ଭୁବନେଶ୍ୱର,୨୨ା୧୦: CBI ତଦନ୍ତ ପାଇଁ ସୁପାରିସ ହୋଇଛି ଏସ୍ଆଇ ନିଯୁକ୍ତି ସ୍କାମ୍। ତଦନ୍ତ ପାଇଁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ କରାଯାଇଛି। ଏହି ଦୁର୍ନୀତିର ଚେର ଆନ୍ଧ୍ର ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏସବୁକୁ ଦୃଷ୍ଟିରେ ରଖି ଦୁର୍ନୀତିର ସମ୍ପୂର୍ଣ୍ଣ ପର୍ଦ୍ଦାଫାଶ ପାଇଁ ଶେଷରେ CBI ତଦନ୍ତ ସୁପାରିସ ହୋଇଛି। ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏପରି ବଡ଼ ନିଷ୍ପତ୍ତି ନେଇଛନ୍ତି।