ଆସିଲା ଚାଞ୍ଚଲ୍ୟକର ରିପୋର୍ଟ: ଓଡ଼ିଶାର ୬୦% ମନ୍ତ୍ରୀଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୫ା୯(ପି.ଟି.):ଦେଶର ୪୭% ମନ୍ତ୍ରୀ ସେମାନଙ୍କ ନାମରେ ଆପରାଧିକ ମାମଲା ରହିଥିବା ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ନାମରେ ହତ୍ୟା, ଅପହରଣ, ମହିଳା ବିରୋଧୀ ଅପରାଧ ଭଳି ଗମ୍ଭୀର ମାମଲା ରହିଥିବା ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌)ର ବିଶ୍ଳେଷଣରୁ ଜଣାପଡ଼ିଛି। ଓଡ଼ିଶା ସମେତ ୧୧ଟି ରାଜ୍ୟ ବିଧାନସଭାର ୬୦%ରୁ ଊର୍ଦ୍ଧ୍ୱ ମନ୍ତ୍ରୀଙ୍କ ନାମରେ ଆପରାଧିକ ମାମଲା ରହିଛି। ଜାତୀୟ ସ୍ତରର ହାରକୁ ଦେଖିଲେ ଓଡ଼ିଶାରେ ଅଧିକ ମନ୍ତ୍ରୀଙ୍କ ନାମରେ ଆପରାଧିକ ମାମଲା ଥିବା ଜଣାପଡ଼ିଛି। ଅଧିକ ଆପରାଧିକ ମାମଲା ଥିବା ଅନ୍ୟ ରାଜ୍ୟଗୁଡ଼ିକ ହେଲେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ବିହାର, ମହାରାଷ୍ଟ୍ର, କର୍ନାଟକ, ପଞ୍ଜାବ, ତେଲଙ୍ଗାନା, ହିମାଚଳପ୍ରଦେଶ, ଦିଲ୍ଲୀ ଏବଂ ପଣ୍ଡିଚେରୀ। ଅନ୍ୟପକ୍ଷରେ ହରିୟାଣା, ଜମ୍ମୁ-କଶ୍ମୀର, ନାଗାଲାଣ୍ଡ ଏବଂ ଉତ୍ତରାଖଣ୍ଡର କୌଣସି ମନ୍ତ୍ରୀଙ୍କ ନାମରେ ଆପରାଧିକ ମାମଲା ନ ଥିବା ରିପୋର୍ଟରୁ ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଗମ୍ଭୀର ଆପରାଧିକ ମାମଲାରେ ଗିରଫ ହୋଇ ୩୦ ଦିନ ଜେଲରେ ରହିଲେ ସେମାନେ ନିଜ ପଦରୁ ଇସ୍ତଫା ଦେବେ ନଚେତ୍‌ ସେମାନଙ୍କୁ ବହିଷ୍କାର କରାଯିବ। କେନ୍ଦ୍ର ସରକାର ପାର୍ଲାମେଣ୍ଟର ଗତ ମୌସୁମୀ ଅଧିବେଶନରେ ଏନେଇ ୩ଟି ବିଲ୍‌ ଆଣିଥିବାବେଳେ ଏଡିଆର୍‌ ପକ୍ଷରୁ ଏଭଳି ରିପୋର୍ଟ ଗୁରୁତ୍ୱ ବହନ କରୁଛି। ୨୭ ରାଜ୍ୟ, ୩ କେନ୍ଦ୍ରଶାସିତ ଅଞ୍ଚଳର ୬୪୩ ମନ୍ତ୍ରୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀମାନଙ୍କ ସତ୍ୟପାଠକୁ ଏଡିଆର୍‌ ଅନୁଧ୍ୟାନ କରିବା ପରେ ୩୦୨ ଜଣ ବା ମୋଟ ମନ୍ତ୍ରୀ ସଂଖ୍ୟାର ୪୭ ପ୍ରତିଶତଙ୍କ ନାମରେ ଆପରାଧିକ ମାମଲା ଥିବା ଜଣାପଡ଼ିଥିଲା। ସେମାନଙ୍କ ମଧ୍ୟରୁ ୧୭୪ ଜଣଙ୍କ ନାମରେ ଗମ୍ଭୀର ଆପରାଧିକ ମାମଲା ରହିଛି।
ଭାଜପାର ମୋଟ ୩୩୬ ମନ୍ତ୍ରୀଙ୍କ ମଧ୍ୟରୁ ୧୩୬ ଜଣ ବା ୪୦%ଙ୍କ ନାମରେ ଆପରାଧିକ ମାମଲା ଏବଂ ୮୮ ଜଣ (୨୬%)ଙ୍କ ନାଁରେ ଗମ୍ଭୀର ମାମଲା ରହିଥିବା ସେମାନେ ଘୋଷଣା କରିଛନ୍ତି। ସେହିପରି ୪ ରାଜ୍ୟରେ କ୍ଷମତାରେ ଥିବା କଂଗ୍ରେସର ମୋଟ ୪୫ ମନ୍ତ୍ରୀ (୭୪%)ଙ୍କ ନାମରେ ଆପରାଧିକ ମାମଲା ଏବଂ ୧୮ ଜଣ (୩୦%)ଙ୍କ ନାଁରେ ଗମ୍ଭୀର ଆପରାଧିକ ମାମଲା ରହିଛି। ଡିଏମ୍‌କେର ୩୧ ମନ୍ତ୍ରୀଙ୍କ ମଧ୍ୟରୁ ୨୭ ଜଣ (୮୭%)ଙ୍କ ନାମରେ ଆପରାଧିକ ମାମଲା ଏବଂ ୧୪ ଜଣ (୪୫%)ଙ୍କ ନାଁରେ ଗମ୍ଭୀର ମାମଲା ରହିଛି। ଟିଏମ୍‌ସିର ୪୦ ମନ୍ତ୍ରୀଙ୍କ ମଧ୍ୟରୁ ୧୪ ଜଣ (୩୩%)ଙ୍କ ନାମରେ ଆପରାଧିକ ମାମଲା ଏବଂ ୮ ଜଣ (୨୦%)ଙ୍କ ନାମରେ ଗମ୍ଭୀର ମାମଲା ରହିଛି। ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି)ର ୨୩ ମନ୍ତ୍ରୀଙ୍କ ମଧ୍ୟରୁ ୨୨ ଜଣ (୯୬%)ଙ୍କ ନାମରେ ଆପରାଧିକ ମାମଲା ଏବଂ ୧୩ ଜଣ (୫୭%)ଙ୍କ ନାମରେ ଗମ୍ଭୀର ମାମଲା ରହିଛି। ଆପ୍‌ର ୧୬ ମନ୍ତ୍ରୀଙ୍କ ମଧ୍ୟରୁ ୧୧ (୬୯%)ଙ୍କ ନାଁରେ ଆପରାଧିକ ମାମଲା ଏବଂ ୫ ଜଣ (୩୧%)ଙ୍କ ନାମରେ ଗମ୍ଭୀର ମାମଲା ରହିଛି। ଜାତୀୟ ସ୍ତରରେ ୭୨ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରୁ ୨୯ ଜଣ (୪୦%)ଙ୍କ ନାମରେ ଆପରାଧିକ ମାମଲା ଥିବା ସେମାନେ ସତ୍ୟପାଠରେ ଦର୍ଶାଇଛନ୍ତି।
ରିପୋର୍ଟ ଅନୁଯାୟୀ, ୬୪୩ ମନ୍ତ୍ରୀଙ୍କ ମୋଟ ସମ୍ପତ୍ତିି ପରିମାଣ ୨୩,୯୨୯ କୋଟି ଟଙ୍କା ହୋଇଥିବାବେଳେ ହାରାହାରି ସମ୍ପତ୍ତି ୩୭.୨୧ କୋଟି ଟଙ୍କା। ୩୦ ବିଧାନସଭା ମଧ୍ୟରୁ ୧୧ଟିରେ ବିଲିୟନେୟାର (୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତି ଥିବା) ମନ୍ତ୍ରୀ ରହିଛନ୍ତି। କର୍ନାଟକରେ ସର୍ବାଧିକ ୮ ବିଲିୟନେୟାର ମନ୍ତ୍ରୀ ଥିବାବେଳେ ଆନ୍ଧ୍ରପ୍ରଦେଶରେ ୬ ଏବଂ ମହାରାଷ୍ଟ୍ରରେ ୪ ଜଣ ବିଲିୟନେୟାର ମନ୍ତ୍ରୀ ରହିଛନ୍ତି। ଅରୁଣାଚଳପ୍ରଦେଶ, ଦିଲ୍ଲୀ, ହରିୟାଣା ଓ ତେଲଙ୍ଗାନାରେ ୨ ଜଣ ଲେଖାଏ, ଗୁଜରାଟ, ହିମାଚଳପ୍ରଦେଶ, ମଧ୍ୟପ୍ରଦେଶ ଓ ପଞ୍ଜାବରେ ଜଣେ ଲେଖାଏ ବିଲିୟନେୟାର ମନ୍ତ୍ରୀ ହୋଇଥିବାବେଳେ କେନ୍ଦ୍ରରେ ୬ ଜଣ (୮%) ବିଲିୟନେୟାର ମନ୍ତ୍ରୀ ଅଛନ୍ତି। ଦଳ ଅନୁଯାୟୀ ଦେଖିଲେ ଭାଜପାରୁ ସର୍ବାଧିକ ୧୪ ଜଣ (୪%), କଂଗ୍ରେସରୁ ୧୧ଜଣ (୧୮%) ଏବଂ ଟିଡିପିରୁ ୬ ଜଣ (୨୬%) ମନ୍ତ୍ରୀ ବିଲିୟନେୟାର। କେନ୍ଦ୍ରରେ ମନ୍ତ୍ରୀ ଥିବା ଟିଡିପିର ଡ. ଚନ୍ଦ୍ରଶେଖର ପେମାସାନି ସବୁଠୁ ଧନୀ। ତାଙ୍କ ସମ୍ପତ୍ତି ପରିମାଣ ୫,୭୦୫ କୋଟି ଟଙ୍କା ବୋଲି ସେ ସତ୍ୟପାଠରେ ଦର୍ଶାଇଛନ୍ତି। ତାଙ୍କ ପଛକୁ ୧,୪୧୩ କୋଟି ଟଙ୍କାର ସମ୍ପତ୍ତି ସହ କର୍ନାଟକ କଂଗ୍ରେସ ନେତା ତଥା ମନ୍ତ୍ରୀ ଡି.କେ. ଶିବକୁମାର ଦ୍ୱିତୀୟ ସ୍ଥାନରେ ଥିବାବେଳେ ୯୩୧ କୋଟି ଟଙ୍କାର ସମ୍ପତ୍ତି ସହ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ତ୍ରିପୁରା ଇଣ୍ଡିଜେନିଅସ୍‌ ପିପୁଲ୍ସ ଫ୍ରଣ୍ଟରୁ ମନ୍ତ୍ରୀ ଥିବା ଶୁକ୍ଳାଚରଣ ନୋଏଟିଆଙ୍କ ସମ୍ପତ୍ତି ମାତ୍ର ୨ ଲକ୍ଷ ଟଙ୍କା ହୋଇଥିବାବେଳେ ପଶ୍ଚିମବଙ୍ଗ ମନ୍ତ୍ରୀ ବୀରବାହ ହାଁସଦାଙ୍କ ସମ୍ପତ୍ତି ୩ ଲକ୍ଷ ଟଙ୍କାରୁ ସାମାନ୍ୟ ଅଧିକ। ମନ୍ତ୍ରୀମାନେ ୨୦୨୦ରୁ ୨୦୨୫ ମଧ୍ୟରେ ଦାଖଲ କରିଥିବା ସତ୍ୟପାଠରୁ ଆପରାଧିକ ମାମଲାର ସ୍ଥିତି ରିପୋର୍ଟରେ ପ୍ରକାଶ ପାଇଥିବାବେଳେ ବର୍ତ୍ତମାନ ସ୍ଥିତିରେ ପରିବର୍ତ୍ତନ ହୋଇଥାଇପାରେ ବୋଲି ଏଡିଆର୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri