ଶ୍ରୀମନ୍ଦିର ହେବ ଆଲୋକୀକରଣ

ପୁରୀ ଅଫିସ,୧୬।୬: ଶ୍ରୀମନ୍ଦିରକୁ ଆଲୋକୀକରଣ କରାଯିବ। ରଙ୍ଗବେରଙ୍ଗ ଆଲୋକରେ ଶ୍ରୀମନ୍ଦିର ଚୂଡ଼ାରୁ ତଳ ଭାଗ ପର୍ଯ୍ୟନ୍ତ ଝଲସିବ। ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)ର ପାଞ୍ଚଜଣିଆ ବୈଷୟିକ ଟିମ୍‌ ମଙ୍ଗଳବାର ଶ୍ରୀମନ୍ଦିର ଭିତରକୁ ଯାଇ ଆଲୋକୀକରଣ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ନାଟମଣ୍ଡପ, ଭୋଗମଣ୍ଡପ, ଜଗମୋହନ, ବେହରଣ ଦ୍ୱାର, ସାତପାହାଚ, ଘଣ୍ଟିଦ୍ୱାର, ମାଜଣା ମଣ୍ଡପ ପାଇଁ ସ୍ବତନ୍ତ୍ର ଆଲୋକ ବ୍ୟବସ୍ଥା ହେବ। ଅଁଳାବେଢ଼ା, ଦଧିନଉତି, ନୀଳଚକ୍ରକୁ ଭିନ୍ନ ଭିନ୍ନ ଆଲୋକରେ ଆଲୋକିତ କରାଯିବ। ସହରଠାରୁ ଅନେକ ଦୂରରୁ ମଧ୍ୟ ବଡ଼ଦେଉଳର ଆଲୋକୀକରଣକୁ ସ୍ପଷ୍ଟ ଭାବେ ଦେଖି ହେବ। ମୁଖ୍ୟତଃ ବହିଃଭାଗରୁ ଏହି ଆଲୋକୀକରଣ କରାଯିବ। ଏହାଦ୍ୱାରା ମନ୍ଦିରର ଅନେକ ପାର୍ଶ୍ୱ ଦୃଶ୍ୟମାନ ହୋଇପାରିବ। ଏଏସ୍‌ଆଇ ପକ୍ଷରୁ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଭିତରେ ଇଲୁମିନିସେନ୍‌ ବା ସିଙ୍ଗଲ ଟାଇପ୍‌ ବଲ୍‌ବ ଲଗାଯାଇ ଆଲୋକୀକରଣ କରାଯିବା ନେଇ ବୈଷୟିକ ଟିମ୍‌ ସ୍ଥିର କରିଛି। ଆସନ୍ତା ଜୁଲାଇ ୪ରୁ ୫ ତାରିଖ ମଧ୍ୟରେ ଏହି କାର୍ଯ୍ୟ ଆରମ୍ଭ ହେବ ଓ ରଥଯାତ୍ରା ପୂର୍ବରୁ ଶେଷ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାରଙ୍କ ଅଧୀନ ୱାଟ୍‌କସ୍‌ କମ୍ପାନୀ ଏହି କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି। ଏଏସ୍‌ଆଇର ଜଣେ ଅଧିକାରୀ କହିଛନ୍ତି, ଆଲୋକୀକରଣ ପାଇଁ ପ୍ରାୟ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହେବ। ପାଞ୍ଚକୋଶ ଦୂରରୁ ଶ୍ରୀମନ୍ଦିର ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବା ସହ ଉନ୍ନତ ଆଲୋକୀକରଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ମନ୍ଦିର ବାହାରୁ ଭିତରକୁ ଆଲୋକୀକରଣ ଲାଗି ବ୍ୟବସ୍ଥା ହେଉଛି। ଏଭଳି ବ୍ୟବସ୍ଥାକୁ ‘ଫେକେଡ୍‌ ଲାଇଟିଂ’ କୁହାଯାଏ। କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିରରେ ଏଭଳି ଆଲୋକୀକରଣ କରାଯାଇଛି। ଏବେ ବଡ଼ଦେଉଳରେ ଏଭଳି ବ୍ୟବସ୍ଥା ହେବ। ରଥଯାତ୍ରା ଭିତରେ ଏହାକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲେ ସୁଦ୍ଧା ପ୍ରକୃତ ପକ୍ଷେ କେତେ ସମୟ ଲାଗିବ ସେନେଇ ଏବେଠୁ କହିବା କଷ୍ଟ। ଏଥିପାଇଁ ୬ରୁ ୭ଜଣ ଦକ୍ଷ ତଥା ଅଭିଜ୍ଞତାସମ୍ପନ୍ନ ଇଞ୍ଜିନିୟରଙ୍କ ସମେତ ଟେକ୍ନିସିଆନ୍‌ ଓ ଇଲେକ୍ଟ୍ରିସିଆନ୍‌ଙ୍କୁ ନିୟୋଜିତ କରାଯିବ। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨ରୁ ୩ଦିନ ମଧ୍ୟରେ କେବୁଲ୍‌ ବିଛାଇବା କାର୍ଯ୍ୟ ଆରମ୍ଭ ହେବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri