Posted inଜାତୀୟ

ଅଖିଳେଶଙ୍କୁ ଝଟକା ପରେ ଝଟକା: ଜୟନ୍ତ ଚୋଧୁରୀ ଛାଡିଲେ ସାଥୀ, ସ୍ବାମୀ ପ୍ରସାଦ ଅସନ୍ତୁଷ୍ଟ, ଏବେ ପଲ୍ଲବୀ ଦେଖାଇଲେ ନାଲି ଆଖି…

ଲକ୍ଷ୍ନୌ,୧୪।୨ : ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ନିଜ ଲୋକମାନେ ଅଖିଳେଶଙ୍କ ଯାଦବଙ୍କଠାରୁ ଦୂରେଇବାରେ ଲାଗିଛନ୍ତି। ସେମାନଙ୍କ ଯୋଗୁ ଅଖିଳେଶଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଇଣ୍ଡିଆକୁ ସହଯୋଗ କରି ପିଡିଏ ସୂତ୍ର ସାହାଯ୍ୟରେ ଉତ୍ତରପ୍ରଦେଶରେ ଭାଜପା ଏବଂ ଏନଡିଏକୁ ପରାସ୍ତ କରିବାକୁ ପ୍ରସ୍ତୁତି ଚାଲିଥିଲା, ମାତ୍ର କିଛି ଦିନ ମଧ୍ୟରେ ପରିସ୍ଥିତି ଏପରି ଭାବରେ ବଦଳିବାରେ ଲାଗିଛି।

ଜୟନ୍ତ ଚୌଧୁରୀ ଅଖିଳେଶଙ୍କ ସାଥୀ ଛାଡି ଭାଜପାରେ ଯୋଗ ଦେଇଛନ୍ତି। ସମାଜବାଦୀ ପାର୍ଟିର ଜାତୀୟ ମହାସଚିବ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଇସ୍ତଫା ଦେଇଛନ୍ତି। ଫଳରେ ଅଖିଳେଶଙ୍କୁ ଝଟକା ପରେ ଝଟକା ଲାଗିଛି। ବର୍ତ୍ତମାନ ଖବର ଆସୁଛି ରାଜ୍ୟସଭା ନିର୍ବାଚନରେ ଆପ୍ନା ଦଳ କମେରୱାଡିକୁ ଗୋଟିଏ ବି ଆସନ ନ ଦେଇ ଥିବାରୁ ପଲ୍ଲବୀ ପଟେଲ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ମନା କରି ଦେଇଛନ୍ତି।

ବାସ୍ତବରେ ସମାଜବାଦୀ ପାର୍ଟି ଏହାର କୋଟାରୁ ରାଜ୍ୟ ସଭାକୁ ୩ ଜଣ ପ୍ରାର୍ଥୀ ପଠାଇବାକୁ ନିଷ୍ପତ୍ତି ନେଇଛି। ଜୟା ବଚ୍ଚନଙ୍କ ବ୍ୟତୀତ ଉତ୍ତରପ୍ରଦେଶ ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲୋକ ରଂଜନଙ୍କ ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଏବଂ ଅନ୍ୟ ନାମ ହେଉଛି ରାମଜିଲାଲ ସୁମନ। ଉଭୟ ଜୟା ବଚ୍ଚନ ଏବଂ ଆଲୋକ ରଂଜନ ଉଚ୍ଚ ଜାତିର ଅଟନ୍ତି। ଆପନା ଦଳ କମେରୱାଡି ଆଶା କରୁଥିଲା ହୁଏତ ସେମାନଙ୍କୁ ମଧ୍ୟ ରାଜ୍ୟସଭାରେ ଏକ ଆସନ ଦିଆଯିବ।

କିନ୍ତୁ ଯେତେବେଳେ ସମାଜବାଦୀ ପାର୍ଟି ଏହାର ତିନି ଜଣ ପ୍ରାର୍ଥୀ ଘୋଷଣା କଲେ, ସେତେବେଳେ ପଲ୍ଲବୀ ପଟେଲ ପଚାରିଛନ୍ତି ଏଗୁଡ଼ିକରେ ପିଡିଏ ସୂତ୍ର କେଉଁଠାରେ ଅଛି? ଖବର ପ୍ରକାଶ ପାଇଛି ଯେ ସମାଜବାଦୀ ପାର୍ଟି ଟିକେଟରେ ନିର୍ବାଚନରେ ଜିତି ବିଧାୟକ ହୋଇଥିବା ପଲ୍ଲବୀ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କୁ ଭୋଟ ଦେବେ ନାହିଁ ବୋଲି କହିଛନ୍ତି। ଏପରି କରି ସେ ଅଖିଳେଶଙ୍କୁ ନାଲି ଆଖି ଦେଖାଇଛନ୍ତି। ଫଳରେ ଅଖିଳେଶଙ୍କ ସମସ୍ୟା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri