ଛତ୍ରପୁର,୨୭ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲାର ଚମାଖଣ୍ଡି ଥାନାରେ ନୂତନ ଥାନା ଅଧିକାରିଣୀ ଭାବେ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଗଞ୍ଜାମ ପୋଲିସ ଜିଲାର ହେଡ୍ କ୍ୱାର୍ଟରରେ ଦାୟିତ୍ୱ ତୁଲାଇ ଥିବା ବେଳେ ତାଙ୍କର ଚମାଖଣ୍ଡି ଥାନାକୁ ବଦଳି ହୋଇଥିଲା। ଆଜି ଚମାଖଣ୍ଡି ଥାନା ଅଧିକାରିଣୀ ଭାବେ ନିଜ ଦାୟିତ୍ୱ ଗ୍ରହଣ କରିବା ପରେ ଥାନାର ସମସ୍ତ କର୍ମଚାରୀ ଓ ଅଧିକାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଚମାଖଣ୍ଡି ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ସ୍ବତନ୍ତ୍ର ଦୃଷ୍ଟି ସହ ଟ୍ରାଫିକ୍ ସମସ୍ୟାକୁ ଗୁରୁତ୍ୱ ଦେବେ। ଏହା ସହ ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯିବ ବୋଲି ସେ କହିଥିଲେ। ଏହା ପୂର୍ବରୁ ସେ ସୁନ୍ଦରଗଡ଼ ଓ ଗଞ୍ଜାମ ଜିଲାର ବିଭିନ୍ନ ଥାନାରେ ନିଜର କାର୍ଯ୍ୟ ସୂଚାରୁ ରୂପେ ତୁଲାଇଛନ୍ତି।