Posted inଖେଳ

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ ନିଯୁକ୍ତ କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ସିରିଜ ଲାଗି ଟି୨୦ ଅଧିନାୟକ ଏବଂ ରୋହିତଙ୍କୁ ଦିନିକିଆ ସହ ଟେଷ୍ଟ ଟିମ୍‌ର ନେତୃତ୍ୱ ମିଳିଛି।

ରିପୋର୍ଟ ମୁତାବକ, ଶୁଭମନ ଗିଲଙ୍କୁ ବାଲାଂଦେଶ ବିପକ୍ଷ ଆଗାମୀ ଘରୋଇ ଟେଷ୍ଟ ସିରିଜ ଲାଗି ଭାରତୀୟ କ୍ରିକେଟ ଟିମ୍‌ର ଉପଅଧିନାୟକ କରାଯାଇପାରେ। ଯଦି ସେ ଟେଷ୍ଟରେ ଏହି ଦାୟିତ୍ୱ ତୁଲାନ୍ତି ତେବେ ଭବିଷ୍ୟତରେ ଏକାସହ ୩ ଫର୍ମାଟରେ ଟିମ୍‌ ଇଣ୍ଡିଆର ଅଧିନାୟକ ହେବାର ସମ୍ଭାବନା ବୃଦ୍ଧି ପାଇବ।

ଭାରତୀୟ ଚୟନକର୍ତ୍ତା ଭବିଷ୍ୟତ ବିଷୟରେ ନିଜର ଯୋଜନା ସ୍ପଷ୍ଟ କରିଛନ୍ତି କାରଣ ସେ ଗିଲଙ୍କୁ ଭାରତର ଭାବି ଅଧିନାୟକ ଭାବେ ଦେଖୁଛନ୍ତି। ରୋହିତଙ୍କ ବୟସ ୩୭ ବର୍ଷ ହୋଇଥିବା ବେଳେ ସେ ଆଉ କିଛି ବର୍ଷ ଖେଳିପାରନ୍ତି। ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ୩୩ ବର୍ଷ ହେଲାଣି, ଅର୍ଥାତ ସେ ଯେବେ ଯାଏ ସନ୍ନ୍ୟାସ ନେବେ, ଗିଲ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବେ। ଏହି ଭୂମିକା ତୁଲାଇବା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଅନୁଭବ ରହିବ।

ନିକଟରେ ଏକ ଖବରଦାତା ସମ୍ମିଳନୀରେ ଅଜିତ ଅଗରକର ଗିଲଙ୍କୁ ଭାରତର ଆଗାମୀ ଉପଅଧିନାୟକ କରିବା ପଛର ନିଜ ଯୋଜନା ବିଷୟରେ କହିଥିଲେ। ସେ କହିଥିଲେ ଯେ ଗିଲ ଏଭଳି ଜଣେ ଖେଳାଳି ଯାହାଙ୍କୁ ଆମେ ୩ ଫର୍ମାଟର ଖେଳାଳି ଭାବୁ। ଗତ ୧ ବର୍ଷ ଧରି ସେ ଅନେକ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଏଣୁ ଏଭଳି ଜଣେ ଖେଳାଳିଙ୍କୁ ଦଳରେ ରଖିବାକୁ ଚାହୁଁଥିଲୁ ଯିଏ ଟିମ୍‌ରେ ଥିବା କିଛି ବରିଷ୍ଠ ଖେଳାଳିଙ୍କଠାରୁ ଶିଖିପାରିବେ। ସୂର୍ଯ୍ୟକୁମାର ଦଳରେ ଅଛନ୍ତି, ରୋହିତ ଏବେ ବି ଅଛନ୍ତି। ଆଗକୁ ଆମେ ହଠାତ ନୂଆ ଅଧିନାୟକ ଖୋଜିବା ଭଳି ଚ୍ୟାଲେଞ୍ଜ ସାମ୍ନା କରିବାକୁ ଚାହୁଁନା ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri