ଢୋଲକିଆଙ୍କ ରକ୍ତ ନେଇ ଶ୍ରୀମୟୀଙ୍କ ପ୍ରତାପଙ୍କୁ ଟାର୍ଗେଟ: ଭଣ୍ଡ ସନ୍ନ୍ୟାସୀଙ୍କୁ ମାରିଲେ ତେରଛା ବାଣ

ଭୁବନେଶ୍ୱର,୧୨।୧୦: ବିଜେଡି ଉପସଭାପତି ପ୍ରତାପ ଜେନାଙ୍କୁ ଶ୍ରୀମୟୀ ମିଶ୍ରଙ୍କ ଟାର୍ଗେଟ।ଜୟ ଢୋଲକିଆ, ରାଜେନ୍ଦ୍ର ଢୋଲକିଆଙ୍କ ରକ୍ତ ନୁହେଁ’ର ଜବାବ ଦେଲେ ଶ୍ରୀମୟୀ। ତେବେ ସେ କହିଛନ୍ତି, ଭଣ୍ଡ ସନ୍ନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କର ରକ୍ତ ଅଛି। କାହାକୁ ଅନୁଭବ କରି ତାଙ୍କ ଆଦେଶକୁ ମାନୁଛ। ସ୍ବର୍ଗତ ଢୋଲକିଆଙ୍କ ଆତ୍ମାକୁ ବାଧିଲା ଭଳି ବକ୍ତବ୍ୟ ରଖନ୍ତୁ ନାହିଁ। ପଶ୍ଚିମ ଓଡ଼ିଶାର ଟାଣୁଆ ନେତାଙ୍କ ପରିବାର ଭାବାବେଗ ସହ ଖେଳନ୍ତୁ ନାହିଁ। ରାଜନୀତିରୁ ଊଦ୍ଧର୍‌ବରେ ମାନବିକତା, ଓଡ଼ିଆ ସଂସ୍କୃତି ଏ ଶିକ୍ଷା ଦିଏ ବୋଲି ଶ୍ରିମୟୀ କହିଛନ୍ତି।

ଜୟ ଢୋଲକିଆ ଭାଜପାରେ ମିଶିବା ପରେ ବିଜେଡିର ପ୍ରତିକ୍ରିୟା। ପ୍ରେସମିଟ କରି ଜୟ ଢୋଲକିଆଙ୍କୁ ଟାର୍ଗେଟ କଲେ ପ୍ରତାପ ଜେନା। ସେ କହି ଥିଲେ ଘୋଡ଼ା ବେପାରରେ ଜୟ ଢୋଲକିଆ ବିକ୍ରି ହୋଇଗଲେ। ରାଜୁ ଭାଇ ଯଦି ବଞ୍ଚିଥାନ୍ତେ ତାହେଲେ ଏକଥାକୁ ପସନ୍ଦ କରି ନ ଥାନ୍ତେ। ଜୟ ଭାଜପାରେ ମିଶିଲା ପରେ ବି ନୂଆପଡ଼ାରେ କୌଣସି ପ୍ରଭାବ ପଡ଼ିବନି। ପୋଷ୍ୟ ପୁତ୍ର ଥିଲେ, ରାଜୁ ଢୋଲକିଆଙ୍କ ରକ୍ତ ପ୍ରବାହିତ ହେଉନି। ଭାଜପାରେ ପ୍ରାର୍ଥୀ ନାହାନ୍ତି, ଅନ୍ୟ ଦଳରୁ ନେଉଛନ୍ତି, କହି ପ୍ରତାପ ନିନ୍ଦା କରିଛନ୍ତି।

Share