ଗଜପତିରେ ଅଭାବୀ ବର୍ଷା: ଧାନ ଅମଳ ହେବ କି ନାହିଁ ଆଶଙ୍କାରେ

ପାରଳାଖେମୁଣ୍ଡି,୧୫ା୧୦(ଗିରିଧାରୀ ପରିଛା): ଗଜପତି ଜିଲାରେ ଅଭାବୀ ବର୍ଷା ଯୋଗୁ ଚିନ୍ତାରେ ରହିଛନ୍ତି ଚାଷୀ। କ୍ଷେତରେ ଧାନ ଗର୍ଭରେ ଥିବା ବେଳେ ଆଉ କିଛି ଧାନ ଗଛ ଅଳ୍ପ ଅଳ୍ପ ଧାନ ଛାଡୁଛି। ଏହି ସମୟରେ ବହୁ ପରିମାଣର ପାଣିର ଆବଶ୍ୟକତା ରହିଛି । ହେଲେ ବର୍ଷା ଅଭାବ ଯୋଗୁ ଜଳାଶୟ ଗୁଡିକ ଶୁଖିବାରେ ଲାଗିଛି । ଏପରି ସ୍ଥଳେ ଚାଷୀ ଦିନ ଓ ରାତି କ୍ଷେତକୁ ପାଣି ଯୋଗାଇବାକୁ ପାଣି ଉତ୍ସ ଥିବା ସ୍ଥାନରୁ ପାଣି ବୋହି ଆଣି କ୍ଷେତରେ ମଡାଉଛନ୍ତି। ଏଥିପାଇଁ ସେମାନେ ଜଳ ଉତ୍ସ ଥିବା ସ୍ଥାନରେ ମୋଟର ଲଗାଇବା ସହ ପାଇପ ବିଛାଇ ଚାଷ ଜମିକୁ ଜଳ ନେଉଥିବାର ଦେଖିବାକୁ ମିଳୁଛି ।

ଜଳସଙ୍କଟ ଥିବା ଯୋଗୁ ଚଳିତ ବର୍ଷର ଧାନ ଅମଳ ହେବ କି ନାହିଁ ଆଶଙ୍କାରେ ରହିଛନ୍ତି ଚାଷୀକୂଳ। ଜିଲାରେ ଥିବା ୭ଟି ବ୍ଲକରୁ ଗୋଷାଣି ଓ କାଶୀନଗର ବ୍ଲକ ଧାନ ଚାଷ ପାଇଁ ବେଶ୍‌ ପରିଚିତ। ତେବେ ଏହି ଦୁଇ ବ୍ଲକରେ ଥିବା ଜଳାଶୟଗୁଡିକ ଶୁଖିଲା ଅବସ୍ଥାରେ ପଡିଛି। ଚଳିତବର୍ଷ ବର୍ଷା ଅଭାବ ସହ କେନାଲଗୁଡିକର ମରାମତି ହୋଇ ନ ଥିବାରୁ ଠିକ ରୂପେ ଜଳ ଚାଷ ଜମିକୁ ମାଡି ନାହିଁ। ଗୋଷାଣି ବ୍ଲକରେ ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ କରିଥିବା କୃଷ୍ଣ ସାଗର ଏବଂ ଏହାର କେନାଲଗୁଡିକ ରକ୍ଷଣାବେକ୍ଷଣ ପ୍ରତି ପ୍ରଶାସନର ଅବହେଳା ହେତୁ ଚାାଷୀ ଜମିକୁ ଜଳସେଚନ ପାଇଁ ସମସ୍ୟାର ସମ୍ମୁଖୀନ ହୋଇଛି।

କେନାଲଗୁଡିକୁ ସଫା କରିବା ପାଇଁ ଚାଷୀ ବାରମ୍ବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଦାବି କରିଥିଲେ ମଧ୍ୟ ବିଭାଗୀୟ କତ୍ତୃପକ୍ଷ ଗୁରୁତ୍ୱ ଦେଇନାହାନ୍ତ ଯଦି ଚଳିତବର୍ଷ ଧାନ ପୋଡିଯାଏ ଅବା ଅଗାଡି ହୋଇଯାଏ ତେବେ ଚାଷୀ ଓ ଭାଗଚାଷୀ କ୍ଷତିଗ୍ରସ୍ତ ହେବେ। ଏହା ହେଲେ ଆଗାମୀ ଦିନରେ ଜମି ପଡିଆ ପକାଇ ପେଟପାଟଣା ପାଇଁ ଆମେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେବୁ ବୋଲି କେତେଜଣ ଚାଷୀ ଓ ଭାଗଚାଷୀ କହିଛନ୍ତି। ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ତୁରନ୍ତ କେନାଲଗୁଡିକ ସଫା ଓ ମରାମତି କରି ଚାଷଜମିକୁ ପାଣି ଛାଡିବା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଘାଳୟରେ ଭୟଙ୍କର ଖଣି ବିସ୍ଫୋରଣ: ୧୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୫।୨: ମେଘାଳୟର ଏକ ବେଆଇନ ଖଣିରେ ବିସ୍ଫୋରଣ ଘଟି ୧୬ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସକାଳେ ଥାଙ୍ଗସ୍କୁ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଏବେ ମଧ୍ୟ…

ଭାରତର ଏହି ଧାବିକା ହେଲେ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୫ା୨: ଡୋପ୍‌ ଟେଷ୍ଟକୁ ଏଡାଇ ଭାରତର ଲଙ୍ଗ ଡିଷ୍ଟାନ୍ସ ଧାବିକା ପୂଜା ଆତ୍ମାରାମ ଆଥଲେଟିକ୍ସ ଇଣ୍ଡିଗ୍ରିଟି ୟୁନିଟ୍‌ (ଏଆଇୟୁ) ଦ୍ୱାରା ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି। ପୂଜା ୫୦୦୦…

IAS ସ୍ତରରେ ବଡ଼ ଧରଣର ଅଦଳବଦଳ: ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗ

ଭୁବନେଶ୍ୱର,୫।୨: ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଅନେକ ଅଭିଜ୍ଞ IAS ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସହ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ଅର୍ପଣ…

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

ଲଜ୍ଜା: ମୂକ ଓ ବଧିର ଝିଅକୁ ବଳାତ୍କାର କରି ଗର୍ଭବତୀ କଲେ ଜନ୍ମକଲା ବାପା

ମୁମ୍ବାଇ,୫।୨: ମୁମ୍ବାଇର କଫ୍ ପ୍ୟାରେଡ୍ ଅଞ୍ଚଳରୁ ଏକ ଅମାନବୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୦ ବର୍ଷୀୟା ମୂକ ଓ ବଧିର ଯୁବତୀଙ୍କୁ ବଳାତ୍କାର…

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri