Traffic sign quoting shutdown
କଟକ ଅଫିସ,୧୨।୭- କଟକ ସହରରୁ ସୋମବାରଠାରୁ ଶଟ୍ଡାଉନ୍ ହଟିବ। କଟକ ମହାନଗର ନିଗମ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତେବେ ପୂର୍ବପରି ଶନିବାର ଏବଂ ରବିବାର ଶଟ୍ଡାଉନ୍ ଜାରି ରହିବ। ଶଟ୍ଡାଉନ୍ ହଟିବା ପରେ ଏବେ ସକାଳ ୫ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଏହା ପରେ କର୍ଫୁ ରହିବ। ତେବେ ପୂର୍ବରୁ ମଲ୍ ଖୋଲିବା ପାଇଁ କୌଣସି ନିର୍ଦ୍ଦେଶ ଜାରି ହୋଇ ନ ଥିବା ବେଳେ ଏଣିକି ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟାନ୍ୟ କଟକଣା ପୂର୍ବ ପରି ଜାରି ରହିବ ବୋଲି ସୂଚନା ଦିଆଯାଇଛି। ତେବେ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ଗତ ସୋମବାରଠାରୁ ସହରରେ ଶଟ୍ଡାଉନ୍ ଜାରି କରାଯାଇଥିଲା।