ପୂର୍ବ ଶତ୍ରୁତାକୁ ନେଇ ଗୁଳି, ବୋମାମାଡ଼

ପିପିଲି,୨୬।୧୦(ଡି.ଏନ୍‌.ଏ./ସ୍ବ.ପ୍ର.): ପୁରୀ ଜିଲା ପିପିଲି ଅଞ୍ଚଳରେ ସୋମବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ଓ ବୋମାମାଡ଼ ହୋଇଛି। ପ୍ରଥମେ ପିପିଲି ଏନ୍‌ଏସି ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିବାବେଳେ ଏଥିରେ ସ୍ଥାନୀୟ ଉଜାଣିପଡା ଗ୍ରାମର ସନାତନ ପ୍ରଧାନ ଓରଫ ସାନୁ ଗୁରୁତର ଆହତ ହୋଇଥିଲେ। ସାନୁଙ୍କ ଜଙ୍ଘରେ ଗୁଳି ବାଜିଥିବା ବେଳେ ତାଙ୍କୁ ପ୍ରଥମେ ପିପିଲି ମେଡିକାଲ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଖବରପାଇ ଜିଲା ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପିପିିଲି ଥାନାରେ ପହଞ୍ଚତ୍ ଏସ୍‌ଡିପିଓ ଦେବଦତ୍ତ ବରାଳ ଓ ପିପିଲି ଥାନା ଅଧିକାରୀ ଅଭିମନ୍ୟୁ ନାୟକଙ୍କ ସହ ଆଲୋଚନା କରି ଘଟଣାର ତଦନ୍ତ ଜାରି ରଖିଛନ୍ତି। ଗୁଳିକାଣ୍ଡର କିଛି ସମୟ ପରେ ନରସିଂହପୁର ଗ୍ରାମରେ ଅନ୍ୟ ଏକ ଗୋଷ୍ଠୀ ପକ୍ଷରୁ ବୋମାମାଡ଼ ହୋଇଥିଲା। ଫଳରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବାବେଳେ ପିପିଲିରେ ଆଖପାଖ ଥାନାର ୬ଜଣ ଇନ୍ସପେକ୍ଟର ୪ଟି ପାଟ୍ରୋଲିଂ ଭ୍ୟାନରେ ପାଟ୍ରୋଲିଂ କରିଥିବା ବେଳେ ୨ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଖବରପାଇ ମଙ୍ଗଳବାର ଏସ୍‌ପି କନଓ୍ବର ବିଶାଲ ସିଂ ପିପିଲି ଅଞ୍ଚଳରେ ପହଞ୍ଚତ୍ ଘଟଣାର ଅନୁଧ୍ୟାନ କରିବା ସହ ଅଭିଯୁକ୍ତଙ୍କୁ ଶୀଘ୍ର ଧରିବା ସହ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଗତ ୧୯ ତାରିଖରେ ପିପିଲି କଲେଜର ଜଣେ ଛାତ୍ରୀଙ୍କୁ ଜଣେ ଅଣଛାତ୍ର କମେଣ୍ଟ ମାରିବା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟଣା ସହ ଅଞ୍ଚଳର ନରସିଂହପୁର ଓ ଉଜାଣିପଡ଼ା ଗ୍ରାମର ୨ ଗୋଷ୍ଠୀ ପକ୍ଷରୁ ପୂର୍ବ ଶତ୍ରୁତା ଥିବାରୁ ସେହିଦିନ ଗୋଟିଏ ଗୋଷ୍ଠୀ ଉଜାଣିପଡ଼ା ଗ୍ରାମର କାଳୁ ପ୍ରଧାନଙ୍କୁ ଚାପଡ଼ରେ ଆକ୍ରମଣ କରିଥିଲେ। ପରେ ରାତିରେ ପୁଣି ଗୋଟିଏ ଗୋଷ୍ଠୀ ପକ୍ଷରୁ ବୋମାମାଡ଼ ମଧ୍ୟ ହୋଇଥିଲା। ଏହି ସବୁ ଘଟଣାକୁ ନେଇ ପୋଲିସ ପୃଥକ ୩ଟି ମାମଲା(ନଂ.୫୪୭, ୫୫୦, ୫୫୧/୨୨) ରୁଜୁ କରି ତଦନ୍ତ ଚଳାଇଥିଲା। ତେବେ ସୋମବାର ଏନ୍‌ଏସି ୭ନଂ. ଓ୍ବାର୍ଡ ନରସିଂହପୁର ସାହିରେ ଉଭୟ ଗୋଷ୍ଠୀ ପୁଣି ମୁହଁାମୁହିଁ ହୋଇଥିଲେ। ଏହି ସମୟରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ଗୁଳିମାଡ଼ରେ ଉଜାଣିପଡ଼ାର ସନାତନଙ୍କୁ ଗୁଳି ବାଜିଥିଲା। ଏହି ଘଟଣାର କିଛି ସମୟ ପରେ ଅନ୍ୟ ଗୋଷ୍ଠୀ ପକ୍ଷରୁ ବୋମାମାଡ଼ ହୋଇଥିଲା। ତେବେ ବୋମାମାଡ଼ ନରସିଂହପୁର ସାହିର ଏକ ମସ୍‌ଜିଦ୍‌ ନିକଟରେ ହୋଇଥିବାରୁ ମସଜିଦ୍‌ କମିଟି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଫଳରେ ପୋଲିସ ଗୁଳିକାଣ୍ଡ ଓ ବୋମାମାଡ଼କୁ ନେଇ ୨ଟି ପୃଥକ ମାମଲା (ନଂ.୫୫୯, ୫୬୦/୨୨) ରୁଜୁ କରି ତଦନ୍ତ ଚଳାଇଛି। ଏହି ଘଟଣାରେ ପୋଲିସ ଏକ ବୋମା ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଅନ୍ୟପଟେ ଛାତ୍ରୀଙ୍କୁ କମେଣ୍ଟମରା ଘଟଣା ସହ ଅଞ୍ଚଳର ୨ ଗୋଷ୍ଠୀ ମଧ୍ୟରେ ବିଭିନ୍ନ କାରଣକୁ ନେଇ ପୂର୍ବବିବାଦ ଲାଗିରହିଥିଲା। ଏହି ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ବାଡ ନିୟୋଜିତ କରାଯାଇଛି, ତୁରନ୍ତ ସେମାନଙ୍କୁ ଧରାଯିବ ବୋଲି ଜିଲା ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଥିବା ବେଳେ ଉଭୟ ଗୋଷ୍ଠୀର ମୁରବିଙ୍କୁ ନେଇ ଶାନ୍ତି କମିଟି ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri