ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି । ଏହି ବଜାରର ଦୁର୍ଗା ମଣ୍ଡପକୁ ଲାଗିଥିବା ପରିବା ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଦୋକାନୀ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି ।
ମୃତକ ହେଲେ ଦୋକାନୀ ସୁବାସ ଚନ୍ଦ୍ର ମଲ୍ଲିକ (୪୫) । ଦୋକାନରେ ଶୋଇଥବା ବେଳେ ଏହି ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡର କାରଣ କିଛି ଜଣାପଡିନି । ଘଟଣା ସ୍ଥଳରେ କୁଦାନଗରୀ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।