ବିଜେଡିରେ ହଲଚଲ, ଶ୍ରୀମୟୀ ମିଶ୍ର ସସ୍ପେଣ୍ଡ

ଭୁବନେଶ୍ୱର,୨୩।୯: ବିଜେଡିରୁ ଆସିଲା ବଡ଼ ଖବର। ବିଜେଡ଼ିରୁ ବିଦା ହେଲେ ଶ୍ରୀମୟୀ ମିଶ୍ର । ଶ୍ରୀମୟୀ ମିଶ୍ର ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ବିଜେଡ଼ି କାର୍ଯ୍ୟାଳୟ ତରଫରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ମହିଳା ବ୍ୟାପାର ସାଧାରଣ ସଂପାଦିକା ଥିଲେ ଶ୍ରୀମୟୀ ସୋସିଆଲ ମିଡିଆରେ ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିଲେ। ‘ଧୃତରାଷ୍ଟ୍ର’ ଓ ‘ଭଣ୍ଡ ସନ୍ନ୍ୟାସୀ’ ଆଦି ପ୍ରସଙ୍ଗ ଉଠାଇ ପରୋକ୍ଷରେ ବିଜେଡିକୁ ଟାର୍ଗେଟ କରୁଥିବା କୁହାଯାଉଛି। ପୂର୍ବରୁ ଚେତାବନୀ ଦେଇଥିବା ବିଜେଡି ଆଜି ଶ୍ରୀମୟୀଙ୍କୁ ଦଳରୁ ବହିଷ୍କୃତ କରିଛି ।

ମହିଳା ବ୍ୟାପାର ସାଧାରଣ ସଂପାଦିକା ଭାବେ ଶ୍ରୀମୟୀ ମିଶ୍ର ଦାୟିତ୍ୱ ତୁଲାଉଥିଲେ । କିନ୍ତୁ ଦୀର୍ଘ ଦିନ ଧରି ଚୁପ ଥିବା ଶ୍ରୀମୟୀଙ୍କ ସୋସିଆଲ ମିଡିଆରେ ତେରଛା ବାଣ ମାରିଥିଲେ । ସିଧାସିଧା କୌଣସି ବ୍ୟକ୍ତିବିଶେଷ କିମ୍ୱା ଦଳ ନାମ ନେଇନଥିଲେ ବି ଶ୍ରୀମୟଙ୍କ ପୋଷ୍ଟ ଯୋଗୁଁ ବିଜେଡି ଖପ୍ପା ହୋଇଥିଲା । ଯାହାର ପରିମାଣ ଆଜି ତାଙ୍କୁ ନିଲମ୍ୱିତ କରାଯାଇଛି । କେବଳ ଶ୍ରୀମୟୀ ନୁହଁନ୍ତି ମୟୂରଭଞ୍ଜ ଜିଲ୍ଲାର ଆଉ ୨ ସଦସ୍ୟ ବି ବିଜେଡିରୁ ନିଲମ୍ବିତ ହୋଇଛନ୍ତି ।

କିଛି ଦିନ ପୂର୍ବରୁ ଶ୍ରୀମୟୀ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ: “ଯେଉଁ ବ୍ୟକ୍ତି ଜୀବନର ସମସ୍ତ ସୁଖ ଏବଂ ଆସକ୍ତିକୁ ପରିତ୍ୟାଗ କରିଛନ୍ତି ତାଙ୍କୁ ସନ୍ୟାସୀ କୁହାଯାଇପାରିବ। କିନ୍ତୁ ସମାଜରେ ଅନେକ ଲୋକ ଅଛନ୍ତି ଯେଉଁମାନେ ସୁଖ ଏବଂ ମହତ୍ତ୍ୱାକାଂକ୍ଷାକୁ ଆବଦ୍ଧ ରହି ନିଜକୁ ସନ୍ଥ ବୋଲି ଦାବି କରନ୍ତି। ଏହି ଲୋକମାନେ ଭଣ୍ଡ ସନ୍ୟାସୀ।”

 

 

Share