ଶ୍ରୀୟା ସରନଙ୍କ ବୈବାହିକ ଜୀବନରେ ଝଡ଼, ସାବତ ଝିଅଙ୍କ ଯୋଗୁ…

ହାଇଦ୍ରାବାଦ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଶ୍ରୀୟା ସରନ। ନିଜର ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଜିଣଥିବା ଏହି ଅଭିନେତ୍ରୀ ଖୁବ୍‌ଶୀଘ୍ର ନୂଆ ଚଳଚ୍ଚିତ୍ର ‘ମିରାଇ’ ସହ ପରଦାକୁ ଫେରିବାକୁ ଯାଉଛନ୍ତି। କିନ୍ତୁ ଏବେ ସେ ନିଜର ବିବାହିତ ଜୀବନକୁ ନେଇ ଖବରରେ  ଅଛନ୍ତି। ଶ୍ରୀୟା ଓ ତାଙ୍କ ସ୍ବାମୀ ଆନ୍ଦ୍ରେଇ କୋଶ୍ଚିଭଙ୍କ ବିବାହିତ ଜୀବନରେ ସଙ୍କଟ ଦେଖା ଦେଇଛି। ଏହା ପଛର କାରଣ ଶ୍ରୀୟାଙ୍କ ସାବତ ଝିଅ ବୋଲି କୁହାଯାଉଛି।
ଶ୍ରୀୟା ସରନ ଓ ଆନ୍ଦ୍ରେଇ କୋଶ୍ଚିଭ ୨୦୧୮ ମସିହାରେ ବିବାହ କରିଥିଲେ। ଆନ୍ଦ୍ରେଇଙ୍କର ଜଣେ ରୁଷୀୟ ଝିଅ ଅଛନ୍ତି, ଯାହାଙ୍କ ଜନ୍ମ ୧୯୯୫ ମସିହାରେ ହୋଇଥିଲା। ୨୦୨୦ରେ ସେହି ଝିଅଙ୍କ ବିବାହ ହୋଇଥିଲା ଏବଂ ୨୦୨୧ରେ ସେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏବେ ଆନ୍ଦ୍ରେଇ ନିଜ ଝିଅ ଓ ନାତୁଣୀଙ୍କ ସହ ବେଶ ନିକଟତର ହୋଇଛନ୍ତି। ସେମାନଙ୍କ ପାଇଁ ପ୍ରଚୁର ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏହା  ଶ୍ରୀୟା ସରନଙ୍କୁ ଆଦୌ ପସନ୍ଦ ନୁହେଁ, ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଦୂରତ୍ୱ ବଢ଼ିବାରେ ଲାଗିଛି।
ଶ୍ରୀୟା ଓ ଆନ୍ଦ୍ରେଇଙ୍କୁ ପ୍ରାୟତଃ ଇଭେଣ୍ଟ ଓ ପାର୍ଟିରେ ଏକାଠି ଦେଖାଯାଉଥିଲା ଏବଂ ପାପାରାଜିଙ୍କ ସାମ୍ନାରେ ମଧ୍ୟ ଏବେ ‘ମିରାଇ’ ଚଳଚ୍ଚିତ୍ରର ଇଭେଣ୍ଟ ସମୟରେ ଶ୍ରୀୟା ଏକାକି ନଜର ଆସିଥିଲେ। ଏବେ ଦୁହେଁ ପରସ୍ପର ସହ କଥା ମଧ୍ୟ ହେଉନାହାନ୍ତି। ଅଭିନେତ୍ରୀ ଚାହୁଁଛନ୍ତି ଯେ ଆନ୍ଦ୍ରେଇ ତାଙ୍କ ଝିଅ ଓ ନାତୁଣୀଙ୍କ ସହ ସମ୍ପର୍କ କାଟି ଦିଅନ୍ତୁ, ନଚେତ ସେଟଲମେଣ୍ଟ ରାଶି ଦେଇ ତାଙ୍କ ଓ ରାଧା (ଶ୍ରୀୟା ଓ ଆନ୍ଦ୍ରେଇଙ୍କ ଝିଅ)ଙ୍କଠାରୁ ଅଲଗା ହୋଇଯାଆନ୍ତୁ ବୋଲି କୁହାଯାଉଛି।
ଏ ସମ୍ପର୍କରେ ଏ ପର୍ଯ୍ୟନ୍ତ ଶ୍ରୀୟା ସରନ କିମ୍ବା ଆନ୍ଦ୍ରେଇ କୋଶ୍ଚିଭଙ୍କ ତରଫରୁ କୌଣସି ଆଧିକାରିକ ବୟାନ ମିଳିନାହିଁ। ସେ ଯାହା ବି ହେଉଛି ଏହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

ଶର୍ଜିଲ ଇମାମ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୯ା୩: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଏକ ଅଦାଲତ ସୋମବାର ଆକ୍ଟିଭିଷ୍ଟ ଶର୍ଜିଲ ଇମାମ୍‌ଙ୍କୁ ୧୦ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଭାଇ ବାହାଘରରେ ଯୋଗଦେବା…

ଚିତା ସଂଖ୍ୟା ବୃଦ୍ଧି: କୁନୋ ଜାତୀୟ ଉଦ୍ୟାନରେ ଜ୍ୱାଲାର ୫ ଛୁଆ ଜନ୍ମ

ନୂଆଦିଲ୍ଲୀ,୯ା୩: ନାମିବ୍ୟାରୁ ଅଣାଯାଇଥିବା ଚିତା ଜ୍ୱାଳା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସୋମବାର ୫ ଶାବକ ଜନ୍ମ କରିବାରୁ ଭାରତରେ ଚିତାସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଭାରତର…

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ନେପାଳରେ RSPର ଜବରଦସ୍ତ ବିଜୟ: ମୋଦି କହିଲେ…

କାଠମାଣ୍ଡୁ,୯।୩: ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (RSP) ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି। ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ନେତୃତ୍ୱରେ RSP ପୂର୍ବତନ ପ୍ରଧାନମନ୍ତ୍ରୀ କେପି…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଇରାନରେ ଏସିଡ୍‌ ବର୍ଷା: ତୈଳ ଡିପୋ ଉପରେ ବୋମାମାଡ଼ ପରେ…

ତେହରାନ,୯ା୩:ଇରାନ ରାଜଧାନୀ ତେହରାନରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍‌ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍‌ ବର୍ଷା ହୋଇଛି। ତୈଳ ଡିପୋଗୁଡ଼ିକ ଜଳୁଥିବାରୁ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri