କାନ୍ଧ ସହ ମିଶାଇଲେ କାନ୍ଧ

ଢେଙ୍କାନାଳ ଅଫିସ, ୮।୧

କେନ୍ଦ୍ରାପଡ଼ାରେ ଘର। ରହୁଥିଲେ ଢେଙ୍କାନାଳରେ। ରୋଗରେ ପଡ଼ିଲେ। ଟାଣି ନେଇଗଲା ମୃତ୍ୟୁ। ହେଲେ ଦୁଃଖ ଏତିକିରେ ସରିଲାନି। କରୋନା ଭୟରେ ଡାକ୍ତରଖାନାରୁ ଭଡ଼ାଘରକୁ ମୃତଦେହ ପୂରାଇବାକୁ ରାଜି ହେଲେନି ମାଲିକ। ଅସହାୟ ଅବସ୍ଥାରେ ଝିଅ, ନାତୁଣୀ ମୃତଦେହକୁ କାନ୍ଧଦେଲେ। ଆଖିର ଲୁହ ଆଖିରେ ମାରି ମଶାଣିକୁ ଯାଉଥିବାବେଳେ ଏଭଳି କରୁଣ ଦୃଶ୍ୟ ପଡ଼ିଲା ସାମାଜିକ ଅନୁଷ୍ଠାନ ‘ହେଲପିଂ ହ୍ୟାଣ୍ଡ’ର ସଦସ୍ୟଙ୍କ ଆଖିରେ। ଶେଷରେ କାନ୍ଧକୁ କାନ୍ଧ ହୋଇ ମରଶରୀର ପହଞ୍ଚତ୍ଲା ଶ୍ମଶାନରେ। ବିଧିବଦ୍ଧ ଭାବେ ଅନ୍ତିମ ସଂସ୍କାର ମଧ୍ୟ ହେଲା। ଗୁରୁବାର ଏଭଳି ଏକ ସ୍ପର୍ଶକାତର ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ।
ଢେଙ୍କାନାଳ ଜିଲାର ସଂଯୁକ୍ତା ପରିଡ଼ା (୭୫) ସହର ଉପକଣ୍ଠ କୋରିଅଁା ନିକଟରେ ଭଡ଼ା ଘରେ ଝିଅ ଏବଂ ନାତୁଣୀଙ୍କ ସହ ରହୁଥିଲେ। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ସଂଯୁକ୍ତା ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଶେଷ ସମୟରେ ତାଙ୍କ ନିକଟରେ ଝିଅ ଏବଂ ନାତୁଣୀଙ୍କ ବ୍ୟତୀତ କେହି ନ ଥିଲେ। ଅନ୍ୟପଟେ ଘରକୁ ମୃତଦେହ ନେବାକୁ ବାହାରିଥିବାବେଳ ଘର ମାଲିକ କୁନ୍ଥୁକୁନ୍ଥୁ ହୋଇଥିଲେ। ଫଳରେ ଡାକ୍ତରଖାନାରୁ ମଶାଣିକୁ ମୃତଦେହ ନେବାକୁ ସ୍ଥିର କରିଥିଲେ ଝିଅ ଏବଂ ନାତୁଣୀ। ସଂଯୁକ୍ତାଙ୍କ ମୃତଦେହ କାନ୍ଧେଇ ଶ୍ମଶାନକୁ ଯାଉଥିବାବେଳେ ସହାୟତା କରିବାକୁ ଆଗେଇ ଆସିଥିଲେ ‘ହେଲ୍‌ପିଂ ହ୍ୟାଣ୍ଡ’ର ସଦସ୍ୟ। ବଡ଼ଯୋରା ଶ୍ମଶାନରେ ମୃତଦେହର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଅନୁଷ୍ଠାନର ସର୍ବେଶ୍ୱର ବେହେରା ଏବଂ ପିନାକୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମୃତ ମହିଳା ୨ମାସ ତଳେ ଝିଅ ଘରକୁ ଆସିଥିଲେ। ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri