ପୁରୀ,୨୦।୫ : ପୁରୀର ଝିଅ ପ୍ରିୟଙ୍କା ସେନାପତି ଏବେ ଚର୍ଚ୍ଚାରେ। ସେ ପାକିସ୍ତାନୀ ସ୍ପାଏ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କରେ ଥିବାରୁ ତାଙ୍କୁ ନେଇ ତଦନ୍ତ ଜାରି ରହିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ପ୍ରିୟଙ୍କାଙ୍କ ଉପରେ କଡ଼ା ନଜର ରଖିଛି ।
ତେବେ ଏବେ ପ୍ରଶ୍ନ ଉଠୁଛି ତେଜରାତି ଦୋକାନୀରୁ ପ୍ରିୟଙ୍କାଙ୍କ ବାପା ସିଧା ଚାରି ଚାରିଟା ହୋଟେଲ ମାଲିକ କିପରି ହେଲେ। ଝିଅଙ୍କ ୟୁଟ୍ୟୁବ ଟଙ୍କା ଏବଂ ଦୋକାନ ଟଙ୍କାରୁ ଏମିତି କେତେ ରୋଜଗାର ହେଉଥିଲା ଯେ ଏକାବେଳେ ଚାରିଚାରିଟା ହୋଟେଲ୍ର ମାଲିକ ହୋଇଗଲେ। ଝିଅ ବାପାଙ୍କୁ ମାଲାମାଲ କରିଦେଲେ କିି ? ଝିଅ ବିଦେଶରେ ବୁଲୁଥିଲେ ବାପା ପୁରୀରେ ଥିଲେ। ୟୁଟ୍ୟୁବ ଓ ତେଜରାତି ଦୋକାନରୁ ଏମିତି କେତେ ଟଙ୍କା ପାଉଥିଲେ ଯେ, ରାତିରାତି ଛୋଟ ସାମ୍ରାଜ୍ୟ ତିଆରି ହୋଇଗଲା।
ତେବେ ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ସମ୍ପର୍କ ଥିଲା ବେଶ୍ ନିବିଡ଼। ଏକାଠି ବୁଲୁଥିଲେ ଏବଂ ହୋଟେଲରେ ରହୁଥିଲେ। ଏପରିକି ଦୁହେଁ ପାକିସ୍ତାନ ମିଶିକି ମଧ୍ୟ ଯାଇଥିଲେ। ଝିଅ ପାକିସ୍ତାନ ଯାଇଥିବା ତାଙ୍କ ବାପା ଖୋଦ ସ୍ବୀକାର କରିଛନ୍ତି।
ତେବେ ପ୍ରିୟଙ୍କା କିପରି କୋଟିପତି ହୋଇଛନ୍ତି ତାହାକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ କରୁଛି । ତାହା ସହ ତାଙ୍କ ଆକାଉଣ୍ଟ ଓ ତାଙ୍କ ବାପାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ ଚାଲିଛି।
ଏନେଇ ପୁରୀ ଏସ୍ପି କହିଛନ୍ତି ଯେ, ପ୍ରିୟାଙ୍କାଙ୍କ ଓ ତାଙ୍କ ପରିବାରର ଆର୍ଥିକ କାରବାରକୁ ନେଇ ଯାଞ୍ଚ ଚାଲିଛି। କେଉଁଠୁ ଟଙ୍କା ଆସିଲା ସେନେଇ ନେଇ ମଧ୍ୟ ତଦନ୍ତ ଚାଲିଛି। କେମିତି ସେ ୪ଟି ବିଳାସପୂର୍ଣ୍ଣ ହୋଟେଲର ମାଲିକାଣୀ ହୋଇଛନ୍ତି ତାହା ମଧ୍ୟ ତଦନ୍ତ ପରିସର ରହିଛି। ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, ଉଭୟ ପ୍ରିୟଙ୍କା ଓ ଜ୍ୟୋତି ଏକାସାଙ୍ଗେ ଅନେକ ସ୍ଥାନ ବୁଲିଛନ୍ତି । ଲାଇଭ ଟାଟରେ ସେମାନେ ପାକିସ୍ତାନୀଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛନ୍ତି
ପୁରୀ ବୁଲିବାକୁ ଆସିଥିବା ସମୟରେ ଏକ ହୋଟେଲ୍ରେ ପ୍ରିୟଙ୍କାଙ୍କ ସହ ରହୁଥିଲେ ପାକ୍-ସ୍ପାଏ ଜ୍ୟୋତି ମାଲହୋତ୍ରା। ହୋଟେଲ୍ରେ ଶୋଇ କଥାବାର୍ତ୍ତା ହେଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି।