ବିରାଟଙ୍କ ପାଇଁ ଘର ତିଆରି ଖାଇବା ନେଇ ପହଞ୍ଚିଲେ ଶ୍ରେୟାଶ

କରୋନା ଭାଇରସ ପାଇଁ ଏବେ ଚାରିଆଡେ ଲକ୍‌ଡାଉନ୍‌ ଜାରି ରହିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ କଳାକାର, ଖେଳାଳୀମାନେ ନିଜ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି। କରୋନା ଯୋଗୁ ଆନ୍ତର୍ଜାତୀୟ କ୍ରିକେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ତଗିତ ରଖାଯାଇଛି। ଏଭଳି ପରିସ୍ଥିତିରେ ଖେଳାଳୀମାନେ ଏବେ ଘରେ ରହୁଛନ୍ତି। ବିରାଟ କୋହଲି ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ମୁମ୍ବାଇରେ ରହୁଛନ୍ତି। ବିରାଟଙ୍କର ଘର ପାଖରେ କ୍ରିକେଟର ଶ୍ରେୟାଶ ଆୟର ରୁହନ୍ତି। ଏବେ ଶ୍ରେୟାସ ବିରାଟଙ୍କ ପାଇଁ ଘର ତିଆରି ଦୋସା ନେଇ ତାଙ୍କ ଘରେ ପହଞ୍ଚିଛନ୍ତି। ଏ ନେଇ ବିରାଟ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟକରି ଜଣାଇଛନ୍ତି। ଏଥିସହ ସେ ଲେଖିଛନ୍ତି, ମୋ ପଡୋଶୀ ଶ୍ରେୟାସ, ଯିଏକି ମୋ ଘରଠାରୁ ମାତ୍ର ୫ଶହ ମିଟର ଦୂରରେ ରୁହନ୍ତି। ସେ ମୋ ପାଇଁ ଘର ତିଆରି ଦୋସା ବନାଇ ଆଣିଛନ୍ତି। ଏଥିପାଇଁ ବିରାଟ ଶ୍ରେୟାସଙ୍କ ମା’ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବହୁତ ଦିନ ପରେ ଏତେ ଟେଷ୍ଟି ଦୋସା ଖାଇଛି ବୋଲି ବିରାଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଷ୍ମାରେ ଭୟାବହ ସଡ଼କ ଦୁର୍ଘଟଣା: ଟ୍ରଲର ଚକା ତଳେ ଚାଲିଗଲା ମହିଳାଙ୍କ ସମେତ ୨ ଶିଶୁଙ୍କ ଜୀବନ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍‌ୱେ’ର ସୁନ୍ଦରଗଡ଼ ଜିଲା ଭଷ୍ମା ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ…

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ଭାତ ଖାଇବା ବେଳେ ଗଡ଼ିଲା ମୁଣ୍ଡ: ସାମାନ୍ୟ କଳିରୁ ବଡ଼ ଭାଇଙ୍କୁ ଟାଙ୍ଗିଆରେ ହାଣିଲେ ସାନ ଭାଇ

ଭବାନୀପାଟଣା,୨୦।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ ଗୁରୁବାର ଅପରାହ୍ନରେ ଏକ ଅଭାବନୀୟ ତଥା ରକ୍ତାକ୍ତ ଘଟଣା ସାମ୍ନାକୁ ଆସିଛି।…

ଗାଧୋଇବା ବେଳେ ଭାସିଗଲେ ୩ ଯୁବକ, ଆଉ ତା’ପରେ…

ସମ୍ବଲପୁର,୨୦।୮,ସମ୍ବଲପୁର ଜିଲା ମାନେଶ୍ବର ମାଳତି ଯୋରରେ ଗୁରୁବାର ଏକ ଦୁଖଃଦ ଘଟଣା ଘଟିଛି। ଗାଧୋଇବା ବେଳେ ୩ଜଣ ଯୁବକ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର…

କେତୁଙ୍କ ଘରେ ବୁଧଙ୍କ ପ୍ରବେଶ, ୩ ରାଶିଙ୍କ ଘରେ ପଡିଯିବ ଅକାଳ! ଆଖି ପିଛୁଳାକେ ଚାଲିଯିବ ସବୁ ଟଙ୍କା…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଚାଲି ପରିବର୍ତ୍ତନ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ବୁଧ ଏବଂ କେତୁଙ୍କ ସ୍ଥିତି ଓ ନକ୍ଷତ୍ର…

ବ୍ରହ୍ମପୁରର ସୁନା ପୁଅ: ମହାକାଶ ବିଜ୍ଞାନରେ ଗବେଷଣା କରି ସୁନାମ ଆଣିଛନ୍ତି ବିଶ୍ୱଜିତ

ବ୍ରହ୍ମପୁର,୨୦।୮(ସୁବାସ ଚନ୍ଦ୍ର ପାଢ଼ୀ): ମହାକାଶ ବିଜ୍ଞାନ କ୍ଷେତ୍ରରେ ଅସାଧାରଣ ଗବେଷଣା କରି ବ୍ରହ୍ମପୁର ସହର ପାଇଁ ସୁନାମ ଆଣିଛନ୍ତି ହିଲପାଟଣା ନିବାସୀ ହୃଷିକେଶ ଦାଶ ଓ ସଂଯୁକ୍ତା…

ବାଂଲାଦେଶର ନୂଆ ରାଷ୍ଟ୍ରପତି ମିର୍ଜା ଫକରୁଲ୍: ଜାଣନ୍ତୁ ତାଙ୍କ ପତ୍ନୀଙ୍କ ଭାରତ କନେକ୍ସନ୍

ଢାକା,୨୦।୮: ବାଂଲାଦେଶ ନେସନାଲିଷ୍ଟ ପାର୍ଟି (BNP) ର ପ୍ରାର୍ଥୀ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର ସଂସଦୀୟ ନିର୍ବାଚନରେ ୨୫୫ଟି ଭୋଟ୍ ପାଇବା ପରେ ବାଂଲାଦେଶର ୨୩ତମ ରାଷ୍ଟ୍ରପତି…

SRCଙ୍କ କଡ଼ା ନିର୍ଦ୍ଦେଶ, ବନ୍ୟା ପ୍ରଭାବିତ ଏହି ୪ ଜିଲାକୁ ମିଳିବ ଚାଉଳ…

ଭୁବନେଶ୍ବର ୨୦।୮: ପ୍ରବଳ ବର୍ଷା ଓ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri