Posted inଖେଳ

ଶୁବମନଙ୍କୁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ,୧୨ା୩: ନିକଟରେ ଚାମ୍ପିୟନ୍ସ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଦଳର ଷ୍ଟାର ଓପ୍‌ନର ଶୁବମନ ଗିଲ୍‌ଙ୍କୁ ବୁଧବାର ଫେବୃଆରୀ ମାସ ପାଇଁ ଆଇସିସି ମେନ୍ସ ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ କରାଯାଇଛି। ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ଓ ନ୍ୟୁଜିଲାଣ୍ଡର ଗ୍ଲେନ୍‌ ଫିଲିପ୍ସଙ୍କୁ ପଛରେ ପକାଇ ଗିଲ୍‌ ଏହି ପୁରସ୍କାର ଜିତିଛନ୍ତି। ଗତମାସରେ ଗିଲ୍‌ ୮ ଦିନିକିଆ ମ୍ୟାଚ୍‌ରେ ୧୦୧.୫୦ ଆଭରେଜ୍‌ ଓ ୯୪.୧୯ ଷ୍ଟ୍ରାଇକ୍‌ରେଟ୍‌ରେ ୪୦୬ ରନ୍‌ କରିଥିଲେ। ଏଥିରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ୩ ମ୍ୟାଚ୍‌ବିଶିଷ୍ଟ ସିରିଜ୍‌ ବି ସାମିଲ ରହିଛି। ସେ ନାଗପୁରରେ ୮୭, କଟକରେ ୬୦ ଓ ଅହମ୍ମଦାବାଦରେ ୧୧୨ ରନ୍‌ କରିଥିଲେ। ଏହାପରେ ଚାମ୍ପିୟନ୍ସ ଟ୍ରଫିରେ ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୧୦୧ ରନ୍‌ର ଇନିଂସ ଖେଳିଥିଲେ। ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ୪୬ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2025 Ishan Kishan: ସନରାଇଜର୍ସ ପାଇଁ ଡେବ୍ୟୁ ମ୍ୟାଚ୍‌ରେ ଇଶାନ କିଶନଙ୍କ ବିସ୍ଫୋରକ ଇନିଂସ, ହାସଲ କଲେ ଐତିହାସିକ ଶତକ

ନୂଆଦିଲ୍ଲୀ,୨୩।୩: ଭାରତୀୟ ଦଳର ଷ୍ଟାର ଉଇକେଟ କିପର ବ୍ୟାଟର ଈଶାନ କିଷାନ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୫ ସିଜିନ୍ ଆରମ୍ଭରୁ ଧମାଲ ମଚାଇ ଦେଇଛନ୍ତି। ଚଳିତ...

IPL ଇତିହାସର ସବୁଠାରୁ ମହଙ୍ଗା ସ୍ପେଲ୍, ଜୋଫ୍ରା ଆର୍ଚରଙ୍କ ନାମରେ ଯୋଡି ହେଲା ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୩।୩: ରାଜସ୍ଥାନ ରୟାଲ୍ସ ବୋଲର ଜୋଫ୍ରା ଆର୍ଚରଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି ହୋଇଛି। ସେ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ସ୍ପେଲ ବୋଲିଂ...

IPL 2025: ଇଶାନଙ୍କ ଦ୍ରୁତ ଶତକ ସୃଷ୍ଟି କଲା ନୂଆ ରେକର୍ଡ, ରାଜସ୍ଥାନ ଆଗରେ ୨୮୭ ରନର ଟାର୍ଗେଟ ଦେଲା ହାଇଦ୍ରାବାଦ

ନୂଆଦିଲ୍ଲୀ,୨୩।୩: ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ର ମ୍ୟାଚ୍ ନମ୍ବର-୨ ରେ, ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର) ମଧ୍ୟରେ...

IPL ଆରମ୍ଭରୁ ବଦଳିଗଲା ଏହି ଟିମ୍‌, ହଠାତ କରାଗଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩।୩: ଆଇପିଏଲ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଛି। ସିଜିନରେ ଏପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚ ଖେଳାଯାଇଥିବା ବେଳେ ଗୋଟିଏ ଦଳ ଏହାର ସ୍କ୍ବାର୍ଡରେ ପରିବର୍ତ୍ତନ...

ସନ୍ନ୍ୟାସକୁ ନେଇ ଏମ୍‌ଏସ୍‌ ଧୋନୀଙ୍କ ବଡ଼ ଘୋଷଣା, କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରତିବର୍ଷ କ୍ରିକେଟପ୍ରେମୀମାନେ ଆଇପିଏଲ୍‌କୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଏହାର ସବୁଠାରୁ ବଡ଼ କାରଣ ମଧ୍ୟ ହେଉଛନ୍ତି ଏମ୍‌ଏସ୍‌ ଧୋନୀ। ସେ ୨୦୨୦ ମସିହାରେ...

ପିଲାଦିନେ ମା’ଙ୍କୁ ହରାଇଥିଲେ, ଦ୍ୱିତୀୟ ବିବାହ କରିନେଇଥିଲେ ବାପା; ସଂଘର୍ଷମୟ ଜୀବନ ପରେ IPLରେ ଚମକିବାକୁ ପ୍ରସ୍ତୁତ ଏହି ଖେଳାଳି

ନୂଆଦିଲ୍ଲୀ,୨୩।୩: IPL ଅନେକ ଖେଳାଳିଙ୍କ ଭାଗ୍ୟ ବଦଳାଇଛି। ପ୍ରତିବର୍ଷ ଭାରତର ଅନେକ ଯୁବ ଖେଳାଳି ଏହି ଲିଗରେ ଖେଳିବାର ସୁଯୋଗ ପାଆନ୍ତି। କିନ୍ତୁ ସମସ୍ତଙ୍କ ପାଇଁ...

ଯେବେ ଶେଷଥର ପାଇଁ ମୁହାଁମୁହିଁ ହୋଇଥିଲେ CSK-MI, କିଏ ହୋଇଥିଲା ବିଜୟୀ

କୋଲକାତା,୨୩।୩: ଆଜି ଚେପକରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ ମୁହାଁମୁହିଁ ହେବେ। କିନ୍ତୁ ଆପଣ ଜାଣନ୍ତି କି ଶେଷ ଥର ପାଇଁ ଏହି...

RCB ବିଜୟକୁ ନେଇ ଖୁସିରେ ଝୁମିଲେ ମୁମ୍ବାଇ ଅଧିନାୟକ? କ’ଣ ଥିଲା କାରଣ… 

ନୂଆଦିଲ୍ଲୀ,୨୩।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୮ତମ ସିଜିନ ଏକ ଜବରଦସ୍ତ ମ୍ୟାଚ୍‌ ସହିତ ଆରମ୍ଭ ହୋଇଛି। ସିଜିନର ପ୍ରଥମ ମ୍ୟାଚ୍‌ କୋଲକାତା ନାଇଟ ରାଇଡର୍ସ ଏବଂ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri