ଫୋନ୍‌ କରି ପାଖକୁ ଡାକି ଭାଜପା କର୍ମୀଙ୍କୁ ଗୁଳି କଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

କବିସୂର୍ଯ୍ୟନଗର,୩୦ା୩(କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଆଠଗଡ଼ ପାଟଣା ଜନୈକ ଭାଜପା କର୍ମୀଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ ଅତି ନିକଟରୁ ହୋଇଥିବା ଜଣାପଡ଼ିଛି।କପାଳକୁ ଗୋଟିଏ ରାଉଣ୍ଡ ଗୁଳି ବାଜିଥିବା ବେଳେ ଶରୀରର ଅନ୍ୟ କେଉଁଠି କ୍ଷତ ନ ଥିବା ପ୍ରାଥମିକ ତଦନ୍ତରୁ ଦେଖିବାକୁ ମିଳିଛି। ମୃତକ ଜଣକ ହେଲେ ଲଷ୍ମୀନାରାୟଣ ପାଇକରାୟ ଓରଫ କୁନା ପାଇକରାୟ। ଜଣେ ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତା ସହ ଏକାଧିକ ଆପରାଧିକ ମାମଲାରେ ଜଡ଼ିତ। ଗଞ୍ଜାମ ଜିଲା ଦଣ୍ଡନାଚ କମିଟି ସଦସ୍ୟ।

ଘଟଣାଟି ଘଟିଛି କବିସୂର୍ଯ୍ୟନଗର ଥାନା ପଥରାପଲ୍ଲୀ କୁକୁଡ଼ାଫlର୍ମ ନିକଟ କଲଭର୍ଟ ଠାରେ। କିଛି ଦୁର୍ବୃତ୍ତ କଲଭର୍ଟ କାମ ଦେଖିବାକୁ ଆସି ଭିଡିଓ ବନାଉଥିଲେ। ସେଠାରୁ ଫୋନ୍‌ କରି କାମ ପାଖକୁ ଡାକିଥିଲେ। ଜଣେ କାମ କଥା ପଚାରିବା ବେଳେ ଅନ୍ୟଜଣେ ଅତି ନିକଟରୁ ଗୁଳି କରିଥିଲେ। ଘଟଣାସ୍ଥଳରେ ପଡ଼ି ଯାଇଥିବା ବେଳେ ତାଙ୍କୁ କବିସୂର୍ଯ୍ୟନଗର ମେଡିକାଲ ଭର୍ତ୍ତି କରିବା ପରେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି। ସ୍ଥାନୀୟ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ମେଡିକାଲରେ ପହଞ୍ଚି ଘାଟଣା ସମ୍ପର୍କରେ ବୁଝିବା ସହ ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛନ୍ତି। ପୋଷ୍ଟମର୍ଟମ ପାଇଁ ବ୍ରହ୍ମପୁର ମେଡିକାଲ ପଠାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ପର୍ଦ୍ଦାଫାଶ ହେବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ନିବାସରୁ ବାହାରି ବଡ଼ ସୂଚନା ଦେଲେ କଳିକେଶ: କହିଦେଲେ ସାଂଘାତିକ କଥା, ରାଜନୀତିରେ ହଇଚଇ

ଭୁବନେଶ୍ୱର,୩୧।୧: ନବୀନ ନିବାସରୁ ବାହାରିଲେ କଳିକେଶ ନାରାୟଣ ସିଂହଦେଓ। ଏହି ସମୟରେ ଗଣମାଧ୍ୟମ ଜରିଆରେ କଳିକେଶ ବଡ଼ ସୂଚନା ଦେଇ କହିଛନ୍ତି, ଓଡ଼ିଶା ଲାଗି କାମ କରିବା…

ଆମେରିକାରେ ପୁଣି ହେଲା ଶଟ୍‌ଡାଉନ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୩୧।୧: ଆମେରିକା ଉପରେ ପୁଣିଥରେ ତାଲାବନ୍ଦୀ ଅର୍ଥାତ୍‌ ଶଟ୍‌ଡାଉନ ହୋଇଛି। କାରଣ ସିନେଟରେ ଫଣ୍ଡିଂ ବିଲ୍‌ ଅଟକି ରହିଛି, ଯାହା ଫଳରେ ରାଷ୍ଟ୍ରପତି ଟ୍ରମ୍ପ ଚାପରେ ପଡ଼ିଛନ୍ତି।…

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜଧାନୀ ମହିଳାଙ୍କ ପାଇଁ ନେଲେ ଏହି ପଦକ୍ଷେପ, ଏଣିକି ମିଳିବ…

ଭୁବନେଶ୍ୱର,୩୧ା୧: ରାଜଧାନୀ ମହିଳା ଯାତ୍ରୀଙ୍କ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ବଡ଼ ଘୋଷଣା କରିଛନ୍ତି। ମହିଳାଙ୍କ ସୁରକ୍ଷା ଏବଂ…

Pakistan PM: ‘ଆମକୁ ଲାଜ ଲାଗୁଛି’, କାହିଁକି ଏମିତି କହିଲେ ଶହବାଜ ସରିଫ? ଜାଣନ୍ତୁ ଏହା ପଛର କାରଣ

ଇସଲାମାବାଦ,୩୧।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶରୁ ଋଣ ନେବା ପାଇଁ ଲଜ୍ଜା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟଙ୍କା ମାଗିବା ଜାତୀୟ ଗର୍ବକୁ କ୍ଷତି…

ସୁନା-ରୂପା ପରି ବଢିଚାଲିଛି ଏହି ଧାତୁର ଦାମ୍‌! ଏବେଠୁ କିଣି ନିଅନ୍ତୁ…

ନୂଆଦିଲ୍ଲୀ,୩୧।୧: ଯଦି ଆପଣଙ୍କର ଧ୍ୟାନ କେବଳ ସୁନା ଏବଂ ରୂପା ଉପରେ ରହିଛି, ତେବେ ବଜାରକୁ ପୁନଃପରୀକ୍ଷଣ କରିବାର ସମୟ ଆସିଛି। ବିଶ୍ୱ ସାମଗ୍ରୀ ବଜାରରେ ଏକ…

ହଠାତ୍‌ ନବୀନ ନିବାସରେ ପହଞ୍ଚିଲେ କଳିକେଶ, ମିଳିବ ବଡ଼ ଦାୟିତ୍ୱ!

ଭୁବନେଶ୍ୱର,୩୧।୧: ନବୀନ ନିବାସରେ ପହଞ୍ଚିଲେ କଳିକେଶ ନାରାୟଣ ସିଂହଦେଓ।କଳିକେଶଙ୍କୁ ବଡ଼ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି । କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri