ଆଳି, ୪/୩(ବନମାଳୀ ସେନାପତି):ରଙ୍ଗର ପର୍ବ ହୋଲି ପାଇଁ ଗାଁଠୁ ସହର ଉତ୍ସବମୁଖର ଥିବାବେଳେ ହୋଲି ଖେଳି ସାରି ନଦୀରେ ସାଙ୍ଗ ପିଲାଙ୍କ ସହ ନଦୀରେ ଗାଧୋଉଥିବା ବେଳେ ଆଳି ଥାନା ଅନ୍ତର୍ଗତ ଟୁଙ୍ଗା ଗ୍ରାମର ଶୁଭ ସଂକଳ୍ପ ବାରିକ ନଦୀରେ ବୁଡି ନିଖୋଜ ହୋଇ ଯାଇଥିବା ଜଣାପଡିଛି l
ମିଳିଥିବା ସୂଚନା ମୁତାବକ, ଟୁଙ୍ଗା ଗ୍ରାମର ପ୍ରକାଶ ବାରିକଙ୍କ ପୁଅ ଶୁଭ ସଂକଳ୍ପ ବାରିକ ହୋଲି ଖେଳି ସାରି ସାଙ୍ଗ ମାନଙ୍କ ସହ ଗାଁ ନିକଟରେ ପ୍ରବାହିତ ଖରସ୍ରୋତା ନଦୀରେ ସାଙ୍ଗ ମାନଙ୍କ ସହ ଗାଧୋଉଥିବାବେଳେ ବୁଡି ଯାଇଥିଲେ l ସାଙ୍ଗ ମାନେ ତାଙ୍କୁ ଉଦ୍ଧାର କରିବା ନିମନ୍ତେ ଚେଷ୍ଟା କରି ମଧ୍ୟ ଉଦ୍ଧାର କରି ପାରି ନ ଥିଲେ l ଖବର ପାଇ ଆଳି ଦମକଳ ବାହିନୀ ନଦୀରେ ଖୋଜାଖୋଜି ଜାରି ରଖିଥିବା ବେଳେ ଯୁବକଙ୍କୁ ଉଦ୍ଧାର କରି ପାରିନି l
Dharitri – Odisha’s No.1 Odia Daily

