ଶୁଭ୍ରାଙ୍କୁ କୋଲକାତାରେ ମାରାଥନ ଜେରା

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ୧୭ ହଜାର ୫୦୦ କୋଟିର ଚିଟ୍‌ଫଣ୍ଡ ଠକେଇ ମାମଲାରେ ରୋଜ୍‌ଭ୍ୟାଲି ଗ୍ରୁପ୍‌ର ମୁଖ୍ୟ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଅଭିନେତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଶୁକ୍ରବାର ସିବିଆଇ କୋଲକାତାସ୍ଥିତ ବାସଭବନରୁ ଗିରଫ କରିଥିଲା। ଏହାପରେ ସେଠାରେ ତାଙ୍କୁ ମାରାଥନ ଜେରା ଚାଲିଛି। ତେବେ ଶନିବାର ସିବିଆଇ ଶୁଭ୍ରାଙ୍କୁ ଭୁବନେଶ୍ୱର ଆଣିବାର ଥିଲେ ମଧ୍ୟ ସେଠାରେ ଜେରା ସରି ନ ଥିବାରୁ ରିମାଣ୍ଡ ଅନୁମତି ମିଳିନି। ଓଡ଼ିଶାଠାରୁ କୋଲକାତାରେ ରୋଜ୍‌ଭ୍ୟାଲି ଅଧିକ ଠକେଇ କରିଛି। ଜେରା ସରିବା ପରେ ସିବିଆଇ ରିମାଣ୍ଡରେ ଓଡ଼ିଶା ଆଣିବାକୁ ଅପେକ୍ଷା କରିଛି ସିବିଆଇ। କଟକ, ଭୁବନେଶ୍ୱର ଓ ପୁରୀର ଜମାକାରୀଙ୍କଠାରୁ ରୋଜ୍‌ଭ୍ୟାଲି ୫ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଛି। ଏଥିସହ ସାରା ରାଜ୍ୟର ହଜାର ହଜାର ଜମାକାରୀ ଏହି ଠକେଇର ଶିକାର ହୋଇଛନ୍ତି। ଏ ସଂକ୍ରାନ୍ତରେ ଖୋଳତାଡ଼ କରିବା ସହ ଅଧିକ ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ସିବିଆଇ। ସୂଚନା ମୁତାବକ, ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ରୋଜ୍‌ଭ୍ୟାଲି ଗ୍ରୁପର ଚେୟାରମ୍ୟାନ ଗୌତମଙ୍କୁ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁଯାୟୀ ୨୦୧୫ରେ ସିବିଆଇର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିଲା। ସେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ସେହିଭଳି ଏହି ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗରେ ଚଳଚ୍ଚିତ୍ର ପ୍ରାଯୋଜକ ଶ୍ରକାନ୍ତ ମୋହତା ଓ ତୃଣମୂଳ କଂଗ୍ରେସ ଏମ୍‌ପି ସୁଦୀପ ବନ୍ଦୋପାଧ୍ୟାୟ ଗିରଫ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

ବନ୍ଧୁକ ଦେଖାଇ ସୃଷ୍ଟି କରୁଥିଲେ ଆତଙ୍କ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜୁନାଗଡ଼ ପୋଲିସ ଏକ ଡକାୟତି ମାମଲାରେ ୩ ଜଣଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

ସାଇନ୍‌ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା

କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩...

ନବଜାତ ଶିଶୁପତ୍ର, ପ୍ରସୂତିଙ୍କ ମୃତ୍ୟୁର ହେବ ତଦନ୍ତ, ଅଧିକାରୀ କହିଲେ…

କେସିଙ୍ଗା,୧୭ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ ପ୍ରସୂତି...

ଗାଜଲବାଡ଼ି ଘାଟି ସମ୍ପ୍ରସାରଣ ପାଇଁ ରାଜପଥ ଅବରୋଧ, ୧୫ ଦିନରେ ମରାମତି ପାଇଁ ପ୍ରତିଶ୍ରୁତି ପରେ…

ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜିଛି ଅସନ୍ତୋଷ। ବୁଧବାର ଗଞ୍ଜାମ-କନ୍ଧମାଳ ସୀମାବର୍ତ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri