୟମନ୍ତ୍ରୀ ହେବେ କି ବୋଲି ପଚରାଯିବାରୁ ରାଜନ୍ନା ମନା କରିଦେଇଥିଲେ ଏବଂ ଏହା କେବଳ ଦଳର ହାଇକମାଣ୍ଡର ନିଷ୍ପତ୍ତିରେ ହେବ ବୋଲି କହିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପଦବୀ ନେଇ ଦାବି ଛାଡିବା ବଦଳରେ ଡି.କେ ଶିବକୁମାର ପାର୍ଟି ହାଇ କମାଣ୍ଡଙ୍କ ନିକଟରେ ସର୍ତ୍ତ ରଖିଥିଲେ ତାଙ୍କ ବ୍ୟତୀତ ଅନ୍ୟ କୌଣସି ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସରକାରରେ ଉପମୁଖ୍ୟମନ୍ତ୍ରୀଙ୍କ ସଂଖ୍ୟା ବୃଦ୍ଧି ନେଇ ଆଲୋଚନା ପଛରେ ସିଦ୍ଦରାମାୟାଙ୍କ ଚାପ ରାଜନୀତି ମଧ୍ୟ ରହିଥାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଆଲୋଚନା ହେଉଛି ଅଢ଼େଇ ବର୍ଷ ପରେ ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦାବି କରିପାରନ୍ତି। ଏଭଳି ପରିସ୍ଥିତିରେ ଶିବକୁମାରଙ୍କ ପ୍ରଭାବକୁ ହ୍ରାସ କରିବା ପାଇଁ ଦଳ ଭିତରୁ ଆଉ ତିନି ଜଣ ଉପ-ମୁଖ୍ୟମନ୍ତ୍ରୀ ହେବା ପାଇଁ ଦାବି ଉଠିଛି। କଂଗ୍ରେସର ବରିଷ୍ଠ ନେତା ତଥା ଏମଏଲସି ବି.କେ ହରିପ୍ରସାଦ ମଧ୍ୟ ଦଳର ଦଳିତ ନେତା ଜି ପରମେଶ୍ୱରଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri