ପୁରୀ ରେଳଷ୍ଟେଶନରେ ଶ୍ରୀମନ୍ଦିର ସ୍ଥାପତ୍ୟ ପ୍ରତିଫଳିତ ହେବ

ପୁରୀ,୧୫।୧(ପି.ଟି.): ପୁରୀର ପୁନଃବିକଶିତ ରେଳଷ୍ଟେଶନରେ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ପାରମ୍ପରିକ ସ୍ଥାପତ୍ୟ ବିଶେଷତ୍ୱ ପ୍ରତିଫଳିତ ହେବା ସାଙ୍ଗକୁ ଯାତ୍ରୀମାନଙ୍କ ଲାଗି ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ରେଳଷ୍ଟେଶନ ବିକାଶ କାର୍ଯ୍ୟ ହାତକୁ ନେଇଥିବା ରଥ ଆର୍କିଟେକ୍ଟୋନିକ୍‌ ପକ୍ଷରୁ ଏହା କୁହାଯାଇଛି। ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ପୁନର୍ବିକାଶ କାର୍ଯ୍ୟ ଶେଷ ହେବ। କଳିଙ୍ଗ ସ୍ଥାପତ୍ୟ ଅନୁଯାୟୀ ଷ୍ଟେଶନର ପୁନଃନିର୍ମାଣ କରାଯାଉଛି। ଷ୍ଟେଶନା ସମ୍ମୁଖ ଭାଗ ଜଗନ୍ନାଥ ମନ୍ଦିର ଆକୃତିର ହେବ ବୋଲି ସଂସ୍ଥାର ପ୍ରତୀକ ରଥ କହିଛନ୍ତି। ପୁରୀ ମନ୍ଦିର ମୂଳତଃ ଦୁଇ ଭାଗରେ ବିଭକ୍ତ ଯଥା ଦେଉଳ ଏବଂ ଜଗମୋହନ। ମନ୍ଦିରର ପ୍ରବେଶପଥରେ ଦେଉଳର ପ୍ରତିଫଳନ ଦେଖିବାକୁ ମିଳିବ। ଏହାର ପଶ୍ଚାତ୍‌ଭାଗ ଯେଉଁଠାରେ ଯାତ୍ରୀଙ୍କ ସମାଗମ ହେବ, ତାହା ଜଗମୋହନ ଆକୃତିର ହେବ। ଉକ୍ତ ସ୍ଥାନର ଦୈର୍ଘ ୧୧୫ ମିଟର ଓ ପ୍ରସ୍ଥ ୩୦ ମିଟର ରହିବ। କଳିଙ୍ଗ ସ୍ଥାପତ୍ୟ ଅନୁଯାୟୀ ଷ୍ଟେଶନ ନିର୍ମାଣରେ ବିଭିନ୍ନ ଶିଳାକୁ ଖୋଦିତ କରାଯାଇ ବ୍ୟବହାର କରାଯିବ। ବର୍ତ୍ତମାନ ପୁରୀ ଷ୍ଟେଶନରେ ଦୈନିକ ୬ରୁ ୭ ହଜାର ଯାତ୍ରୀ ଯାତାୟାତ କରୁଥିବାବେଳେ ଆଗାମୀ ଦିନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିକଶିତ ଷ୍ଟେଶନରେ ଯାତ୍ରୀ କ୍ଷମତା ୪୦ ହଜାରକୁ ବୃଦ୍ଧି କରାଯାଉଛି। ୨୦୨୨ ଜୁଲାଇରେ ରେଲଓ୍ବେ ପୁରୀ ଷ୍ଟେଶନ ପୁନଃ ବିକାଶ କାର୍ଯ୍ୟ ରଥ ଆର୍କିଟେକ୍ଟୋନିକ୍‌କୁ ଦେଇଥିବାବେଳେ ୨୦୨୩ ଜାନୁୟାରୀରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ମନୋଜ ରଥ ଏବଂ ପ୍ରତୀକ ରଥ ଷ୍ଟେଶନର ଡିଜାଇନ୍‌ କରିଛନ୍ତି ଏବଂ ବି.ସି. ଭୁୟଁା କନ୍‌ଷ୍ଟ୍ରକ୍‌ସନ୍‌ ପ୍ରା.ଲିଃ ଏହାର ନିର୍ମାଣ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri