Posted inଜାତୀୟ

ଶ୍ରଦ୍ଧା ହତ୍ୟା ମାମଲା: ଶରୀରରେ ଅନେକ କ୍ଷତ ଚିହ୍ନ, ଯାଞ୍ଚ କରୁଛି ୩ ରାଜ୍ୟର ପୋଲିସ

ନୂଆଦିଲ୍ଲୀ,୧୮ ।୧୧: ଶ୍ରଦ୍ଧା ହତ୍ୟାକାଣ୍ଡରେ ଏମିତି କିଛି କଥା ବେଳେକୁ ବେଳ ସାମ୍ନାକୁ ଆସୁଛି ଯାହା ସମସ୍ତଙ୍କ ମନକୁ ଦୋହଲାଇ ଦେଉଛି । ଆଫତାବଙ୍କ ବର୍ବରତା ଜଣାପଡିବା ପରେ ପ୍ରାୟ ସମସ୍ତଙ୍କ ମୁହଁରେ ଗୋଟିଏ କଥା ତାଙ୍କୁ କଠିନ ଦଣ୍ଡ ମିଳୁ । ଏମିତିକି ତାଙ୍କୁ ଫାଶୀ ଦିଆଯାଉ ବୋଲି ବି ଦାବି କରାଯାଉଛି । ଶ୍ରଦ୍ଧା ଓ ଆଫତାବଙ୍କ ରିଲେସନକୁ ନେଇ ଏମତି କିଛି ତଥ୍ୟ ସମ୍ନାକୁ ଆସୁଛି ଯାହା ମାମଲାକୁ ଆହୁରି ଜଟିଳ କରି ଦେଉଛି । ଏବେ ଏମାନଙ୍କ ରିଲେଶନକୁ ନେଇ କିଛି ଫଟୋ ବି ସାମ୍ନାକୁ ଆସିଛି ଯାହା କହୁଛି ଆଫତାବ କେତେ ନିଷ୍ଠୁର ହୋଇ ଯାଇଛନ୍ତି । ସେ ବର୍ବତରାର ଚରମ ସୀମାରେ ପହଞ୍ଚି ଯାଇଛନ୍ତି । ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ମାମଲାର ଯାଞ୍ଚ ପାଇଁ ଗୋଟିଏ ନୁହେଁ ବରଂ ୩ଟି ରାଜ୍ୟର ପୋଲିସ ଲାଗି ପଡିଛନ୍ତି । ଏହି ମାମଲାର ଯାଞ୍ଚ ପାଇଁ ଦିଲ୍ଲୀ ପୋଲିସ ସମେତ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦଶ ପୋଲିସ ବି ଯାଞ୍ଚରେ ଲାଗି ପଡିଛନ୍ତି ।
ପ୍ରଥମ ଯାଞ୍ଚରେ ସାମ୍ନାକୁ ଆସିଥିଲା କି ଦୁହିଁଙ୍କ ମଧ୍ୟରେ ଅତ୍ୟଧିକ ଝଗଡା ହେଉଥିଲା । ଏହାକୁ କମ୍ କରିବାକୁ ଗତ ମେ’ରେ ଏମାନେ ବିଭିନ୍ନ ସ୍ଥାନ ବୁଲିବାକୁ ଯାଇଥିଲେ । ହତ୍ୟାର କିଛିଦିନ ପୂର୍ବରୁ ଶ୍ରଦ୍ଧା ଆଫତାବଙ୍କ ସହ ଉତ୍ତରାଖଣ୍ଡର ଶିବପୁରି ନିକଟ ବଶିଷ୍ଠ ଗୁମ୍ଫା ବୁଲିବାକୁ ଯାଇଥିଲେ । ଏହି ଗୁମ୍ଫା ଗଙ୍ଗାନଦୀ କୂଳରେ ରହିଛି । ସେହିଠାରୁ ହିଁ ଶ୍ରଦ୍ଧା ତାଙ୍କର ଶେଷ ରିଲ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri