Posted inଖେଳ

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ ନିଯୁକ୍ତ କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ସିରିଜ ଲାଗି ଟି୨୦ ଅଧିନାୟକ ଏବଂ ରୋହିତଙ୍କୁ ଦିନିକିଆ ସହ ଟେଷ୍ଟ ଟିମ୍‌ର ନେତୃତ୍ୱ ମିଳିଛି।

ରିପୋର୍ଟ ମୁତାବକ, ଶୁଭମନ ଗିଲଙ୍କୁ ବାଲାଂଦେଶ ବିପକ୍ଷ ଆଗାମୀ ଘରୋଇ ଟେଷ୍ଟ ସିରିଜ ଲାଗି ଭାରତୀୟ କ୍ରିକେଟ ଟିମ୍‌ର ଉପଅଧିନାୟକ କରାଯାଇପାରେ। ଯଦି ସେ ଟେଷ୍ଟରେ ଏହି ଦାୟିତ୍ୱ ତୁଲାନ୍ତି ତେବେ ଭବିଷ୍ୟତରେ ଏକାସହ ୩ ଫର୍ମାଟରେ ଟିମ୍‌ ଇଣ୍ଡିଆର ଅଧିନାୟକ ହେବାର ସମ୍ଭାବନା ବୃଦ୍ଧି ପାଇବ।

ଭାରତୀୟ ଚୟନକର୍ତ୍ତା ଭବିଷ୍ୟତ ବିଷୟରେ ନିଜର ଯୋଜନା ସ୍ପଷ୍ଟ କରିଛନ୍ତି କାରଣ ସେ ଗିଲଙ୍କୁ ଭାରତର ଭାବି ଅଧିନାୟକ ଭାବେ ଦେଖୁଛନ୍ତି। ରୋହିତଙ୍କ ବୟସ ୩୭ ବର୍ଷ ହୋଇଥିବା ବେଳେ ସେ ଆଉ କିଛି ବର୍ଷ ଖେଳିପାରନ୍ତି। ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ୩୩ ବର୍ଷ ହେଲାଣି, ଅର୍ଥାତ ସେ ଯେବେ ଯାଏ ସନ୍ନ୍ୟାସ ନେବେ, ଗିଲ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବେ। ଏହି ଭୂମିକା ତୁଲାଇବା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଅନୁଭବ ରହିବ।

ନିକଟରେ ଏକ ଖବରଦାତା ସମ୍ମିଳନୀରେ ଅଜିତ ଅଗରକର ଗିଲଙ୍କୁ ଭାରତର ଆଗାମୀ ଉପଅଧିନାୟକ କରିବା ପଛର ନିଜ ଯୋଜନା ବିଷୟରେ କହିଥିଲେ। ସେ କହିଥିଲେ ଯେ ଗିଲ ଏଭଳି ଜଣେ ଖେଳାଳି ଯାହାଙ୍କୁ ଆମେ ୩ ଫର୍ମାଟର ଖେଳାଳି ଭାବୁ। ଗତ ୧ ବର୍ଷ ଧରି ସେ ଅନେକ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଏଣୁ ଏଭଳି ଜଣେ ଖେଳାଳିଙ୍କୁ ଦଳରେ ରଖିବାକୁ ଚାହୁଁଥିଲୁ ଯିଏ ଟିମ୍‌ରେ ଥିବା କିଛି ବରିଷ୍ଠ ଖେଳାଳିଙ୍କଠାରୁ ଶିଖିପାରିବେ। ସୂର୍ଯ୍ୟକୁମାର ଦଳରେ ଅଛନ୍ତି, ରୋହିତ ଏବେ ବି ଅଛନ୍ତି। ଆଗକୁ ଆମେ ହଠାତ ନୂଆ ଅଧିନାୟକ ଖୋଜିବା ଭଳି ଚ୍ୟାଲେଞ୍ଜ ସାମ୍ନା କରିବାକୁ ଚାହୁଁନା ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri