Categories: Uncategorized

ପୁରୀରେ ଅଭାବନୀୟ ଘଟଣା: କୁକୁର ମାଂସ ଛିଡ଼ାଇ ଖାଇବା ଭିଡିଓ ଭାଇରାଲ

ପୁରୀ,୧୭ା୧(ଅଜିତ୍‌ କୁମାର ମହାନ୍ତି): ପୁରୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କୁକୁର ମାଂସ ଛିଡାଇ ଧରିଥିବା ନେଇ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ୟକ୍ତି ସମୁଦ୍ରକୂଳ ନିକଟରେ ବସି କିଛି କରୁଛନ୍ତି। ଏହି ସମୟରେ ସେଠାରେ ଯାଉଥିବା ଜଣେ ବ୍ୟକ୍ତି ତାଙ୍କୁ କୁକୁର ମାଂସ ଖାଉଛି କହି ବିରୋଧ କରୁଛନ୍ତି ଓ ତାଙ୍କୁ ସେଠାରୁ ତୁରନ୍ତ ହଟାଯାଉ ବୋଲି କହୁଛନ୍ତି। ତେବେ ବ୍ୟକ୍ତି ଜଣଙ୍କ କିଏ ଏବଂ ସେ କୁକୁର ମାଂସ କ’ଣ କରୁଥିଲେ, ସେନେଇ କିଛି ସୂଚନା ମିଳିନାହିଁ।