ଭବାନୀପାଟଣା,୧୯ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ନିକଟରେ ଥିବା ଏକ ଖେଳ ସାମଗ୍ରୀ ଦୋକାନରେ ମଙ୍ଗଳବାର ଅପରାହ୍ନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଦୋକାନ ମାଲିକ ଅଶୋକ ପତି ଦୋକାନ ବନ୍ଦ କରି ଘରକୁ ଯାଇଥିବାବେଳେ କୌଣସି କାରଣ ବଶତଃ ଭିତର ପଟୁ ନିଆଁ ଲାଗି ଯାଇଥିଲା। ତେବେ ଦୋକାନ ଉପରେ ଥିବା ସ୍କାଏ ଲାଇଟ ପଟେ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଅଶୋକଙ୍କୁ ଜଣାଇଥିଲେ। ଅଶୋକ ପହଞ୍ଚତ୍ ଦୋକାନ ଖୋଲିବା ପରେ ଭିତରେ ନିଆଁ ଜଳୁଥିବା ଦେଖିବାକୁ ପାଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଦୋକାନର ପ୍ରାୟ ସମସ୍ତ ଖେଳ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଥିଲା। ନଷ୍ଟ ସାମଗ୍ରୀ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଅଶୋକ କହିଛନ୍ତି। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି।